Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌ ଖେଳିବ ଇଷ୍ଟବେଙ୍ଗଲ

ମୁମ୍ବାଇ, ୨୮ା୯ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ପ୍ରବେଶ କରିଛି ଦେଶର ଅନ୍ୟତମ ପୁରାତନ ଫୁଟ୍‌ବଲ କ୍ଲବ ଇଷ୍ଟବେଙ୍ଗଲ। ୨୦୨୦ ସିଜନରୁ ଦଳ ଏହି ବ୍ୟୟବହୁଳ ଟୁର୍ନାମେଣ୍ଟରେ ଭାଗ ନେବ। ଫୁଟ୍‌ବଲ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡ୍‌ (ଏଫ୍‌ଏସ୍‌ଡିଏଲ୍‌) ଅଧ୍ୟକ୍ଷା ନୀତା ଅମ୍ବାନୀ ଏହା ଘୋଷଣା କରିଛନ୍ତି। ସେ ଆଇଏସ୍‌ଏଲ୍‌ରେ ଇଷ୍ଟବେଙ୍ଗଲ ଏଫ୍‌ସିର ପ୍ରବେଶକୁ ସ୍ବାଗତ କରିଥିବାବେଳେ ଦେଶରେ ଏହି କ୍ଲବର ରହିଥିବା ଲକ୍ଷ ଲକ୍ଷ ସମର୍ଥକଙ୍କ ପାଇଁ ଏହା ଏକ ଖୁସିର ଖବର ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଇଷ୍ଟବେଙ୍ଗଲର ଇଣ୍ଡିଆନ ସୁପର ଲିଗ୍‌ର ୧୧ତମ ଦଳ ଭାବେ ତାଲିକାଭୁକ୍ତ ହୋଇଛି। ପୂର୍ବରୁ ମୋହନ ବାଗାନ ଆଇଏସ୍‌ଏଲ୍‌ରେ ଯୋଗ ଦେଇ ସାରିଥିଲା। ଅବଶ୍ୟ ଟୁର୍ନାମେଣ୍ଟର ୩ ଥର ଚାମ୍ପିୟନ ଏଟିକେ ସହ ଏହାର ମିଶ୍ରଣ ଘଟିବା ପରେ ଯାଇ ସମ୍ଭବ ହୋଇଥିଲା। ଚଳିତ ବର୍ଷ ଆଇଏସ୍‌ଏଲ୍‌ ନଭେମ୍ବରରୁ ଆରମ୍ଭ ହେବ। ଏଫ୍‌ଏସ୍‌ଡିଏଲ୍‌ ଖୁବ୍‌ଶୀଘ୍ର ଏହାର କାର୍ଯ୍ୟସୂଚୀ ଘୋଷଣା କରିବ। କୋଭିଡ୍‌-୧୯ ମହାମାରୀ ଯୋଗୁ ଦୀର୍ଘ ୩ ମାସ ଧରି ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଗୋଆର ୩ଟି ଭେନ୍ୟୁରେ ନଭେମ୍ବର ମଧ୍ୟଭାଗରୁ ଖେଳାଯିବ। ଦେଶର ଦୁଇ ପୁରାତନ କ୍ଲବକୁ ସାମିଲ କରାଯିବା ଦ୍ୱାରା କେବଳ ଭାରତୀୟ ଫୁଟ୍‌ବଲ ନୁହେଁ ବିଶେଷ କରି ରାଜ୍ୟର ପ୍ରତିଭା ସମ୍ପନ୍ନ ଖେଳାଳିମାନେ ଉପକୃତ ହେବ। ଭାରତରେ ଫୁଟ୍‌ବଲ ଖେଳର ପ୍ରସାର କ୍ଷେତ୍ରରେ ପଶ୍ଚିମବଙ୍ଗର ବିଶେଷ ଅବଦାନ ରହି ଆସିଛି ବୋଲି ନୀତା କହିଛନ୍ତି। ଇଷ୍ଟବେଙ୍ଗଲ କ୍ଲବର ମୁଖ୍ୟ ଅଂଶୀଦାର ଶ୍ରୀ ସିମେଣ୍ଟର ମାଲିକ ତଥା ପରିଚାଳନା ନିର୍ଦ୍ଦେଶକ ହରି ମୋହନ ବାଙ୍ଗୁର କହିଛନ୍ତି, ଆଇଏସ୍‌ଏଲରେ ଶେଷ ମୁହୂର୍ତ୍ତରେ ଇଷ୍ଟବେଙ୍ଗଲକୁ ସାମିଲ କରାଯିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବିଶେଷ ଭୂମିକା ରହିଛି। ଟୁର୍ନାମେଣ୍ଟ ଆଉ ଅଳ୍ପ ଦିନ ବାକି ରହିଥିବାରୁ ବର୍ତ୍ତମାନ ଆମକୁ ଦଳ ଚୂଡ଼ାନ୍ତ କରିବାକୁ ହେବ। ଜଣେ କୋଚ୍‌ଙ୍କୁ ନିଯୁକ୍ତି ଦେବାକୁ ପଡ଼ିବ। ଆମ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ତେବେ ସେପ୍ଟେମ୍ବର ୩୦ ସୁଦ୍ଧା ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ଆଶା ପ୍ରକାଶ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଶନିବାର ଦଳରୁ ବହିଷ୍କୃତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri