ପାପୁଆ ନ୍ୟୁ ଗିନିରେ ଭୂକମ୍ପ ଝଟ୍‌କା ଅନୁଭୂତ

ପୋର୍ଟ ମୋର୍ସି,୧୭।୭: ପାପୁଆ ନ୍ୟୁ ଗିନିର ଉପକୂଳବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ପାପୁଆ ନ୍ୟୁ ଗିନିର ଉତ୍ତର-ଉତ୍ତର-ପଶ୍ଚିମ ପପୋନାଡେଟାରେ ହୋଇଥିବା ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୭.୨ ରହିଛି। ଏହାର କେନ୍ଦ୍ରସ୍ଥଳ ୮୦ କିଲୋମିଟର ଦୂରରେ ରହିଥିଲା ବୋଲି ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗ ସୂଚନା ଦେଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଭୂକମ୍ବ ସମୟରେ ଲୋକମାନେ ଭୟଭୀତ ହୋଇପଡ଼ି ଘରୁ ବାହାରକୁ ପଳାଇଆସିଥିଲେ। ଅନ୍ୟପଟେ ଆମେରିକାର ପ୍ରଶାନ୍ତ ସୁନାମି ଚେତାବନୀ କେନ୍ଦ୍ର କହିଛି ଯେ, ଭୂକମ୍ପର ୩୦୦ କିଲୋମିଟର ମଧ୍ୟରେ ଏକ ବିପଜ୍ଜନକ ସୁନାମି ହେବାର ସମ୍ଭାବନା ରହିଛି। ଦେଶର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକରେ ସବୁଠାରୁ ଅଧିକ ପ୍ରଭାବିତ ହୋଇପାରେ।

Share