କ୍ରିକେଟ ପାଇଁ ରାଜନୀତିରୁ ଓହରିଗଲେ କି ଗମ୍ଭୀର

ନୂଆଦିଲ୍ଲୀ,୨।୩: ପୂର୍ବ ଦିଲ୍ଲୀରୁ ଭାଜପା ଏମ୍‌ପି ଗୌତମ ଗମ୍ଭୀର ଏଥର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଶନିବାର ତାଙ୍କର ଏକ ଟୁଇଟ୍‌ ଏଭି ଇଶାରା କରିଛି ଯେ, ଯାହାକୁ ନେଇ ର୍ଚ୍ଚା ଆରମ୍ଭ ହୋଇଯାଇଛି। ତାଙ୍କୁ ରାଜନୈତିକ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ଗମ୍ଭୀର ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି।

ଏନେଇ ସେ ଏକ ଟୁଇଟ୍‌ କରି କହିଛନ୍ତି, ମୋର ରାଜନୈତିକ କର୍ତ୍ତବ୍ୟରୁ ମୁକ୍ତି ପାଇବା ପାଇଁ ମୁଁ ମାନ୍ୟବର ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ଜିଙ୍କୁ ଅନୁରୋଧ କରିଛ। ଯାହା ଦ୍ୱାରା ମୁଁ ମୋର ଆଗାମୀ କ୍ରିକେଟ୍‌ ଚୁକ୍ତି ଉପରେ ଧ୍ୟାନ ଦେଇପାରିବି। ଲୋକମାନଙ୍କର ସେବା କରି କରିବାକୁ ସୁଯୋଗ ଦେଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି।

Share