ସୋଲୋମନ ଦ୍ୱିପରେ ୬.୦ ତୀବ୍ରତାର ଭୂକମ୍ପ

ମଲଂଗୋ,୨୮ ।୩: ସୋଲୋମନ ଦ୍ୱିପରେ ମଙ୍ଗଳବାର ଭୋର ସମୟରେ ଏକ ଭୂକମ୍ପ ଅନୁଭୁତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(ଏନସିଏସ) ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ମପାଯାଇଛି ।
ନୂଆଦିଲ୍ଲୀ ସ୍ଥିତ ଏନସିଏସ ତା’ର ଅଫିସିୟାଲ ଟୁଇଟର ହ୍ୟାଣ୍ଡେଲରେ ଲେଖିଛି, ଭୂକମ୍ପ ଭାରତୀୟ ସମୟ ଅନୁସାରେ ସକାଳ ବା ଭୋର ୩ଟା ୪୯ରେ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ର ହୋନିୟାରାର ପଶ୍ଚିମ ଉତ୍ତର ପଶ୍ଚିମରେ ୯୫ କିଲୋମିଟର ଗଭିରତାରେ ରହିଥିଲା ।

Share