Posted inଫୁରସତ

ଅକ୍ଷମତା ସତ୍ତ୍ୱେ ଅନ୍‌ଲାଇନ ଗେମ୍‌ରୁ ଲକ୍ଷାଧିକ ରୋଜଗାର

ଲଣ୍ଡନ: ବର୍ତ୍ତମାନ ହେଉଛି ଡିଜିଟାଲ ଯୁଗ। ଅନେକ ଲୋକ ସୋସିଆଲ ମିଡିଆ ଜରିଆରେ ଟଙ୍କା ରୋଜଗାର କଲେଣି। ନିକଟରେ ଜଣେ ୧୭ ବର୍ଷୀୟ ଯୁବକ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି। ସେ ଅନ୍‌ଲାଇନ ଭିଡିଓ ଗେମ୍‌ ଖେଳି ଲକ୍ଷପତି ହୋଇଥିବା ଜଣାପଡ଼ିଛି। ରୋଜଗାର କରିଥିବା ଟଙ୍କାକୁ ସେ ତାଙ୍କ ପାଠପଢ଼ା ଏବଂ ଅନ୍ୟ ସଉକ ପୂରଣ କରିବାରେ ଲଗାନ୍ତି। ବର୍ତ୍ତମାନ ତାଙ୍କ ମା’-ବାପା ତାଙ୍କୁ ଅନ୍‌ଲାଇନ ଗେମ୍‌ ଖେଳିବାକୁ ପ୍ରୋତ୍ସାହିତ କରୁଥିବା ସେ କହିଛନ୍ତି। ଯୁବକ ଜଣକ ଗେମ୍‌ ମାଧ୍ୟମରେ ନିଜ କ୍ୟାରିୟର କରିବାକୁ ଚାହାନ୍ତି। ଏପରି ଘଟଣାରେ ବ୍ରିଟେନର ବାସିନ୍ଦା ମାସୋନ ବ୍ରିଷ୍ଟୋ କହିଛନ୍ତି, ସେ ଦେୟମୁକ୍ତ ଅନ୍‌ଲାଇନ ଗେମ୍‌ ଖେଳି ୧୭ ହଜାର ପାଉଣ୍ଡ ଅର୍ଥାତ୍‌ ୧୮ ଲକ୍ଷ ଟଙ୍କା ଜିତିଛନ୍ତି। ଏହି ଖେଳ ମାଧ୍ୟମରେ ଭର୍ଚୁଆଲ ରୁମ୍‌ କରିହେବ ଏବଂ ଦୁନିଆର ସମସ୍ତ ସାଥୀ ଗେମର୍ସଙ୍କ ସହିତ ଯୋଡ଼ି ହୋଇପାରିବ। ଏଥିସହ ମାସୋନ ଭର୍ଚୁଆଲ ଦୁନିଆ ପାଇଁ କଣ୍ଟେଣ୍ଟ କ୍ରିଏଟ କରନ୍ତି। ଗେମ୍‌ରୁ ମିଳିଥିବା ଟଙ୍କାରେ ତାଙ୍କ ପାଠପଢ଼ା ସହ ସାଙ୍ଗଙ୍କ ସହ ବୁଲିବା, ସ୍କୁଲ ଦରମା, ଡ୍ରେସ୍‌, ଜୋତା ଆଦି କିଣିଥାନ୍ତି। ମାସୋନ ୨୦୧୮ରୁ ଗେମ୍‌ ଖେଳିବା ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କ ମା’-ବାପା ତାଙ୍କୁ ପ୍ରଥମରୁ ସପୋର୍ଟ କରିଆସିଛନ୍ତି। ମାସୋନ ତାଙ୍କ ମା’-ବାପା ୪ ଭଉଣୀ- ଭାଇଙ୍କ ସହ ଏକାଠି ରୁହନ୍ତି। ତାଙ୍କୁ ଡାଏସଲେସିଆ(ଏହି ରୋଗରେ ପୀଡ଼ିତ ବ୍ୟକ୍ତି ଜିନିଷ ଚିହ୍ନିବା, ଶୁଣିବା, ପଢ଼ିବାରେ ଅକ୍ଷମ ହୋଇଥାନ୍ତି।)ରେ ପୀଡ଼ିତ ଥିଲେ ମଧ୍ୟ ସେ ସେଥିରେ ଭଲ ଖେଳ ଖେଳନ୍ତି। ମାସୋନ ଏପରି ରୋଗରେ ପୀଡ଼ିତ ହୋଇ ମଧ୍ୟ ଏଠାରେ ଦର୍ଶାଇଛନ୍ତି କି ଅସୁବିଧା ପରେ ବି ଚେଷ୍ଟା ଦ୍ୱାରା ସବୁକିଛି ହାସଲ କରିହେବ। ଯେତେବେଳେ ତାଙ୍କୁ ଗେମ୍‌ରୁ ପ୍ରଥମେ ଟଙ୍କା ମିଳିଲା ସେତେବେଳେ ସେ ଚିନ୍ତିତ ଥିଲେ, କାରଣ ସେହି କମ୍ପାନୀ ତାଙ୍କୁ ଟଙ୍କା ପଠେଇବ କି ନାହିଁ ଜାଣି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ଜିଲାପାଳ କହିଲେ ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ…

ଝରିଗାଁ,୭ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଏକ ଆଦବାସୀ ବହୁଳ ଅଞ୍ଚଳ ଅଟେ। ସରକାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ତଥା ଗୁଣାତ୍ମକ ଶିକ୍ଷା ଦେବା ନେଇ…

ସାଉଦି-ତୁର୍କି ଓ ପାକିସ୍ତାନ ଭିତରେ ବଡ଼ ଡିଲ୍‌, ଭାରତକୁ ପଡିପାରେ ବଡ଼ ପ୍ରଭାବ!

ନୂଆଦିଲ୍ଲୀ, ୭।୮: ସାଉଦୀ ସେନା ଏବଂ ସରକାର ସହ ଜଡ଼ିତ ସୂତ୍ରରୁ AFP ସୂଚନା ଦେଇଛି ଯେ ସାଉଦୀ ଆରବ, ତୁର୍କୀ ଏବଂ ପାକିସ୍ତାନ ଶୁକ୍ରବାର ଦିନ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ୟୁସୁଫ ପଠାନ କେଉଁ ପ୍ରମୁଖ ଦାବି କରିଥିଲେ? ଯଦି ଏହା ପୂରଣ ହୁଏ, ତେବେ…

ନୂଆଦିଲ୍ଲୀ,୭।୮: ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନ ତାଙ୍କ ନିର୍ବାଚନମଣ୍ଡଳୀ ସମ୍ପର୍କିତ ସମସ୍ୟାକୁ ନେଇ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ…

ସୁନାଗହଣା ଚୋରି ଘଟଣାର ପର୍ଦ୍ଦାଫାଶ: ପୋଲିସ ଭିଣୋଇଙ୍କୁ ଗିରଫ କରି…

ମୋହନା,୭ା୮(ମନ୍ମଥ ମିଶ୍ର): ଆର୍‌.ଉଦୟଗିରି ଥାନା ପୋଲିସ ଏକ ସୁନା ଗହଣା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି। ଆର୍‌ ଉଦୟଗିରି ଖ୍ରୀଷ୍ଟିଆନ ସାହି ବାସିନ୍ଦା ଝୁମ୍ପି ରଇତ ଗୁରୁବାର…

ପତ୍ନୀଙ୍କଠାରୁ ଅଲଗା ହେବେ ନାହଁ ମୁଖ୍ୟମନ୍ତ୍ରୀ ବିଜୟ! ୨୭ ବର୍ଷ ପରେ ଭାଙ୍ଗିବାକୁ ବସିଥିଲା ସମ୍ପର୍କ

ଅମରାବତି,୭।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମ୍ପ୍ରତି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପତ୍ନୀ ସଙ୍ଗୀତାଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି…

୪୫ ଜଣ ଏମପିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି; ବ୍ରେକଫାଷ୍ଟରେ ବାଣ୍ଟିଲେ ଏହି ମନ୍ତ୍ର

ନୂଆଦିଲ୍ଲୀ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (୭ ଅଗଷ୍ଟ, ୨୦୨୬) ଦିନ ବ୍ରେକଫାଷ୍ଟ ସମୟରେ ଶିବସେନା, NCPI ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ NCP ଗୋଷ୍ଠୀର ସାଂସଦ…

ବିବାହକୁ ପୂରିନି ମାସେ: ଜୁଲାଇ ୧୨ରେ ବାହାଘର ଅଗଷ୍ଟ ୫ରେ ହତ୍ୟା, ବାହାଘର ନା…

ନିଶ୍ଚିନ୍ତକୋଇଲି,୭।୮(ଅଶୋକ କୁମାର ମହାପାତ୍ର): ବାହାଘରକୁ ମାତ୍ର ୨୫ ଦିନ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଛନ୍ତି। କଟକ ଜିଲା ନେମାଳ ଥାନା ଅନ୍ତର୍ଗତ…

ମହିଳା ଥାନାରୁ ଚମ୍ପଟ ମାରିଥିଲେ ବଳାତ୍କାର ଅଭିଯୁକ୍ତ: ବେଙ୍ଗାଲୁରୁରୁ ଗିରଫ

ଭୁବନେଶ୍ୱର,୭।୮: କମିଶନରେଟ ପୋଲିସ ଶୁକ୍ରବାର ଭୁବନେଶ୍ୱର ମହିଳା ଥାନାରୁ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଜଳଖିଆ ଖାଇବା ବାହାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri