ଆର୍‌ସିବିର ସହଜ ବିଜୟ…

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି)  ସହଜ ବିଜୟ ହାସଲ କରିଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଆରସିବି  ୧୮.୩ ଓଭରରେ  ୩ ୱିକେଟ ହରାଇ  ୧୫୨ ରନ୍ କରିବାକୁ ସକ୍ଷମ ହୋଇଛି ।

ଆର୍‌ସିବି ପକ୍ଷରୁ ଅଧିନାୟକ ଫପ୍ ଡୁ ପ୍ଲେସିସ୍  ୨୪ ବଲରେ ୧୬ ରନ ସଂଗ୍ରହ କରିଥିବାବେଳେ ଅନୁଜ ରାୱତ ୪୭ ବଲରେ  ୬୬ ରନ କରିଥିଲେ । ସେହିପରି ବିରାଟ କୋହଲି ୩୬ ବଲରେ  ୪୮ ରନ ସଂଗ୍ରହ କରିଥିଲେ । ଦିନେଶ  ୨ ବଲରେ  ୭ ରନ୍ କରି ଅପରାଜିତ ରହିଥିଲେ ।

ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆର୍‌ସିବି ଅଧିନାୟକ ଫାଫ ଡୁ ପ୍ଲେସିସ ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏମ୍‌ଆଇର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ବ୍ୟାଟିଂ ଆରମ୍ଭ କରି ଧାର୍ଯ୍ୟ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୧ ରନ୍‌ ସଂଗ୍ରହ କରିଥିଲେ। ଏହା ସହିତ ଆର୍‌ସିବି ପାଇଁ ବିଜୟ ଲକ୍ଷ୍ୟ ୧୫୨ ରନ୍‌ ରହିଥିଲା

ଏମ୍‌ଆଇ ପକ୍ଷରୁ ଇଶାନ କିଷନ ୨୮ ବଲ୍‌ରେ ୨୬ ସଂଗ୍ରହ କରିଥିବାବେଳେ ରୋହିତ ଶର୍ମା ୧୫ ବଲ୍‌ରେ ୨୬ ରନ୍‌ କରିଥିଲେ। ସେହିପରି ସୂର୍ଯ୍ୟକୁମାର ଯାଦବ ୩୭ ବଲ୍‌ରେ ୬୯ ରନ୍‌ କରି ଅପରାଜିତ ରହିଥିଲେ।

 

Share