Categories: ଜାତୀୟ

ଥରିଲା ଜମ୍ମୁ-କଶ୍ମୀର

ଶ୍ରୀନଗର,୧୭।୨: ଜମ୍ମୁ-କଶ୍ମୀରରେ ଗୁରୁବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ଏକ ଭୂକମ୍ପ  ସକାଳ ୩.୨ରେ ପୂର୍ବ କଟ୍‌ରାରେ ଘଟିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ୩.୫ ଥିଲା। ଭୂକମ୍ପର କମ୍ପନ ଅନୁଭବ କରିବା ପରେ ଲୋକମାନେ ଘରୁ ବାହାରକୁ ଆସିଥିଲେ। ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ। ଏହାପୂର୍ବରୁ ଫେବୃୟାରୀ ୧୬ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ପାହଲଗାମର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୧୫ କିଲୋମିଟର ଅଞ୍ଚଳରେ ଥିଲା। ଏହାର ତୀବ୍ରତା ୩.୨ ଥିଲା। ଏହାପୂର୍ବରୁ ଫେବୃୟାରୀ ୧୦ରେ ଏକ ପର୍ଯ୍ୟଟନ ସ୍ଥଳ ଗୁଲମର୍ଗରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।

Share