ଯନ୍ତ୍ରଣା କମାଇବାର ସହଜ ଉପାୟ

ସାଧାରଣତଃ ଆମ ଶରୀରରେ ଯନ୍ତ୍ରଣା ଅନୁଭବ କଲେ ଆମେ ତାହାର ତୁରନ୍ତ ଉପଚାର କରିଥାଉ। ବେଳେବେଳେ ଏଥିପାଇଁ ଘରୋଇ ଉପାୟ ଅବଲମ୍ବନ କରିବାକୁ ପଡେ। ଅନ୍ୟପକ୍ଷରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବାକୁ ହୋଇଥାଏ। ତେବେ ଏପରି ଏକ ଉପାୟ ରହିଛି, ଯାହାଦ୍ୱାରା ଜଣେ ବ୍ୟକ୍ତି ଏପରି ଯନ୍ତ୍ରଣାରୁ କେତେକାଂଶରେ ଉପଶମ ପାଇପାରିବ। ତାହା ମଧ୍ୟ ବେଶ୍‌ ସରଳ ଆଉ ସହଜ। ସେହି ଉପାୟଟି ହେଲା ଉପଯୁକ୍ତ ଦେଖାଶୁଣା। ଅର୍ଥାତ୍‌, ଯନ୍ତ୍ରଣା ଅନୁଭବ କରୁଥିବା ବ୍ୟକ୍ତିଙ୍କର ଯଦି ଉପଯୁକ୍ତ ଦେଖାଶୁଣା କରାଯାଏ ତେବେ ତାଙ୍କୁ ସେଥିରୁ କେତେକାଂଶରେ ଉପଶମ ମିଳିଥାଏ। ଏପରି ବିଷୟବସ୍ତକୁ ନେଇ ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ଯନ୍ତ୍ରଣା ଅନୁଭବ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଉପଯୁକ୍ତ ଦେଖାଶୁଣା କରାଯାଉଥିଲା ସେମାନଙ୍କ ମଧ୍ୟରୁ କେତେକ ଏଥିରୁ କିଛି ଅଂଶରେ ଉପଶମ ଲାଭ କରୁଥିବାର ଦେଖିବାକୁ ମିଳିଥିଲା ବୋଲି ପ୍ରକାଶିତ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।