ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ ରଖିବାର ଏକ ସରଳ ତଥା ସହଜ ଉପାୟ ରହିଛି। ତାହା କ’ଣ ଜାଣନ୍ତି? ଯଦି ଆପଣ ନିୟମିତି କିଛି ପରିମାଣରେ ଅଙ୍ଗୁର ଖାଆନ୍ତି ତେବେ ରୋଗ ପ୍ରତିରୋଧକ ଶକ୍ତି କେତେକାଂଶରେ ବୃଦ୍ଧି ପାଇଥାଏ। ଏଭଳି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ଲଣ୍ଡନ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ନିୟମିତ କିଛି ପରିମାଣର ଅଙ୍ଗୁର ଖାଇବାକୁ ପରାମର୍ଶ ଦିଆଯାଇଥିଲା। ଅନ୍ୟପକ୍ଷରେ ନିୟମିତ ସମୟ ବ୍ୟବଧାନରେ ଏହାଦ୍ୱାରା ସେମାନଙ୍କର ରୋଗ ପ୍ରତିିରୋଧକ ଶକ୍ତିରେ କି ପରିବର୍ତ୍ତନ ଘଟୁଛି ତାହାକୁ ଲକ୍ଷ୍ୟ କରାଯାଇଥିଲା। ପରିଶେଷରେ ଜଣାପଡିଥିଲା ଯେ, ନିୟମିତ କିଛି ପରିମାଣର ଅଙ୍ଗୁର ଖାଇବା ଫଳରେ ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତଙ୍କର ରୋଗ ପ୍ରତିରୋଧକ ଶକ୍ତି ପୂର୍ବାପେକ୍ଷା ଦୃଢ଼ ହେଉଛି। ଅଙ୍ଗୁର ହେଉଛି ଭିଟାମିନ୍ ‘ସି’ର ଅନ୍ୟତମ ଉତ୍ସ। ଏହାର ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଛି। ନିୟମିତ ଅଙ୍ଗୁର ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟରଲ ପରିମାଣ ମଧ୍ୟ ସନ୍ତୁଳିତ ରହେ।