ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପରେ ମୃତକଙ୍କ ସଂଖ୍ୟା ବଢୁଛି

କାବୁଲ,୨୨ା୬: ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ ହୋଇଛି। ଫଳରେ ୧୦୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା।

ଏକ ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ପୂର୍ବ ଆଫଗାନିସ୍ତାନର ଖୋସ୍ତ ସହରଠାରୁ ୪୪ କିମି ଦୂରରେ ହୋଇଥିଲା। ଏହି ଭୂକମ୍ପ ପ୍ରଭାବରେ ଆଫଗାନିସ୍ତାନର ପାକଟିକା ପ୍ରାନ୍ତରରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ପାକିସ୍ତାନର ପେଶାଓ୍ବର, ଇସ୍‌ଲାମାବାଦ, ଲାହୋର ଏବଂ ପଞ୍ଜାବ ତଥା ଖୈବର ପଖତୁନଖ୍ବା ପ୍ରାନ୍ତର ବିଭିନ୍ନ ଅଞ୍ଚଳ ଏପରିକି ଭାରତ ପର୍ଯ୍ୟନ୍ତ ଏହି ଭୟଙ୍କର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ଆଫଗାନିସ୍ତାନରେ ଅନେକ ବଡ଼ ବଡ଼ କୋଠା ଭୁଶୁଡି ପଡ଼ିଛି। ଫଳରେ କୋଠା ତଳେ ଚାପି ହୋଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ମୃତ୍ୟୁସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Share