Categories: ଜାତୀୟ

ହିମାଚଳ ପ୍ରଦେଶରେ ଭୂକମ୍ପ

ଶିମଲା,୨୬।୧୦: ହିମାଚଳ ପ୍ରଦେଶର ଧର୍ମଶାଳା ଅଞ୍ଚଳରେ ବୁଧବାର ୫,୪୦ ମିନିଟ୍‌ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତିବ୍ରତା ୩.୫ ରେକର୍ଡ ହୋଇଥିବା ବେଳେ ଆକ୍ଷାଂଶ ୩୨.୯୯ ଏବଂ ଦ୍ରାଘିମା ୭୬.୨୮ ରହିଛି। ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।

Share