Categories: ଖେଳ

ଅଷ୍ଟ୍ରେଲିଆର ସହଜ ବିଜୟ, ୮ ଓ୍ବିକେଟରେ ବାଂଲାଦେଶ ପରାଜିତ…

ପୁଣେ,୧୧।୧୦: ମହାରାଷ୍ଟ୍ରର ପୁଣେର ଓ୍ବାଙ୍ଖଡେ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୪୩ତମ ମ୍ୟାଚରେ ବାଂଲାଦେଶକୁ ଅଷ୍ଟ୍ରେଲିଆ ୮ ଓ୍ବିକେଟରେ ପରାଜିତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଦଳ ୪୪.୪ ଓଭରରେ ୨ ଓ୍ବିକେଟ ୩୦୭ ହରାଇ ରନ କରିଥିଲା।
ବାଂଲାଦେଶ ଅଧିନାୟକ ନଜିମୁଲ ହୋସେନ ସାଣ୍ଟୋଙ୍କ ନେତୃତ୍ୱରେ ଦଳ ବ୍ୟାଟିଂ କରି ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୦୬ ରନ କରିଥିଲା। ଫଳରେ ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୩୦୭ ରନ ରହିଥିଲା।

Share