ଆର୍‌ଆର୍‌ର ସହଜ ବିଜୟ…

ମୁମ୍ବାଇ, ୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୨ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ପଞ୍ଜାବ କିଙ୍ଗସ(ପିବିକେଏସ୍‌) ବିପକ୍ଷରେ ସହଜ ବିଜୟ ହାସଲ କରିଛି। ୧୯୦ ରନ୍‌ର ପିଛା କରି ଆର୍‌ଆର୍‌ ୧୯.୪ ଓଭରରେ ୪ ଓ୍ବିକେଟ ହରାଇ ରନ୍‌ ୧୯୦ ସଂଗ୍ରହ କରିଛି।

ଆର୍‌ଆର୍‌ ପକ୍ଷରୁ ୟେଶାଭି ଜୟଶ୍ୱାଲ ୪୧ ବଲ୍‌ରେ ୬୮ ରନ୍‌ କରିଥିବାବେଳେ ଜୋସ୍‌ ବଟଲର ୧୬ ବଲ୍‌ରେ ୩୦ ରନ୍‌ କରିଥିଲେ। ସଞ୍ଜୁ ସାମସନ୍‌ ୧୨ ବଲ୍‌ରେ ୨୩ ରନ୍‌ କରିଥିଲେ। ସେହିପରି ଦେବଦତ୍ତ ପାଦିକଲ ୩୨ ବଲ୍‌ରେ ୩୧ ରନ୍‌ କରିଥିଲେ। ଶିମରୋନ ହେଟମେୟର ବଲ୍‌ରେ ରନ୍‌ କରି ଅପରାଜିତ ରହିଥିଲେ।

ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପିବିକେଏସ୍‌ ଅଧିନାୟକ ମୟଙ୍କ ଅଗ୍ରଓ୍ବାଲଟସ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆର୍‌ଆର୍‌ ଅଧିନାୟକ ସଞ୍ଜୁ ସାମସନ ନେତୃତ୍ୱରେ ଟିମ୍‌ ବୋଲିଂ ଆରମ୍ଭ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ପିବିକେଏସ୍‌ ୫ ଓ୍ବିକେଟ ହରାଇ ୧୮୯ ରନ୍‌ କରିଥିଲା। ଫଳରେ ଆର୍‌ଆର୍‌ ପାଇଁ ବିଜୟ ଲକ୍ଷ୍ୟ ୧୯୦ ରନ୍‌ ରହିଥିଲା।

ପିବିକେଏସ୍‌ ପକ୍ଷରୁ ଜନି ବୈରଷ୍ଟୋ ୪୦ ବଲ୍‌ରେ ୫୬ ରନ୍‌ କରଥିବାବେଳେ ଶିଖର ଧାଓ୍ବନ ୧୬ ବଲ୍‌ରେ ୧୨ ରନ୍‌, ଭାଙ୍କୁ ରାଜପାକ୍ଷେ ୧୮ ବଲ୍‌ରେ ୨୭ ରନ୍‌, ମୟଙ୍କ ଅଗ୍ରଓ୍ବାଲ ୧୩ ବଲ୍‌ରେ ୧୫ ରନ୍‌ କରିଥିଲେ। ସେହିପରି ଜିତେଶ ଶର୍ମା ୧୮ ବଲ୍‌ରେ ୩୮ ରନ୍‌ କରି ଅପରାଜିତ ରହିଥିଲେ।

Share