Categories: ଜାତୀୟ

ମହାରାଷ୍ଟ୍ରରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଭୂକମ୍ପର ଝଟ୍‌କା

ନୂଆଦିଲ୍ଲୀ,୨୬ ।୮: ଦେଶରେ ମହାରାଷ୍ଟ୍ରରୁ ନେଇ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ଅନ୍ୟପଟେ ଆଫଗାନିସ୍ତାନର କାବୁଲରେ ବି ଭୂକମ୍ପ ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ହୋଇଥିବା ଭୂକମ୍ପ ରିକ୍ଟର ସ୍କେଲରେ ୩.୯ ରେକର୍ଡ କରାଯାଇଥିବା ବେଳେ କଶ୍ମୀରରେ ୩.୪ ରହିଥିଲା । ଜମ୍ମୁ-କଶ୍ମୀରରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । କଟରାରୁ ୬୨ କିଲୋମିଟର ଦୂର ଉତ୍ତର-ପୂର୍ବ-ଉତ୍ତରରେ ଭୂକମ୍ପ ଅନୁଭୁତ ହୋଇଛି ।
ମହାରାଷ୍ଟ୍ରରେ କୋହ୍ଲାପୁରରୁ ୧୭୧ କିଲୋମିଟର ପୂର୍ବରେ ରାତି ପ୍ରାୟ ୨ଟା ୨୧ରେ ୩.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ପ୍ରଭାବ ଭୂପୃଷ୍ଠରୁ ୧୦ କିଲୋମିଟର ଗଭିରକୁ ରହିଥିଲା । କଶ୍ମୀରରେ ଭୋର ୩ଟା ୨୮ରେ ଭୂକମ୍ପ ହୋଇଥିବା ବେଳେ ଆଫଗାନିସ୍ତାର କାବୁଲରେ ରାତି ପ୍ରାୟ ୨ଟା ୨୫ରେ ୪.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି ।

Share