ବେଲୁଚିସ୍ତାନରେ ଭୂକମ୍ପ ଝଟ୍‌କା: ୨୦୦ ପରିବାର ବାସହୀନ

ଇସଲାମାବାଦ,୭ା୫: ପାକିସ୍ତାନର ବେଲୁଚିସ୍ତାନରେ ବଡ଼ ଧରଣର ଭୂକମ୍ପ ହୋଇଛି। ଭୂକମ୍ପ ପରେ ଖୁଜଦାର ଜିଲାରେ ଅତି କମ୍‌ରେ ୮୦ଟି ଘର ଭୁଶୁଡ଼ି ପଡ଼ିବାରୁ ୨୦୦ରୁ ଅଧିକ ପରିବାର ବାସହୀନ ହୋଇପଡ଼ିଛନ୍ତି।

ପାଣିପାଗ ବିଭାଗ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଔରନାଜୀ ନିକଟରେ ଥିଲା। ରିକ୍ଟର ସ୍କେଲ୍‌ରେ ଏହି ଭୂକମ୍ପର ତୀବ୍ରତା ୧୧.୫୫ ଥିଲା। ଅଧା ମିନିଟ୍‌ ପାଇଁ ଏହି କମ୍ପନ ଅନୁଭୂତ ହୋଇଥିଲା।

ଜଣେ ଅଧିକାରୀ କହିଛନ୍ତି, ଅଧା ମିନିଟ୍‌ ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ପରେ ଲୋକମାନେ ନିଜ ଘରୁ ବାହାରି ଖୋଲା ସ୍ଥାନକୁ ଦୌଡ଼ିଥିଲେ। ଖୁଜଦାରର ଡେପୁଟି କମିଶନର, ଅବସରପ୍ରାପ୍ତ ମେଜର ଇଲିୟାସ କିବଜାଇ ଡାନ୍‌ କହିଛନ୍ତି, ଭୂକମ୍ପରେ ଔରନାଜୀର ଏକ ବିସ୍ତୃତ ଅଞ୍ଚଳ ପ୍ରଭାବିତ ହୋଇଛି। ଭୂକମ୍ପ ଯୋଗୁ ୮୦ରୁ ଅଧିକ ଘର ମାଟିରେ ମିଶି ଯାଇଥିବା ବେଳେ ୨୦୦ରୁ ଅଧିକ ଘରେ ବଡ଼ବଡ଼ ଫାଟ ସୃଷ୍ଟି ହୋଇଥିଲା।

Share