ଥରିଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ୍‌,୧୫।୨: ପଶ୍ଚିମ ଏସୀଆ ଦେଶ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ପରେ ବର୍ତ୍ତମାନ ନ୍ୟୁଜିଲାଣ୍ଡରେ ଜୋରଦାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ବୁଧବାର ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ଏହାର କେନ୍ଦ୍ରସ୍ଥଳ ନ୍ୟୁଜିଲାଣ୍ଡର ଲୋୟର ହଟଠାରୁ ୭୮କିଲୋମିଟର ଦୂର ଉତ୍ତର-ପଶ୍ଚିମ ରହିଥିବା ନେଇ ଇଏମ୍‌ଏସ୍‌ସି ପକ୍ଷରୁ ସୂଚନା ମିଳିଛି। ବୁଧବାର ମଧ୍ୟାହ୍ନ ୧୨ଟା ୮ମିନିଟ୍‌ରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିବା ବେଳେ ଏଥିଯୋଗୁ ଲୋକମାନେ ଭୟଭୀତ ହୋଇପଡ଼ି ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ଏଥିରେ କୌଣସି କ୍ଷୟକ୍ଷତି କିମ୍ବା ମୃତାହତ ନେଇ ସୂଚନା ମିଳିନାହିଁ।

Share