ଥରିଲା ତାଇଓ୍ବାନ

ତାଇପେଇ,୧୭ା୯: ଶନିବାର ଦକ୍ଷିଣ ପୂର୍ବ ତାଇଓ୍ବାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ରିପୋର୍ଟ ହୋଇନାହିଁ। ତେବେ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରେ ଭୂକମ୍ପର ତୀବ୍ରତା ରହିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ କହିଛି ଯେ, ଏହି ଭୂକମ୍ପ କେନ୍ଦ୍ର ତାଇତୁଙ୍ଗ ଜିଲାର ଗୁଆନଶାନ ଟାଉନଶିପ୍‌ ନିକଟରେ ୧୦ କିଲୋମିଟର ଗଭୀରରେ ଥିଲା।

ଏହା ଏକ ସମତଳ ଅଞ୍ଚଳ। ଯାହାକି ଧାନକ୍ଷେତ ପାଇଁ ଜଣାଶୁଣା ଅଟେ। ଏହି ଅଞ୍ଚଳର ଜନସଂଖ୍ୟା ପ୍ରାୟ ୮,୫୦୦। ତାଇଓ୍ବାନର ଅଗ୍ନିଶମ ବିଭାଗ କହିଛି ଯେ, କ୍ଷୟକ୍ଷତିର ଖବର ଏପର୍ଯ୍ୟନ୍ତ ମିଳିନାହିଁ।

Share