Categories: Home Leftଖେଳ

ଦୁଲୀପ ଟ୍ରଫିରେ ଇଶାନ କିଶନଙ୍କ ଦଳ ଇଷ୍ଟ ଜୋନ ମାଲାମାଲ: ହାରିକି ବି ସାଉଥ ଜୋନ୍‌ ଉପରେ ଟଙ୍କା ବର୍ଷା, ଜାଣନ୍ତୁ କାହାକୁ ମିଳିଲା କେତେ…

ନୂଆଦିଲ୍ଲୀ , ୧୧।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଡ୍ର’ରେ ଶେଷ ହୋଇଥିଲେ ମଧ୍ୟ ପ୍ରଥମ ଇନିଂସ୍‌ରେ ବଡ଼ ଅଗ୍ରଣୀ ଯୋଗୁ ଇଷ୍ଟ ଜୋନ ଚାମ୍ପିଅନ ହୋଇଛି। ଫାଇନାଲରେ ଇଷ୍ଟ ଜୋନ ପ୍ରଥମ ଇନିଂସରେ ସାଉଥ ଜୋନ ବିପକ୍ଷରେ ୩୭୨ ରନର ବଡ଼ ଅଗ୍ରଣୀ ହାସଲ କରିଥିଲା। ଏହି ଅଗ୍ରଣୀ ହିଁ ଶେଷରେ ଟାଇଟଲ ବିଜେତା ନିର୍ଣ୍ଣୟ କରିଥିଲା।
ଏହି ଐତିହାସିକ ବିଜୟ ସହ ଇଷ୍ଟ ଜୋନକୁ ଟ୍ରଫି ସହ ୧ କୋଟି ଟଙ୍କାର ପୁରସ୍କାର ରାଶି ମିଳିଛି। ଅନ୍ୟପକ୍ଷରେ ଫାଇନାଲରେ ରନର୍ସଅପ ହୋଇଥିବା ସାଉଥ ଜୋନକୁ ୫୦ ଲକ୍ଷ ଟଙ୍କା ପୁରସ୍କାର ମିଳିଛି।

ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଇଷ୍ଟ ଜୋନ ୭୦୮ ରନର ବିଶାଳ ସ୍କୋର କରିଥିଲା। ଦଳର ଅଧିନାୟକ ଇଶାନ କିଶନ ଦମଦାର ବ୍ୟାଟିଂ କରି ୨୭୦ ରନର ବଡ଼ ଇନିଂସ ଖେଳିଥିଲେ। ତାଙ୍କ ସହ କୁମାର କୁଶାଗ୍ର ମଧ୍ୟ ୧୦୧ ରନର ଶତକୀୟ ପାଳି ଖେଳି ଦଳର ବିଶାଳ ସ୍କୋରରେ ବଡ଼ ଯୋଗଦାନ ଦେଇଥିଲେ।

ଇଷ୍ଟ ଜୋନର ୭୦୮ ରନର ଜବାବରେ ସାଉଥ ଜୋନର ବ୍ୟାଟିଂ ଆଶାନୁରୂପ ହୋଇନଥିଲା। ଦଳ ମାତ୍ର ୩୩୬ ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ଇଷ୍ଟ ଜୋନ ପ୍ରଥମ ଇନିଂସରେ ୩୭୨ ରନର ବଡ଼ ଅଗ୍ରଣୀ ହାସଲ କରିଥିଲା।
ଫାଇନାଲ ମ୍ୟାଚ ଶେଷରେ ଡ୍ର’ ହୋଇଥିବାରୁ ପ୍ରଥମ ଇନିଂସର ଅଗ୍ରଣୀକୁ ଆଧାର କରି ଇଷ୍ଟ ଜୋନକୁ ବିଜେତା ଘୋଷଣା କରାଯାଇଥିଲା। ଦୁଲୀପ ଟ୍ରଫି ୨୦୨୬ର ମୋଟ ପୁରସ୍କାର ରାଶି ୧.୫ କୋଟି ଟଙ୍କା। ଏଥିରୁ ଚାମ୍ପିଅନ ଇଷ୍ଟ ଜୋନକୁ ୧ କୋଟି ଟଙ୍କା ଏବଂ ରନର୍ସଅପ ସାଉଥ ଜୋନକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ପୁରସ୍କାର ରାଶି କୌଣସି ଜଣେ ଖେଳାଳିଙ୍କୁ ଦିଆଯାଏ ନାହିଁ। ଏହାକୁ ପରେ ଟିମର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ମଧ୍ୟରେ ବଣ୍ଟନ କରାଯାଏ। ଏହିପରି ଭାବେ ଟ୍ରଫି ସହ ଇଷ୍ଟ ଜୋନ ୧ କୋଟି ଟଙ୍କା ଜିତିଥିବା ବେଳେ ସାଉଥ ଜୋନର ରନର୍ସଅପ ଭାବେ ୫୦ ଲକ୍ଷ ଟଙ୍କା ମିଳିଛି।

 

Dharitri – Odisha’s No.1 Odia Daily

Share