ପୂର୍ବତଟ ରେଳପଥ ପକ୍ଷରୁ ରାଜଭାଷା ପକ୍ଷ ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୯: ପୂର୍ବତଟ ରେଳପଥର ମୁଖ୍ୟାଳୟ ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ରେଳସଦନଠାରେ ବୁଧବାର ହିନ୍ଦୀ ଦିବସ ସହ ରାଜଭାଷା ପକ୍ଷ ମଧ୍ୟ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଳପଥର ମୁଖ୍ୟ ରାଜଭାଷା ଅଧିକାରୀ ରବି ଶଙ୍କର ମିତ୍ରଙ୍କ ସମେତ ପୂର୍ବତଟ ରେଳପଥର ପ୍ରମୁଖ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଶରଦ ରେଳପଥର ଅଧିକାରୀ ଓ କର୍ମଚାରୀମାନଙ୍କୁ ହିନ୍ଦୀ ଦିବସର ଶପଥ ପାଠ କରାଇବା ସହ ରେଳମନ୍ତ୍ରୀଙ୍କ ବାର୍ତ୍ତାକୁ ମଧ୍ୟ ଦୋହରାଇଥିଲେ। ସେହିଭଳି ରବି ଶଙ୍କର ସଭାକୁ ସମ୍ବୋଧନ କରି ହିନ୍ଦୀ ଦିବସର ଇତିହାସ ସମ୍ପର୍କରେ ବିଶେଷ ଆଲୋକପାତ ସହ ହିନ୍ଦୀର ମହତ୍ତ୍ୱ ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ। ଏପରିକି ରେଳ କର୍ମଚାରୀମାନେ ଅଧିକରୁ ଅଧିକ ଅଫିସ୍‌ କାର୍ଯ୍ୟ ରାଜଭାଷା ମାଧ୍ୟମରେ କରିବାକୁ ଶ୍ରୀବାସ୍ତବ ପରାମର୍ଶ ଦେଇଥିଲେ। ସେହିପରି ବିଭିନ୍ନ ପ୍ରତିଯୋଗିତା ଏବଂ ରାଜଭାଷା ସହ ଜଡ଼ିତ ଅନ୍ୟ ପ୍ରତିଯୋଗିତାରେ ଭାଗନେଇ ସଫଳ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ମହାପ୍ରବନ୍ଧକଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ରେଳପଥର ରାଜଭାଷା ଅଧିକାରୀ ୟାଲିନା ପଣ୍ଡା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିକେସିର‘ଶପ୍‌ ଲୋକାଲ୍‌’ ଅଭିଯାନ

ନୂଆଦିଲ୍ଲୀ,୨୨ ।୩ ଦେଶର ଅଗ୍ରଣୀ ପିୟୁ ଫୁଟ୍‌ଓ୍ବେର୍‌ କମ୍ପାନୀ ଭିକେସି ପ୍ରାଇଡ୍‌ ପକ୍ଷରୁ ‘ଶପ୍‌ ଲୋକାଲ୍‌’ ନାମରେ ଏକ ନିଆରା କ୍ୟାମ୍ପେନ୍‌ ଆରମ୍ଭ କରାଯାଇଛି। ବର୍ତ୍ତମାନ...

ପ୍ରାଇଭେଟ ଟ୍ରେନ୍‌ ଯାତ୍ରୀଭଡ଼ା ନିର୍ଦ୍ଧାରଣ କରିବେ କମ୍ପାନୀ

ନୂଆଦିଲ୍ଲୀ,୧୯।୯: ଘରୋଇ ବଜାରରେ ପ୍ରାଇଭେଟ ଟ୍ରେନ୍‌ ଚଳାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଟ୍ରେନଗୁଡିକ ଚଳାଚଳ ଆରମ୍ଭ ହେଲେ ପ୍ରାଇଭେଟ ପ୍ଳେୟର ଯାତ୍ରୀଭଡା ନିର୍ଦ୍ଧାରଣ...

ଅଶୋଧିତ ତୈଳ ଦାମ ୮ ବର୍ଷ ପରେ ରେକର୍ଡସ୍ତରରେ, ଯୁଦ୍ଧର ପ୍ରଭାବରେ ପୁଣି ବଢ଼ିବ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪।୨ : ୟୁକ୍ରେନ୍‌ ବିରୋଧରେ ରୁଷିଆର ଯୁଦ୍ଧ ଘୋଷଣା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ରେକର୍ଡସ୍ତରରେ ପହଞ୍ଚିଛି। ବ୍ୟାରେଲ ପିଛା ଏହା ୧୦୧...

ନୂଆବର୍ଷରେ ୧୩ ସହରରେ ୫-ଜି ସେବା…

ନୂଆଦିଲ୍ଲୀ, ୨୮।୧୨: ଆସନ୍ତା ୨୦୨୨ରେ, ଭାରତୀୟମାନେ ୫-ଜି ଉପହାର ପାଇବାକୁ ଯାଉଛନ୍ତି। ଟେଲି ଯୋଗାଯୋଗ ବିଭାଗ କହିଛି ଯେ ୫-ଜି ଇଣ୍ଟରନେଟ ସେବାର ପରୀକ୍ଷା ଶେଷ...

ପୁଣି ୧୦୩ ଟଙ୍କା ବଢ଼ିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୨।୧୨: ଡିସେମ୍ବର ପହିଲାରେ ନୂଆ ଗ୍ୟାସ ଦର ପ୍ରକାଶ ପାଇଛି। ଦେଶର ପ୍ରମୁଖ ଗ୍ୟାସ ବିତରଣ କମ୍ପାନୀର ସୂଚନା ଅନୁସାରେ ବୁଧବାର ଭୁବନେଶ୍ୱରରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର...

୧୫% ବଢ଼ିବ ବ୍ୟାଙ୍କ କର୍ମଚାରୀଙ୍କ ବେତନ

ମୁମ୍ବାଇ,୨୨।୭: ବ୍ୟାଙ୍କ କର୍ମଚାରୀଙ୍କ ଲାଗି ଖୁସି ଖବର। ଏହି କର୍ମଚାରୀଙ୍କ ବେତନ ୧୫% ବଢ଼ିବ ବୋଲି ଜଣାପଡ଼ିଛି। ସେହିଭଳି ଏମାନେ ୨୦୧୭ ନଭେମ୍ବରରୁ ଏରିୟର ପାଇବେ।...

ତେଲଙ୍ଗାନାରେ ୪ ଦିନରେ ୬୦୦ କୋଟିର ମଦ ବିକ୍ରି

ହାଇଦ୍ରାବାଦ,୧୧।୫: ତେଲଙ୍ଗାନାରେ ମାତ୍ର ୪ ଦିନରେ ୬୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏହାଯୋଗୁ ରାଜ୍ୟ ଏକ ରେକର୍ଡ କରିଛି। ଲକ୍‌ଡାଉନ୍‌ ସମୟରେ ରାଜ୍ୟର...

ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିଛନ୍ତି ୮ ଲକ୍ଷ ପ୍ରବାସୀ

ନୂଆଦିଲ୍ଲୀ,୧୪।୫- ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ରେଳ ମନ୍ତ୍ରଣାଳୟ ବର୍ତ୍ତମାନ ସୁଦ୍ଧା...

Advertisement
Archives

Model This Week