ନେପାଳରେ ଭୂକମ୍ପ: ୬ ମୃତ

କାଠମାଣ୍ଡୁ,୯।୧୧:ନେପାଳ ଦୋତି ଜିଲାରେ ବୁଧବାର ଭୋରରୁ ବଡ଼ ଧରଣ ଭୂ-କମ୍ପ ହୋଇଥିବାବେଳେ ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ୫ ଜଣ ଶୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସ୍ଥାନୀ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି। ଭୂମିକମ୍ପର ତିବ୍ରତା ଏତେ ଅଧିକ ଥିଲା ଯେ, ନେପାଳ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଏହା ଅନୁଭୂତ ହୋଇଥିବା କୁହାଯାଇଛି। ହିମାଳ ଏବଂ ନୂଆଦିଲ୍ଳୀର ସୀମାବର୍ତ୍ତୀ ଅଞ୍ଚଳରେ ଏହା ଅନୁଭୂତ ହୋଇଛି। ଗ୍ରାମରବହୁଘର ନଷ୍ଟ ହୋଇଥିବା ଜଣାପଡ଼ିଛି।
ଦୁଇଟି ହେଲିକପ୍ଟ ଯୋଗେ ନେପାଳ ଆର୍ମି ପକ୍ଷରୁ ରେସ୍କ୍ୟୁ ଅପରେଶନ୍‌ କରାଯାଇଥିବାବେଳେ ନେପାଳଗଞ୍ଜ, ନାରାୟଣ ସିଲ୍‌ଓ୍ବାରେ ଜରୁରିକାଳିନ ସ୍ଥିତି ପାର୍ଇ ରେସ୍କ୍ୟୁ ଟିମ୍‌ ମୁତୟନ କରାଯାଇଛି। ନେପାଳ ପ୍ରଧାନମନ୍ତ୍ରୀ ଶେର୍‌ ବାହାଦୁର ଦେଉବା ଟୁଇଟର ପୋଷ୍ଟ ଯୋଗେ ମୃତକଙ୍କ ପରିବାରକ ସମବେଦନା ଜଣାଇଛନ୍ତି। ଏଥିସହ ଆହତମନଙ୍କୁ ଆବଶ୍ରକ ଚିକିତ୍ସା ସୁବିଧା ଯୋଗାଇ ଦିଅଯିବ ବୋଲି ଶେର ବାହାଦୁର ପୋଷ୍ଟ ଜରିଆରେ କହିଛନ୍ତି।
୬.୬ ମ୍ୟାଗ୍‌ନିଚ୍ୟୁଡ୍‌ ତିବ୍ରତା ବିଶିଷ୍ଟ ଭୂ-କମ୍ପ ଅନୁଭୂତ ହୋଇଥିବାବେଳେ ଆମେରିକା ଭୌଗୋଳିକ ସର୍ଭେ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ନେପାଳରେ ଅନୁଭୂୂତ ଭୂକମ୍ପର ତିବ୍ରତା ୫.୬ ମ୍ୟାଗ୍‌ନିଚ୍ୟୁଡ୍‌ କୁହାଯାଇଛି। ୨୦୧୫ରେ ନେପାଳରେ ଏକ ବିରାଟ ଭୂମିକମ୍ପରେ ହୋଇଥିବାବେଳେ ୯ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

Share