ଭୂକମ୍ପରେ ଥରିଲା ଭେନେଜୁଏଲା: ମାତ୍ର ୪୫ ସେକେଣ୍ଡରେ ସବୁ ଛାର୍‌ଖାର୍‌, ଭୟରେ ଜୀବନ ବିକଳରେ ଦୌଡ଼ିଲେ ଲୋକେ

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ବଡ଼ ଧରଣର ଭୂମିକମ୍ପ ଝଟକା। ମାତ୍ର ୪୫ ସେକେଣ୍ଡରେ ୨ ଥର ଭୂକମ୍ପ ଅନୁଭୂତ । ଆମେରିକୀୟ ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ୭.୧ ଏବଂ ୭.୫ ତୀବ୍ରତାର ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୂମିକମ୍ପ ରାଜଧାନୀ କାରାକାସରେ ସବୁଠାରୁ ଅଧିକ ତୀବ୍ର ଥିଲା, ଯେଉଁଠାରେ ଅନେକ କୋଠା ଭୁଷୁଡି ପଡିଛି।
ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଭୟରେ କାରାକାସରେ, ବାସିନ୍ଦାମାନେ ଦୋହଲି ଯାଉଥିବା କୋଠାରୁ ବାହାରକୁ ଦୌଡ଼ି ଆସିଥିଲେ। ଅନେକ କୋଠା ଭୁଶୁଡ଼ି ପଡ଼ିଥିଲା। ବ୍ୟସ୍ତବହୁଳ ବଜାର ଧ୍ୱଂସାବଶେଷ ହୋଇଯାଇଥିଲା। USGS ଅନୁଯାୟୀ, ଭେନେଜୁଏଲାରେ ଭୂମିକମ୍ପରେ ଅନେକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା କରାଯାଉଛି। ତଥାପି, ଏପର୍ଯ୍ୟନ୍ତ କୌଣସି ସରକାରୀ ସଂଖ୍ୟା ପ୍ରକାଶ କରାଯାଇ ନାହିଁ।

 

 

Odisha’s No.1 Odia Daily

Share