ଗ୍ରୀସ୍‌ରେ ଭୂକମ୍ପ, ସୁନାମି ସତର୍କ ସୂଚନା ଜାରି…

ଏଥେନ୍ସ,୨୧।୧୧ : ସୋମବାର ଗ୍ରୀସ୍‌ରେ ଭୂମିକମ୍ପ ଅନୁଭୂତ ହୋଇଛି। ସୋମବାର ବିଳମ୍ବିତ ରାତି ୧ଟା ୨୫ରେ ସ୍ଥାନୀୟ କ୍ରିଟରେ ଅନୁଭୁତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ଥିଲା। ଏହା ଯୋଗୁ ସୁନାମି ହେବା ଆଶଙ୍କା ନେଇ ସତର୍କ ସୂଚନା ଜାରି କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ମନିଟରିଂ ଏଜେନ୍ସିଗୁଡ଼ିକୁ କୁହାଯାଇଛି। ଲୋକଙ୍କୁ ସମୁଦ୍ର କୂଳରୁ ଉଚ୍ଚ ସ୍ଥାନକୁ ଯିବାକୁ କୁହାଯାଇଛି ।

ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ ଭୂକମ୍ପ ଯୋଗୁ ଇଜିପ୍ଟର ସାଇଟିଆର ଉତ୍ତର-ପୂର୍ବଠାରୁ ୬୦ କିଲୋମିଟର ଦୂରରେ କମ୍ପନ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ର ଭୂପୃଷ୍ଟର ୮୦ କିଲୋମିଟର ଗଭୀରରେ ଥିଲା।

କୁହାଯାଉଛି ଯେ ଉତ୍ତର ଆଫ୍ରିକା ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରଭାବିତ ଅଞ୍ଚଳରେ କୌଣସି କ୍ଷୟକ୍ଷତି କିମ୍ବା ବିଲ୍ଡିଂର କ୍ଷୟକ୍ଷତି ହୋଇନାହିଁ। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଭୂକମ୍ପ ପରେ ଘରେ ଶୋଇଥିବା ଲୋକେ ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।

 

 

Share