Categories: ବାଣିଜ୍ୟ

ପୂର୍ବତଟ ରେଳପଥ ପକ୍ଷରୁ ରାଜଭାଷା ପକ୍ଷ ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୯: ପୂର୍ବତଟ ରେଳପଥର ମୁଖ୍ୟାଳୟ ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ରେଳସଦନଠାରେ ବୁଧବାର ହିନ୍ଦୀ ଦିବସ ସହ ରାଜଭାଷା ପକ୍ଷ ମଧ୍ୟ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଳପଥର ମୁଖ୍ୟ ରାଜଭାଷା ଅଧିକାରୀ ରବି ଶଙ୍କର ମିତ୍ରଙ୍କ ସମେତ ପୂର୍ବତଟ ରେଳପଥର ପ୍ରମୁଖ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଶରଦ ରେଳପଥର ଅଧିକାରୀ ଓ କର୍ମଚାରୀମାନଙ୍କୁ ହିନ୍ଦୀ ଦିବସର ଶପଥ ପାଠ କରାଇବା ସହ ରେଳମନ୍ତ୍ରୀଙ୍କ ବାର୍ତ୍ତାକୁ ମଧ୍ୟ ଦୋହରାଇଥିଲେ। ସେହିଭଳି ରବି ଶଙ୍କର ସଭାକୁ ସମ୍ବୋଧନ କରି ହିନ୍ଦୀ ଦିବସର ଇତିହାସ ସମ୍ପର୍କରେ ବିଶେଷ ଆଲୋକପାତ ସହ ହିନ୍ଦୀର ମହତ୍ତ୍ୱ ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ। ଏପରିକି ରେଳ କର୍ମଚାରୀମାନେ ଅଧିକରୁ ଅଧିକ ଅଫିସ୍‌ କାର୍ଯ୍ୟ ରାଜଭାଷା ମାଧ୍ୟମରେ କରିବାକୁ ଶ୍ରୀବାସ୍ତବ ପରାମର୍ଶ ଦେଇଥିଲେ। ସେହିପରି ବିଭିନ୍ନ ପ୍ରତିଯୋଗିତା ଏବଂ ରାଜଭାଷା ସହ ଜଡ଼ିତ ଅନ୍ୟ ପ୍ରତିଯୋଗିତାରେ ଭାଗନେଇ ସଫଳ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ମହାପ୍ରବନ୍ଧକଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ରେଳପଥର ରାଜଭାଷା ଅଧିକାରୀ ୟାଲିନା ପଣ୍ଡା ପରିଚାଳନା କରିଥିଲେ।

Share