ସମୁଦ୍ରରୁ ଭୂମିକମ୍ପ ସମ୍ପର୍କରେ ଜାଣିହେବ

ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଭୂମିକମ୍ପ ଅନ୍ୟତମ। ଏହା କେତେବେଳେ ସଂଗଠିତ ହେବ ତାହା ଆକଳନ କରିବା ଏତେ ସହଜ ନୁହେଁ। ତେବେ ଏ ସମ୍ପର୍କରେ ପ୍ରାକ୍‌ ସୂଚନା ପାଇବା ପାଇଁ ବିିଭିନ୍ନ ଦେଶର ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ତେବେ ଏ କ୍ଷେତ୍ରରେ ଗୋଟିଏ ପାଦ ଆଗେଇବାରେ ସକ୍ଷମ ହୋଇଛନ୍ତି ଜାପାନର ଭୂମିକମ୍ପ ବିଶେଷଜ୍ଞମାନେ। ସମୁଦ୍ର ଭିତର ଭାଗ ଉପରେ ଗବେଷଣା କରି ସେମାନେ ଏ ନେଇ କିଛି ତଥ୍ୟ ହାସଲ କରିଛନ୍ତି। ଏହି ତଥ୍ୟକୁ ତନ୍ନ ତନ୍ନ କରି ବିଶ୍ଳେଷଣ କରିବା ପରେ ସେମାନେ ଜାଣିପାରିଛନ୍ତି ଯେ, ସମୁଦ୍ରର ଭିତର ଭାଗରେ ଏପରି ତତ୍ତ୍ୱ ରହିଛି ଯାହାକୁ ଆଧାର କରି ଭୂମିକମ୍ପ ବିଷୟରେ ପ୍ରାକ୍‌ ସୂଚନା ଦେଇହେବ। ତେବେ ଏ ନେଇ ନିଜ ଉକ୍ତିକୁ ଆହୁରି ଦୃଢ଼ କରିବାକୁ ୨-୩ବର୍ଷ ଲାଗିବ ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡିଛି।