Posted inଖେଳ

ଶ୍ରୀଲଙ୍କାର ସହଜ ବିଜୟ

ଗ୍ରସ୍‌ ଆଇଲେଟ୍‌, ୧୮ା୬ (ପି.ଟି.): ଟି୨୦ ବିଶ୍ୱକପରେ ସୋମବାର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ନେଦରଲାଣ୍ଡ୍ସକୁ ୮୩ ରନ୍‌ରେ ପରାସ୍ତ କରିଛି ଶ୍ରୀଲଙ୍କା। ଉଭୟ ଦଳ ସୁପର-୮ ଦୌଡରୁ ବାଦ୍‌ ପଡି ସାରିଥିବା ବେଳେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ୬ ଉଇକେଟ ହରାଇ ୨୦୧ ରନ୍‌ କରିଥିଲା। ଜବାବରେ ନେଦରଲାଣ୍ଡ୍ସ ୧୬.୪ ଓଭରରେ ୧୧୮ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥବା ଶ୍ରୀଲଙ୍କା ପକ୍ଷରୁ ଜଣେ ବି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ। କୁଶଲ ମେଣ୍ଡିସ ଓ ଚରିଥ୍‌ ଅସଲଙ୍କା ସର୍ବାଧିକ ୪୬ ରନ୍‌ର ଇନିଂସ ଖେଳିଥିଲେ। ଧନଞ୍ଜୟ ଡି ସିଲ୍‌ଭା ୩୪, ଆଞ୍ଜେଲୋ ମାଥ୍ୟୁସ୍‌ ୩୦ ଓ ଓ୍ବନିନ୍ଦୁ ହସରଙ୍ଗା ୨୦ ରନ୍‌ କରିବାରୁ ଦଳ ୨୦୧ ରନ୍‌ରେ ପହଞ୍ଚିଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ଲୋଗାନ୍‌ ଭାନ୍‌ ବିକ୍‌ ୨, ଭିଭିଆନ କିଙ୍ଗମା, ଆର୍ଯ୍ୟନ ଦତ୍ତ, ପଲ୍‌ ଭାନ ମୀକେରାନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୨୦୨ ରନ୍‌ର ପିଛା କରୁଥିବା ନେଦରଲାଣ୍ଡ୍ସ ମାତ୍ର ୧୧୮ ରନ୍‌ରେ ଅଲଆଉଟ ହୋଇଥିଲା। ଓପନର ମାଇକେଲ ଲେଭିଟ୍‌ ଓ ସ୍କଟ୍‌ ଏଡଓ୍ବାଡର୍‌ସ ସର୍ବାଧିକ ୩୧ ରନ୍‌ ଲେଖାଏ ସ୍କୋର କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ନୁଆନ ଥୁସାରା ୩, ଓ୍ବନିନ୍ଦୁ ହସରଙ୍ଗା, ମଥୀଷା ପଥିରାନା ୨ଟି ଲେଖାଏ ଓ ମହୀଷ ଥିକ୍‌ସାନା, ଦାସୁନ ସନକା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୨୦ ଓଭରରେ ୨୦୧/୬ (କୁଶାଲ ମେଣ୍ଡିସ୍‌-୪୬, ଚରିଥ ଅସଲଙ୍କା-୪୬, ଧନଞ୍ଜୟ ଡି ସିଲ୍‌ଭା-୩୪, ଲୋଗାନ୍‌ ଭାନ୍‌ ବିକ୍‌-୨/୪୫, ଭିଭିଆନ୍‌ କିଙ୍ଗମା-୧/୨୩, ଆର୍ଯ୍ୟନ ଦତ୍ତ-୧/୨୩)। ନେଦରଲାଣ୍ଡ୍ସ ୧୬.୪ ଓଭରରେ ୧୧୮/୧୦ (ମାଇକେଲ ଲେଭିଟ୍‌-୩୧, ସ୍କଟ୍‌ ଏଡଓ୍ବାଡର୍‌ସ-୩୧, ନୁଆନ୍‌ ଥୁସାରା-୩/୨୪, ମଥିଷା ପଥିରାନା-୨/୧୨, ଓ୍ବନିନ୍ଦୁ ହସରଙ୍ଗା-୨/୨୫)।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri