Categories: ଜାତୀୟ

ଥରିଲା ଆସାମ

ଦିଶପୁର,୭।୭: ଆସାମର ଗୋଲପାରାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ରହିଛି। ସକାଳ ୮ଟା ୪୫ ଉତ୍ତର ବଙ୍ଗାଲ, ଦାର୍ଜିଲିଂ ଓ କୁଚ ବିହାରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମେଘାଳୟର ତୁରା ଅଞ୍ଚଳରେ ରହିଥିଲା ବୋଲି ଜାତୀୟ ଭୂଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭୂକମ୍ପ ସମୟରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ରହିଛି।

Share