ତାଇୱାନରେ ୭.୨ ତୀବ୍ରତାର ଭୂକମ୍ପ, ୨୪ ଘଣ୍ଟାରେ ୧୦୦ ଭୂକମ୍ପ ଝଟ୍‌କା, ସୁନାମି ଆଲର୍ଟ

ତାଇପେଇ ସିଟି,୧୮ ।୯: ତାଇୱାନରେ ଗତ ୨୪ ଘଣ୍ଟା ମଧ୍ୟରେ ଥରେ ନୁହେଁ ୨ ଥର ନୁହେଁ, ୧୦ ଥର ନୁହେଁ କି ୫୦ ଥର ନୁହେଁ ପ୍ରାୟ ୧୦୦ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ଏଠାରେ ଆସିଥିବା ଏକ ବଡ ଧରଣର ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ଥିବା ରେକର୍ଡ କରାଯାଇଛି । ତାଇୱାନଠାରୁ ୮୫ କିଲୋମିଟର ପୂର୍ବରେ ଦିନ ପ୍ରାୟ ୧୨.୧୪ରେ ଭୂକମ୍ପ ଅନୁଭୁତ ହୋଇଥିଲା । ଏପଟେ ତାଇୱାନ ଉପକୂଳରେ ଆସିଥିବା ୭.୨ ତୀବ୍ରତାର ଭୂକମ୍ପ ଆସିବା ପରେ ଜାପାନ ପାଇଁ ସୁନାମୀ ଚେତାବନୀ ଦିଆଯାଇଛି । ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ କହିଛି, ଜାପାନକୁ ସୁନାମୀ ଚେତାବନୀ ଜାରି କରାଯାଇଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ତାଇୱାନରେ ପୃଥକ ଭାବେ ୧୦୦ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଫଳରେ କେଉଁଠି ମାଟି ଫାଟି ଦୁଇ ଫାଳ ହୋଇଯାଇଛି ତ କେଉଁଠି ପୋଲ ଭୁଷୁଡି ଯାଇଛି । ଶନିବାର ବି ସେଠାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୪ । ଏସବୁ ଭୂକମ୍ପ ଯୋଗୁ କିଛି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ରେଳ ସେବା ବାଧାପ୍ରାପ୍ତ ହୋଇଛ । ହାଇ ସ୍ପିଡ ରେଲୱେ ସେବାକୁ ରଦ୍ଦ କରି ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବମ୍ଫର ରୋଜଗାର କଲା ଇରାନ, ତେଲ ବିକ୍ରି କରି ହେଲା ମାଲାମାଲ, ଜାଣିଲେ ଟ୍ରମ୍ପଙ୍କ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୩୦।୩: ଇରାନ ସହିତ ଯୁଦ୍ଧ ଏବେ ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇଛି। ତେଲ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥଳ ଏବଂ ଆକାଶ ଆକ୍ରମଣ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

ଗର୍ଲଫ୍ରେଣ୍ଡ୍‌ଙ୍କୁ ମହଙ୍ଗା ଗାଡ଼ି ଉପହାର ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଦାମ ଜାଣିଲେ ଉଡିଯିବ ହୋଶ୍‌

ମୁମ୍ବାଇ,୩୦।୩: କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫେରାରି (Ferrari 12Cilindri) କିଣିଛନ୍ତି। ଏହାର ମୂଲ୍ୟ ୧୨ କୋଟି ବୋଲି ଜଣାପଡ଼ିଛି। ଏବେ ତାଙ୍କ କାର…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

ଟ୍ରମ୍ପଙ୍କ ହୃଦୟ ଭାଙ୍ଗିଲେ ନେତାନ୍ୟାହୁ! ଇସ୍ରାଏଲ ଘୋଷଣା କରି କହିଲା….

ନୂଆଦିଲ୍ଲୀ,୩୦ା୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଇସ୍ରାଏଲ ଆମେରିକାକୁ ଏକ ବଡ଼ ଧୋକା ଦେଇଛି। ଇସ୍ରାଏଲ ସ୍ପଷ୍ଟ ଭାବରେ କହିଛି ଯେ ଏହାର ସେନା ଗ୍ରାଉଣ୍ଡ…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ହେମସାଗର ଭୋଇ ହେଲେ ପଦ୍ମପୁର ନୂତନ ଉପଜିଲାପାଳ

ପଦ୍ମପୁର,୩୦।୩( ପ୍ରଦୀପ୍ତ ଦାଶ ): ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲାପାଳ ଭାବେ ହେମସାଗର ଭୋଇଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri