Categories: ଖେଳ

ଭିଜି ଟ୍ରଫି ଫାଇନାଲରେ ଇଷ୍ଟ ଜୋନ୍‌

ଭୁବନେଶ୍ୱର, ୧୫ା୩(କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ରାୟପୁରରେ ଚାଲିଥିବା ଭିଜି ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ଇଷ୍ଟଜୋନ୍‌ ପ୍ରବେଶ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଇଷ୍ଟଜୋନ୍‌ ୪୪ ରନରେ ଓ୍ବେଷ୍ଟ ଜୋନ୍‌କୁ ହରାଇ ଏହି ସଫଳତା ପାଇଛି। ଆସନ୍ତା ୧୬ ତାରିଖରେ ଇଷ୍ଟ ଓ ନର୍ଥ ଜୋନ୍‌ ମଧ୍ୟରେ ଫାଇନାଲ ଅନୁଷ୍ଠିତ ହେବ। କିଟ୍‌ ଷ୍ଟାଡିୟମରେ ଫେବୃୟାରୀ ୨୧ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟରୁ ଭିଜି ଟ୍ରଫି ପାଇଁ ଇଷ୍ଟଜୋନ୍‌ ଟିମ୍‌ ଚୟନ ହୋଇଥିଲା। ପୂର୍ବାଞ୍ଚଳ ଦଳରେ ଓଡ଼ିଶାର ୨ ଖେଳାଳି ସାମିଲ ହୋଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର କାର୍ତ୍ତିକ ବିଶ୍ୱାଳ ଅଧିନାୟକ ଦାୟିତ୍ୱ ତୁଲାଉଥିବାବେଳେ କିଟ୍‌ର ଶିବାଶିଷ ସାହୁ ଦଳର ଅନ୍ୟତମ ସଦସ୍ୟ ଅଛନ୍ତି। ସନ୍ତୋଷ ଜେନା ଦଳର କୋଚ୍‌ ଦାୟିତ୍ୱ ନିର୍ବାହ କରୁଛନ୍ତି।

Share