ମ୍ୟାନମାରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ନାଇପିଡ,୩୦ ।୯: ମ୍ୟାନମାରର ବର୍ମାରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୁତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜିର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ଥିବା କୁହାଯାଇଛି । ମ୍ୟାନମାରର ବର୍ମାରେ ଶୁକ୍ରବାର ସକାଳ ପ୍ରାୟ ୩ଟା ୫୨ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ବର୍ମାରୁ ୧୬୨ କିଲୋମିଟର ଦୂର ରହିଥିଲା । ଏହା ଭୂପୃଷ୍ଠରୁ ୧୪୦ କିଲୋମିଟର ଗଭିରରେ ଥିଲା ଯଦିଓ ଏହା ଏକ ବଡ ଧରଣର ଭୂକମ୍ପ ବୋଲି କୁହାଯାଉଛି ହେଲେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି ।

Share