ଚନ୍ଦ୍ରପୃଷ୍ଠରୁ ଦୃଶ୍ୟମାନ ପୃଥିବୀ

”ଚନ୍ଦ୍ରାଭିଯାନ ଦ୍ୱାରା ବୈଜ୍ଞାନିକମାନେ କେବଳ ଯେ ଚନ୍ଦ୍ର ଉପରେ ତଥ୍ୟ ସଂଗ୍ରହ କରିଛନ୍ତି ତା’ ନୁହେଁ, ଚନ୍ଦ୍ରରେ ଅବସ୍ଥାନ କରି ଚନ୍ଦ୍ରପୃଷ୍ଠରୁ ପୃଥିବୀର ଫଟୋ ମଧ୍ୟ ଉତ୍ତୋଳନ କରିଛନ୍ତି, ଯାହା ବିଶେଷକରି ଆଲୋଚନାର ପରିଧିକୁ ଆସି ନ ଥାଏ। ତନ୍ମଧ୍ୟରୁ ୩ଟି ଫଟୋକୁ ଶ୍ରେଷ୍ଠ ଛାୟାଚିତ୍ର ବା Iconic Image ର ମର୍ଯ୍ୟାଦା ମିଳିଥାଏ, ଯାହାକି ଏହି ନିବନ୍ଧର ଆଲୋଚ୍ୟ ବିଷୟ। ସେଗୁଡ଼ିକ ହେଲା ପୃଥିବୀର ଉଦୟ (Earth Rise), ନୀଳ ମାର୍ବଲ (Blue Marble) ଏବଂ ଈଷତ୍‌ ଝାପ୍ସା ନୀଳ ବିନ୍ଦୁ (The Pale Blue Dot)।“

ପୃଥିବୀ ବାହାରେ ଥିବା ପିଣ୍ଡଗୁଡ଼ିକର ସନ୍ଧାନ ପାଇଁ ପୃଥିବୀର ଆବଦ୍ଧ ଶୃଙ୍ଖଳର ବାହାରକୁ ଯାଇ ରୁଷିଆ ମାନବବିହୀନ ଯାନର ପରିକଳ୍ପନାରେ ନିୟୋଜିତ ଥିବାବେଳେ ଆମେରିକା ମାନବଯୁକ୍ତ ଯାନର ଗବେଷଣାରେ ଲିପ୍ତ ଥାଏ। ମାତ୍ର ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଜୟ ହୁଏ ବିଜ୍ଞାନର ଆଉ ସ୍ବର୍ଗକୁ ନିଶୁଣୀ ପରି ଖ-ଗୋଳୀୟ ପିଣ୍ଡଗୁଡ଼ିକର ରହସ୍ୟ ଉନ୍ମୋଚନ କରିବାର ଦ୍ୱାର ଉନ୍ମୁକ୍ତ ହୁଏ। ୧୯୫୯ ମସିହା ସେପ୍ଟେମ୍ବର ୧୩ ତାରିଖରେ ରୁଷିଆର ‘ଲୁନା-୨’ ପ୍ରଥମେ ଚନ୍ଦ୍ର ପୃଷ୍ଠରେ ଅବତରଣ କରେ। ରୁଷିଆର ମାନବ ବିହୀନ ଯାନ ଚନ୍ଦ୍ରକୁ ସ୍ପର୍ଶ କରିବାର ୧୦ ବର୍ଷ ପରେ ଆମେରିକାର ଅଭିଯାନ ସଫଳ ହୁଏ, ଆଉ ନୀଲ୍‌ ଆର୍ମଷ୍ଟ୍ରଙ୍ଗ ୧୯୬୯ ମସିହା ଜୁଲାଇ ୨୧ରେ ଚନ୍ଦ୍ରକୁ ଛୁଇଁବାରେ ପ୍ରଥମ ସଫଳ ପୃଥିବୀବାସୀ ବନିଯାଆନ୍ତି। ୨୪,୦୦୦ ମାଇଲ ଦୂରରେ ଥାଇ ପୃଥିବୀର ଅଗଣିତ ଜନମାନସ ସକାଶେ ଆର୍ମଷ୍ଟ୍ରଙ୍ଗଙ୍କ ତୁଣ୍ଡରୁ “That’s One Small Step for Man, One Giant Leap For Mankind”ର ବାର୍ତ୍ତା ଆଜି ମଧ୍ୟ ବହୁ ଗୁରୁତ୍ୱ ବହନ କରେ।
ଧୀରେ ଧୀରେ ଅନ୍ୟ ଦେଶଗୁଡ଼ିକ ପୃଥିବୀ ବାହାରେ ଅବସ୍ଥାନ କରୁଥିବା ଗ୍ରହ ନକ୍ଷତ୍ରର ଖୋଜ୍‌ରେ ଲାଗିପଡ଼ନ୍ତି, ଆଉ ଆମ ଦେଶ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡ଼େନି। ୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଭାରତ ନିଜର ନାମକୁ ବିଶ୍ୱ ସମୁଦାୟ ସମ୍ମୁଖରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରେ ‘ଚନ୍ଦ୍ରଯାନ-୧’କୁ ଚନ୍ଦ୍ରକୁ ପ୍ରେରଣ କରି। ‘ଚନ୍ଦ୍ରଯାନ-୧’ର ସଫଳତା ପରେ ‘ଚନ୍ଦ୍ରଯାନ-୨’କୁ ୨୨ ଜୁଲାଇ ୨୦୧୯ ଦିନ ୨:୪୩ ମିନିଟ ସମୟରେ ଶ୍ରୀହରିକୋଟାର ସତୀଶ ଧାୱନ ଉତ୍‌କ୍ଷେପଣ କେନ୍ଦ୍ରରୁ ମହାକାଶକୁ ପଠାଇବାରେ ମଧ୍ୟ ସଫଳ ହୁଏ। ବିଭିନ୍ନ ଦେଶ ଦ୍ବାରା ସଂଘଟିତ ଚନ୍ଦ୍ରାଭିଯାନରୁ ଚନ୍ଦ୍ର ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଛି। ତନ୍ମଧ୍ୟରୁ ଚନ୍ଦ୍ରପୃଷ୍ଠର ଗଠନ, ଭୂମିରୂପ, ଶିଳା ସମ୍ବନ୍ଧୀୟ ତଥ୍ୟ, ଆଗ୍ନେୟ ଉଦ୍‌ଗିରଣ, ଚନ୍ଦ୍ରର ଉତ୍ପତ୍ତି ଅନ୍ୟତମ।
ଚନ୍ଦ୍ରାଭିଯାନ ଦ୍ୱାରା ବୈଜ୍ଞାନିକମାନେ କେବଳ ଯେ ଚନ୍ଦ୍ର ଉପରେ ତଥ୍ୟ ସଂଗ୍ରହ କରିଛନ୍ତି ତା’ ନୁହେଁ, ଚନ୍ଦ୍ରରେ ଅବସ୍ଥାନ କରି ଚନ୍ଦ୍ରପୃଷ୍ଠରୁ ପୃଥିବୀର ଫଟୋ ମଧ୍ୟ ଉତ୍ତୋଳନ କରିଛନ୍ତି, ଯାହା ବିଶେଷ କରି ଆଲୋଚନାର ପରିଧିକୁ ଆସି ନ ଥାଏ। ତନ୍ମଧ୍ୟରୁ ୩ଟି ଫଟୋକୁ ଶ୍ରେଷ୍ଠ ଛାୟାଚିତ୍ର ବା Iconic Image ର ମର୍ଯ୍ୟାଦା ମିଳିଥାଏ, ଯାହାକି ଏହି ନିବନ୍ଧର ଆଲୋଚ୍ୟ ବିଷୟ। ସେଗୁଡ଼ିକ ହେଲା ପୃଥିବୀର ଉଦୟ (Earth Rise), ନୀଳ ମାର୍ବଲ (Blue Marble) ଏବଂ ଈଷତ୍‌ ଝାପ୍ସା ନୀଳ ବିନ୍ଦୁ (The Pale Blue Dot)।
୧୯୬୮ ମସିହାରେ ଆଣ୍ଡରସଙ୍କ ନେତୃତ୍ୱରେ ‘ଆପୋଲୋ-୮’ ଚନ୍ଦ୍ରକୁ ପରିକ୍ରମା କରିଥିଲା। କିନ୍ତୁ ଦୁଃଖର କଥା, ଭିଏଟ୍‌ନାମ ଯୁଦ୍ଧ, ମାର୍ଟିନ ଲୁଥର କିଙ୍ଗ ଜୁନିଅର ଆଉ ରବର୍ଟ କେନେଡିଙ୍କ ବର୍ବର ହତ୍ୟା ତଥା ଶୀତଳ ଯୁଦ୍ଧର ଭୟାବହ, ଆପୋଲୋ-୮ ଦ୍ବାରା ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପୂର୍ବରୁ ‘ଆପୋଲୋ-୮’ ମିଶନକୁ ବନ୍ଦ କରିବାକୁ ବାଧ୍ୟ ହୁଅନ୍ତି ଆଣ୍ଡରସ। ଆଉ ମିଶନ ‘ଆପୋଲୋ-୮’ ବନ୍ଦ ହେବାର କିଛିକ୍ଷଣ ପୂର୍ବରୁ ପୃଥିବୀର ଏକ ଫଟୋ ଉତ୍ତୋଳନ କରିଥିଲେ ଆଣ୍ଡରସ, ଯାହାକୁ ପୃଥିବୀର ଉଦୟ ନାମରେ ନାମିତ କରାଯାଇଛି । ଆଣ୍ଡରସଙ୍କ କହିବାନୁଯାୟୀ, ଚନ୍ଦ୍ରକୁ ପ୍ରଦକ୍ଷିଣ କରିବାର ଅନ୍ତିମ ସମୟରେ ସମ୍ପୂର୍ଣ୍ଣ ଅନ୍ଧକାରମୟ ବ୍ରହ୍ମାଣ୍ଡରେ ଏକ ମନୋମୁଗ୍ଧକର ଉଦ୍‌ଘୋଷିତ, ଉଜ୍ଜ୍ୱଳ ପିଣ୍ଡର ଆବିର୍ଭାବ ହେବା ପରି ପ୍ରତୀୟମାନ ହୁଏ। ଏହି ମହାର୍ଘ୍ୟ ସମୟକୁ କ୍ୟାମେରାରେ ବନ୍ଦି କରିବା ପରେ, ଜଣାପଡ଼େ ଏହା ଏକ ପୃଥିବୀର ଫଟୋଚିତ୍ର ବୋଲି। ପୃଥିବୀର ଜନମାନସ ଯୁଦ୍ଧରେ ଲିପ୍ତ ଥିବାବେଳେ, ଚନ୍ଦ୍ରପୃଷ୍ଠରୁ ଜଣାପଡ଼େ ସତେ ଅବା ସଭିଏଁ କାନ୍ଧରେ କାନ୍ଧ ମିଳାଇ ଏକ ମାନବ ଶୃଙ୍ଖଳ ଗଠନ କରିବାର ଏକ ସକ୍ରିୟ ଭୂମିକାରେ ଅବତୀର୍ଣ୍ଣ। ଯୁଦ୍ଧର ଅବସାନ ହେବ, ଆଉ ପୃଥିବୀର ଜନବାସୀମାନେ ପରସ୍ପର ମଧ୍ୟରେ ଏକ ଭ୍ରାତୃଭାବର ପରିଚୟ ନେଇ ସଂକୀର୍ଣ୍ଣ ଚିନ୍ତାଧାରାରୁ ଉପରକୁ ଉଠିବେ ବୋଲି ଆଶାବାନ୍ଧି ଏକ ନୂତନ ପୃଥିବୀର ପରିକଳ୍ପନା କରିବା ଆଶାରେ, ଆଣ୍ଡରସ ଉକ୍ତ ଚମତ୍କାର ଦୃଶ୍ୟମାନ ହେଉଥିବା ଫଟୋକୁ ‘ପୃଥିବୀର ଉଦୟ’ ବୋଲି ଯଥାର୍ଥ ନାମକରଣ କରିଥିଲେ।
ଯେତେବେଳେ ଶୀତଳ ଯୁଦ୍ଧ, ଭିଏତନାମ ଯୁଦ୍ଧ ଯୋଗୁଁ ରାଷ୍ଟ୍ର ରାଷ୍ଟ୍ର ବିରୋଧରେ ସଂଗ୍ରାମ ଏବଂ ଲକ୍ଷ ଲକ୍ଷ ନୀରିହ ବ୍ୟକ୍ତି ବିନା କାରଣରେ ମୃତ୍ୟୁପଥର ଯାତ୍ରୀ ହୋଇଥାନ୍ତି, ସେତେବେଳେ ‘ପୃଥିବୀର ଉଦୟ’ ଫଟୋଟି ’ପ୍ରାଚୁର୍ଯ୍ୟମୟ ଜୀବନର’ ଏକ ପ୍ରତୀକ ରୂପେ ଦଣ୍ଡାୟମାନ ହୁଏ। ଭୂପୃଷ୍ଠରୁ ଖାଦ୍ୟ ସଙ୍କଟକୁ ଦୂରୀଭୂତ କରି, ଦେଶ ଦେଶକୁ ପ୍ରାଚୁର୍ଯ୍ୟ ତଥା ସବୁଜିମାରେ ଭରିଦେବା ସକାଶେ ଏକ ସବୁଜ ଆଉ ସୁନ୍ଦର ପୃଥିବୀର ବାର୍ତ୍ତା ପ୍ରେରଣ କରେ। ପରିଣାମ ସ୍ବରୂପ, ପୃଥିବୀ ଉଦୟ ବାର୍ତ୍ତାକୁ ପାଥେୟକରି ଭାରତ ସମେତ ଅନ୍ୟ ରାଷ୍ଟ୍ରମାନେ ସବୁଜ ବିପ୍ଳବକୁ ଆଦରି ନିଅନ୍ତି।
ପ୍ରଥମ ଫଟୋଚିତ୍ର ଉତ୍ତୋଳନ ହେବାର ୪ ବର୍ଷର ଅବ୍ୟାହତି ପରେ ୧୯୭୨ ମସିହାର ଶେଷ ଆଡ଼କୁ ଏବଂ ଶେଷ ମାନବଯୁକ୍ତ ଯାନ ‘ଆପୋଲୋ -୧୭’ ଦ୍ୱାରା ଦ୍ୱିତୀୟ ଫଟୋ ଉଠାଯାଏ। ଏହାକୁ ‘ନୀଳ ମାର୍ବଲ’ ବା Blue Marble ନାମରେ ନାମିତ କରାଯାଇଛି। ଏହି ଫଟୋଟି ମଧ୍ୟ ‘ପୃଥିବୀର ଉଦୟ’ ପରି ଏକ ଲୋକପ୍ରିୟ ଚିତ୍ର। ନୀଳ ମାର୍ବଲ ଫଟୋଟି ଭୂମଣ୍ଡଳ ସଂପୂର୍ଣ୍ଣ ଆଲୋକିତ ଥିବାବସ୍ଥାରେ ଉଠାଯାଇଥିଲା।
ସୂର୍ଯ୍ୟ ତାପ ଓ ବାୟୁ ପ୍ରବାହର ଅସାମଞ୍ଜସ୍ୟ ହେତୁ ପ୍ରକୃତିର ପ୍ରମତ୍ତ ରୂପକୁ ଘୂର୍ଣ୍ଣିବାତ୍ୟା କୁହାଯାଏ। ଘୂର୍ଣ୍ଣିବାତ୍ୟା ମାତ୍ର କିଛି କ୍ଷଣରେ ସୃଷ୍ଟି କରେ ଧ୍ୱଂସର ମହତାଣ୍ଡବ। ମାତ୍ର କିଛି ଘଣ୍ଟାର ରଣତାଣ୍ଡବ ଉଜାଡ଼ି ଦେଇଥାଏ କେତେ କେତେ ନିରୀହ ମଣିଷର ଘର ସଂସାର ଆଉ ଧ୍ୱଂସ କରେ ଅସଂଖ୍ୟ ଅମୂଲ୍ୟ ଜୀବନ। ବାୟୁ ପ୍ରବାହର ଅସାମଞ୍ଜସ୍ୟ ହେତୁ ସମୁଦ୍ରପୃଷ୍ଠରେ ସୃଷ୍ଟି ହେଉଥିବା ତରଙ୍ଗ ଏବଂ ତରଙ୍ଗର ଗତିପଥ ଜଣା ପଡୁଥିଲା ‘ନୀଳ ମାର୍ବଲ’ ଫଟୋରୁ। ଠିକ୍‌ ସେହିପରି ‘ନୀଳ ମାର୍ବଲ’ ଫଟୋଟି ମଧ୍ୟ ବାନ୍ଧି ରଖିଥିଲା ଚେନ୍ନାଇ ଠାରେ ସଂଘଟିତ ହୋଇଥିବା ଘୁର୍ଣ୍ଣିଝଡ଼କୁ। ସେ ସମୟରେ ପାଣିପାଗ ବିଜ୍ଞାନର ପ୍ରଭୃତ ଉନ୍ନତି ଘଟି ନ ଥିବାରୁ ଆଗୁଆ ସତର୍କ ସୂଚନା ପ୍ରଦାନ କରାଯାଇ ପାରୁ ନ ଥିଲା। ‘ନୀଳ ମାର୍ବଲ’ ଫଟୋଟି ଥିଲା ପାଣିପାଗ ବିଜ୍ଞାନୀଙ୍କ ପାଇଁ ବରଦାନ ସଦୃଶ। ଘୂର୍ଣ୍ଣିଝଡ଼ର ରୂପରେଖକୁ ଠିକ୍‌ ନିର୍ଣ୍ଣୟ କରିବା ସଙ୍ଗେ ସଙ୍ଗେ ଆଗୁଆ ସୂଚନା ପ୍ରଦାନ କରିବାରେ ‘ନୀଳ ମାର୍ବଲ’ ଫଟୋଟି ପାଣିପାଗ ବିଜ୍ଞାନର ଭିତ୍ତିପ୍ରସ୍ତର ପକାଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। (କ୍ରମଶଃ..)

-ଡ. ପ୍ରଶାନ୍ତ କୁମାର ମିଶ୍ର

– ସହକାରୀ ପ୍ରଫେସର, ଭୂତତ୍ତ୍ୱ ବିଜ୍ଞାନ ବିଭାଗ, ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟ, କେନ୍ଦୁଝର
ମୋ : ୯୯୬୭୩୪୦୪୦୪


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri