ପୃଥିବୀ ମୁହାଁ କ୍ଷୁଦ୍ର ଚନ୍ଦ୍ର: ଡିସେମ୍ବର ୧ରେ ଆକାଶରେ ହେବ ଦୃଶ୍ୟମାନ

ଓ୍ବାଶିଂଟନ,୨୩।୧୧: ପୃଥିବୀ ମୁହାଁ ଏକ କ୍ଷୁଦ୍ର ଚନ୍ଦ୍ର ହେବାରେ ଲାଗିଛି। ଡିସେମ୍ବରରେ ୧ରେ ଏହା ପୃଥିବୀ ଅଧିକ ନିକଟତମ ହେବ। ଏହି ସମୟରେ ପ୍ରାୟ ଏକ ସପ୍ତାହ ବ୍ୟାପି ଏହା ଆକାଶରେ ଦୃଶ୍ୟମାନ ହେବ। ମହାକାଶ ବିଜ୍ଞାନୀମାନେ ସେପ୍ଟେମ୍ବର ୧୭ରେ ଏହାକୁ ଠାବ କରିଥିଲେ। ନଭେମ୍ବର ୮ରେ ଏହା ପୃଥିବୀର ହିଲ୍‌ ସ୍ପେୟରରେ ପ୍ରବେଶ କରିଥିଲା। ହିଲ୍‌ ସ୍ପେୟର ଭୃପୃଷ୍ଠଠାରୁ ପ୍ରାୟ ୩୦ ଲକ୍ଷ କିଲୋମିଟର ଦୂରରେ ରହିଛି। କ୍ଷୁଦ୍ର ଚନ୍ଦ୍ରର ଆକାର ୬ ମିଟର। ଏହାକୁ ହାଓ୍ବାଇର ମାଓଇସ୍ଥିତ ପାନୋରାମିକ୍‌ ସର୍ଭେ ଟେଲିସ୍କୋପ୍‌ ଆଣ୍ଡ୍‌ ରାପିଡ୍‌ ରେସପନ୍ସ୍‌ ସିଷ୍ଟମ୍‌-୧ ଦ୍ୱାରା ଠାବ କରାଯାଇଥିଲା। ଏହାକୁ ମହାକାଶ ବିଜ୍ଞାନୀମାନେ ୨୦୨୦-ଏସ୍‌ଓ ଭାବେ ନାମିତ କରିଥିଲେ। ଡିସେମ୍ବର ୧ରେ ଏହା ପୃଥିବୀଠାରୁ ୪୩ ହଜାର କିଲୋମିଟର ଦୂରରେ ପହଞ୍ଚିବ। ଏହି ସମୟରେ କ୍ଷୁଦ୍ର ଚନ୍ଦ୍ରକୁ ଦେଖି ହେବ। ଏହା ଭାରତୀୟ ସମୟ ଅପରାହ୍ନ ୨ଟା ୨୭ରେ ଆକାଶରେ ଦେଖାଯିବ। ଆମେରିକାରେ ଏହା ଭୋର୍‌ ୩ଟା ୫୭ରେ ଦେଖାଯିବ।

Share