Posted inଫୁରସତ

ଖାଦ୍ୟ ସୁରକ୍ଷା ଲାଗି ମାଟି ମାଆର ଯତ୍ନ ଜରୁରୀ

ମାଟି ହେଉଛି ମାଆ। ତା’ରି କୋଳରେ ଜୀବଜଗତ ଜନ୍ମ ଲାଭ କରେ ଆଉ ତା’ରି କୋଳରେ ମୃତ୍ୟୁବରଣ କରେ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ କୋଳରେ ଜୀବଜଗତକୁ ଧରି ରଖିବା ସହିତ ତା’ର ନାନାବିଧ ଆବଶ୍ୟକତା ମଧ୍ୟ ପୂରଣ କରେ। ସେ ମନୁଷ୍ୟ ହୁଅନ୍ତୁ କିମ୍ବା ପଶୁପକ୍ଷୀ କିମ୍ବା ବୃକ୍ଷଲତା, ସମସ୍ତେ ମୃତ୍ତିକାରୁ ହିଁ ନିଜର ଖାଦ୍ୟ ଓ ପାନୀୟ ସଂଗ୍ରହ କରିଥାନ୍ତି। ଏହି ମାଟି ମାଆର ଉପଯୁକ୍ତ ଯତ୍ନ ପାଇଁ ୨୦୧୩ରୁ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ରୂପେ ସମଗ୍ର ପୃଥିବୀରେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସ ଲାଗି ଶୀର୍ଷକ ରହିଛି Halt soil salinization and boost soil productivity (ମୃତ୍ତିକାକୁ ଲବଣାକ୍ତରୁ ରକ୍ଷାକର ଏବଂ ଉତ୍ପାଦକତା ବଢ଼ାଅ)। ଅର୍ଥାତ୍‌ ମୃତ୍ତିକାକୁ ଆମେ କିପରି ଲବଣାକ୍ତ ହେବାରୁ ରକ୍ଷାକରିବା ଓ ତା’ର ଉତ୍ପାଦକତା ବଢ଼ାଇବା। ସମଗ୍ର ପୃଥିବୀରେ ଏକ ତୃତୀୟାଂଶ ମୃତ୍ତିକା ଅବକ୍ଷୟ ଜର୍ଜରିତ। ଆମ ଦେଶରେ ୧୨୦.୭ ନିୟୁତ ହେକ୍ଟର ଜମି ଅବକ୍ଷୟିତ। ଅର୍ଥାତ୍‌ ମୋଟ କ୍ଷେତ୍ରଫଳର (୩୨୯ ନିୟୁତ ହେକ୍ଟର) ୩୭ ଭାଗ। ତେଣୁ ଆମ ମୃତ୍ତିକାକୁ ପ୍ରଦୂଷଣ ଓ ଅବକ୍ଷୟଜନିତ କ୍ରିୟାରୁ ବଞ୍ଚାଇବାକୁ ପଡିବ।
ଆଜି ଆମ ସମ୍ମୁଖରେ ଯେଉଁ ମାଟି ଦୃଶ୍ୟମାନ ତାହା ବର୍ଷେ, ଦୁଇବର୍ଷ କିମ୍ବା ଶହେ ବର୍ଷର ମାଟି ନୁହେଁ। ଏହା ଲକ୍ଷ ଲକ୍ଷ ବର୍ଷର ମାଟି। ସାଧାରଣତଃ ବୁଝିବାକୁ ଗଲେ ଏକ ସେଣ୍ଟିମିଟର ମାଟି ପାଇଁ ପ୍ରାୟ ୨୦୦-୪୦୦ ବର୍ଷ ସମୟ ଲାଗିଥାଏ। ଏହି ମୃତ୍ତିକା ପୁଣି ଉର୍ବର ମାଟିରେ ପରିଣତ ହେବା ପାଇଁ ଆହୁରି ୩୦୦୦ ବର୍ଷ ସମୟ ଲାଗେ। ଏଥିରୁ ଅନୁମାନ କରାଯାଇପାରିବ ଯେ, ଆମ ଚତୁଃପାର୍ଶ୍ୱରେ ଦେଖାଯାଉଥିବା ଗଭୀର ମାଟି କେତେ ଲକ୍ଷ ବର୍ଷର ସୃଷ୍ଟି। କିନ୍ତୁ ପରିତାପର ବିଷୟ ଏହି ଯେ, ପ୍ରତିବର୍ଷ ହେକ୍ଟର ପିଛା ଆମର ହାରାହାରି ମୃତ୍ତିକା କ୍ଷୟ ହେଉଛି ୧୬.୪ ଟନ । ଏହି ମୃତ୍ତିକା ତାହା ସହିତ ଅତ୍ୟନ୍ତ ମୂଲ୍ୟବାନ୍‌ ଖାଦ୍ୟ ପଦାର୍ଥ (ଯବକ୍ଷାରଜାନ, ଫସ୍‌ଫରସ୍‌, ପଟାସିୟମ ଇତ୍ୟାଦି) ଅଣୁସାର ଓ ଅନ୍ୟାନ୍ୟ ପଦାର୍ଥ ଜଳ ସ୍ରୋତ ସହିତ ସମୁଦ୍ରକୁ ନେଇଯାଉଛି ଓ ମୃତ୍ତିକା ଉର୍ବରତା ହ୍ରାସ କରୁଛି। ଆଜିକାଲି ଆମେ ଆମର ବିଭିନ୍ନ କାର୍ଯ୍ୟକଳାପ ଦ୍ୱାରା ମୃତ୍ତିକା ପ୍ରଦୂଷଣ ବଢ଼ାଇବାରେ ଲାଗିଛେ। ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ମାଟିରେ ମିଶାଇ ଦେଉଛୁ ଏବଂ ତାହା ବିଘଟିତ ନ ହୋଇ ପଡ଼ିରହୁଛି। ମୃତ୍ତିକାର ମୁଖ୍ୟତଃ ୪ଟି ବଡ଼ ଅବଦାନ ରହିଛି। ଯଥା: (୧) ଜଳଧାରଣ କ୍ଷମତା, (୨) ବୃକ୍ଷଲତା ଖାଦ୍ୟଧାରଣ କ୍ଷମତା, (୩) ବିଘଟନ କ୍ଷମତା ଓ (୪) ସନ୍ତୁଳନ କ୍ଷମତା I ଏହି ଚାରୋଟି କାର୍ଯ୍ୟ ମଧ୍ୟରୁ ବିଘଟନ କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାଟିରେ ବିଭିନ୍ନ ପ୍ରକାର ଅଣୁଜୀବ ବାସ କରନ୍ତି। ଯଥା: (୧) ଯବକ୍ଷାରଜାନ ବିବନ୍ଧକ, (୨) ଫସ୍‌ଫରସ୍‌ ଓ ଗନ୍ଧକ ଦ୍ରାବକ, (୩) ଜୈବିକ ବିଘଟକ, ଅମ୍ଳଜାନ ପ୍ରେରକ (ଜିଆ) ଇତ୍ୟାଦି ଇତ୍ୟାଦି। ଆମ ଓଡ଼ିଶାରେ ପ୍ରାୟ ୪୮୫ କିଲୋମିଟରର ସମୁଦ୍ର ତଟ ଅଛି, ଯାହାକି ଆମେ ସନ୍ତୁଳିତ ଭାବରେ ବ୍ୟବହାର ନ କଲେ ସମଗ୍ର ତଟ ଅଞ୍ଚଳରେ ଲୁଣI ମାଡ଼ିଯିବାର ସମ୍ଭାବନା ରହିଛି I ଅର୍ଥାତ୍‌ ସମୁଦ୍ରକୂଳିଆ ଅଞ୍ଚଳରେ ନିର୍ଦ୍ଧାରିତ ଗଭୀରତାଠାରୁ ଅଧିକ ଗଭୀରତାରୁ ନଳକୂପ ସାହାଯ୍ୟରେ ଭୂଜଳ ଉତ୍ତୋଳନ କଲେ, ସମୁଦ୍ର ପାଣି ସ୍ଥଳଭାଗକୁ ପ୍ରବେଶ କରି ସମଗ୍ର ମୃତ୍ତିକା ସ୍ତରକୁ ଲବଣାକ୍ତ କରିଦେବ ଓ ଫସଲ ଚାଷ ହୋଇ ପାରିବ ନହିଁ I ସେହିପରି ପାହାଡ଼ିଆ ଅଞ୍ଚଳ ଢାଲୁ ହୋଇଥିବାରୁ ମୃତ୍ତିକା କ୍ଷୟ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନ ନେଲେ, ଉର୍ବର ମୃତ୍ତିକା କ୍ଷୟ ହୋଇଯିବା ଫଳରେ ଜମିର ଉତ୍ପାଦିକା ଶକ୍ତି କମିଯିବ।
ପର୍ଯ୍ୟାପ୍ତ ମାତ୍ରାରେ ଗୋବରଖତ ଓ ସବୁଜ ସାର (ଧଣିଚା) ପ୍ରୟୋଗ ଅଭାବରୁ, ଓଡ଼ିଶାର ମୃତ୍ତିକାରେ ଜୈବିକ ଅଙ୍ଗାରକ ବହୁତ ମାତ୍ରାରେ କମିଗଲାଣି I ମୃତ୍ତିକାରେ ଆବଶ୍ୟକ ମାତ୍ରାଠାରୁ ଜୈବିକ ଅଙ୍ଗାରକ କମିଗଲେ, ତା’ର ଜଳଧାରଣ କ୍ଷମତା କମିଯିବ ଓ ଆମେ ଫସଲ ଉତ୍ପାଦନରେ ନାନା ସମସ୍ୟାର ସମ୍ମୁଖୀନ ହେବ। ତେଣୁ ଆମର ଭବିଷ୍ୟତ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମକୁ ଆମର ମୃତ୍ତିକାର ସର୍ବୋତ୍କୃଷ୍ଟ ଯତ୍ନ ନେବା ନିହାତି ଜରୁରୀ I ଆଜି ବିଶ୍ୱ ମୃତ୍ତିକା ଦିବସରେ ଶପଥ ନେବା ଯେ, ମୃତ୍ତିକା ପ୍ରଦୂଷଣମୁକ୍ତ ରଖିବା ଓ ତାହାର ଉର୍ବରା ଶକ୍ତି ଯେମିତି ସବୁଦିନ ପରି ବଜାୟ ରହେ, ସେ ଦିଗରେ କାର୍ଯ୍ୟ କରିବା ସହିତ ଅନ୍ୟମାନଙ୍କୁ ସେ ଦିଗରେ ଅଧିକ ସଚେତନ ହୋଇ କାର୍ଯ୍ୟ କରିବା ପାଇଁ ପ୍ରେରିତ କରିବା।

-ଡ. ପ୍ରମୋଦ କୁମାର ପଣ୍ଡା
ପ୍ରଧାନ ବୈଜ୍ଞାନିକ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ୱର,
ମୋ: ୮୭୬୩୮୪୧୧୦୮


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri