ପପୁଆ ନ୍ୟୁ ଗିନିରେ ବଡ ଧରଣର ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୭.୭

ପୋର୍ଟ ମୋରେସବେ,୧୧ ।୯: ପପୁଆ ନ୍ୟୁ ଗିନିରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଲାଇରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ରହିଥିବା ସୂଚନା ମିଳିଛି । ଭୂକମ୍ପ ଫଳରେ ସାରା ଅଞ୍ଚଳ ଏକ ପ୍ରକାର ଦୋହଲି ଯାଇଛି କହିଲେ ଚଳେ । ଲୋକେ ଭୟଭୀତ ହୋଇ ବିଳମ୍ବ ନ କରି ନିଜ ନିଜ ଘରୁ ବାହାରକୁ ଚାଲି ଆସିଥିଲେ । ଇଣ୍ଡୋନେସିଆ ନିକଟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଥିବା ଏକ ଦେଶ ହେଉଛି ପପୁଆ ନ୍ୟୁ ଗିନି । ତେବେ ଏହି ଭୂକମ୍ପରେ କେହି ହତାହତ ହୋଇ ଥିବା ସୂଚନା ମିଳିନାହିଁ । ଭୂକମ୍ପର ତୀବ୍ରତା ସାମାନ୍ୟଠାରୁ ସାମାନ୍ୟ ଅଧିକ ଥିବାରୁ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି ।

Share