Categories: ଜାତୀୟ

ଭାରତ-ପାକିସ୍ତାନ ସୀମାରେ ଭୂକମ୍ପ…

ଚଣ୍ଡିଗଡ଼,୧୪।୧୧ : ଭାରତ-ପାକିସ୍ତାନରେ ଭୂକମ୍ପ ଅନୁଭୁତ ହୋଇଛି। ଭାରତର ପଞ୍ଜାବ ପ୍ରଦେଶରେ ଭୋର ପ୍ରାୟ ୩ ଟା ୪୨ରେ ବେଳେ ଭୂକମ୍ପ ଅନୁଭୂତ ହୋଇଥିଲା। ବିଶେଷକରି ଅମୃତସର ସଂଲଗ୍ନ ଅଞ୍ଚଳରେ ଏହା ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ର ସୀମା ପାଖାପାଖି ୧୫୦ କିଲୋମିଟର ଦୂରରେ ଲାହୋରରେ ଥିଲା। ସୂଚନାନୁସାରେ, ଭାରତର ପଞ୍ଜାବ ଏବଂ ପାକିସ୍ଥାନର ପଞ୍ଜାବ ପ୍ରଦେଶର ବହୁ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି।

ଘରେ ଶୋଇ ଥିବା ଲୋକେ ଭୂକମ୍ପ ଯୋଗୁ ଭୟରେ ବାହାରକୁ ଦୌଡ଼ି ଆସିଥିଲେ। ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୧୨୦ କିଲୋମିଟର ତଳେ ଥିଲା। ଅମୃତସର ଠାରୁ କେନ୍ଦ୍ରର ଦୂରତା ୧୪୫ କିଲୋମିଟର ପଶ୍ଚିମ-ଉତ୍ତର-ପଶ୍ଚିମରେ ଥିଲା ।

Share