ପ୍ରାରମ୍ଭିକ ଟ୍ରେଣ୍ଡ୍‌: ଆଗରେ ଚାଲିଛନ୍ତି ଟ୍ରମ୍ପ, ପଛରେ ପଡ଼ିଲେ କମଲା ହାରିସ୍‌

ଓ୍ବାଶିଂଟନ୍‌,୬।୧୧: ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଏବେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସୁଛି। ଏପର୍ଯ୍ୟନ୍ତ ପ୍ରକାଶିତ ଫଳାଫଳରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୩୦ ଇଲେକ୍ଟୋରାଲ୍‌ ଭୋଟ ଏବଂ କମଲା ହାରିସଙ୍କୁ ୧୯୨ଭୋଟ ମିଳିଛି। କୌଣସି ପ୍ରାର୍ଥୀ ଜିତିବା ପାଇଁ ୨୭୦ ଭୋଟ ଆବଶ୍ୟକ କରନ୍ତି।

ସୂଚନାଯୋଗ୍ୟ, ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଥିଲା। ବୁଥ୍‌ଗୁଡ଼ିକରେ ଭୋଟରମାନଙ୍କ ଧାଡ଼ି ଦେଖିବାକୁ ମିଳିଥିଲା। ପୂର୍ବରୁ ୮୨ ନିୟୁତରୁ ଊର୍ଦ୍ଧ୍ୱ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିସାରିଥିବାବେଳେ ମଙ୍ଗଳବାର ୨୪୪ ନିୟୁତ ଆମେରିକୀୟ ମତଦାନ କରିଛନ୍ତି। ବୁଧବାର ଭୋଟଗଣତି ପରେ ଫଳାଫଳ ପ୍ରକାଶ ପାଇବ। ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟିକ୍‌ ପ୍ରାର୍ଥୀ ତଥା ବର୍ତ୍ତମାନର ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବାରୁ ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି।
ବିଭିନ୍ନ ରାଜ୍ୟରେ ମତଦାନ ଆରମ୍ଭ ସମୟ ଭିନ୍ନ ଭିନ୍ନ ରହିଥିଲା। ସାଧାରଣ ଭାବେ ମତଦାନ ସ୍ଥାନୀୟ ସମୟ ସକାଳ ୬ରୁ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଚାଲିଥିଲା। ଭାରତୀୟ ସମୟ ଅନୁଯାୟୀ ମଙ୍ଗଳବାର ଅପରାହ୍ନ ୪ଟା ୩୦ରୁ ଭୋଟଗ୍ରହଣ ଆରମ୍ଭ ହୋଇ ବୁଧବାର ସକାଳ ୬ରେ ଶେଷ ହେବ। ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବାକୁ ଥିବା ୭ ଝୁଲା ରାଜ୍ୟ ପେନ୍‌ସିଲଭାନିଆ, ନେଭଡା, ନର୍ଥ କରୋଲିନା, ଜର୍ଜିଆ, ଆରିଜୋନା, ମିଚିଗାନ ଏବଂ ଓ୍ବିସ୍‌କନ୍‌ସିନ୍‌ ଉପରେ ସମସ୍ତଙ୍କ ନଜର ରହିଛି।
ଏଥର ନିର୍ବାଚନ ପ୍ରଚାର ସବୁଠୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଥିଲା। ସୋମବାର ରାତିରେ ରିପବ୍ଲିକାନ୍‌ ପ୍ରାର୍ଥୀ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟ୍‌ ପ୍ରାର୍ଥୀ ହାରିସ୍‌ ପ୍ରଚାର କରିଥିଲେ। ଶେଷଦିନରେ ସେମାନେ ଅଧିକାଂଶ ସମୟ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପେନ୍‌ସିଲଭାନିଆକୁ ଦେଇଥିଲେ। ୬୦ ବର୍ଷୀୟା ହାରିସ୍‌ ଏବଂ ୭୮ ବର୍ଷୀୟ ଟ୍ରମ୍ପ୍‌ଙ୍କ ମଧ୍ୟରେ କଡା ଟକ୍କର ହେଉଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଡେମୋକ୍ରାଟିକ୍‌ ପ୍ରାର୍ଥୀଙ୍କୁ ସାମାନ୍ୟ ଅଧିକ ଭୋଟ ମିଳିପାରେ ବୋଲି କେତେକ ପୂର୍ବାନୁମାନ କରିଛନ୍ତି। ଶେଷ ରାଲିରେ ଉଭୟ ପ୍ରାର୍ଥୀ ପରସ୍ପରକୁ ତୀବ୍ର ସମାଲୋଚନା କରିଥିଲେ। ହାରିସ୍‌ ବିଜୟୀ ହେଲେ ସେ ପ୍ରଥମ ଅଣଶ୍ୱେତାଙ୍କ ମହିଳା ତଥା ଏସୀୟ-ଆମେରିକୀୟ ଭାବେ ରାଷ୍ଟ୍ରର ନେତୃତ୍ୱ ନେବେ। ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ ଗଣତନ୍ତ୍ର ପ୍ରତି ବିପଦ ବୋଲି ସେ କହିଛନ୍ତି। ପ୍ରଜନନ ଅଧିକାରର ସୁରକ୍ଷା ଏବଂ ଗୃହନିର୍ମାଣ ଓ ସ୍ବାସ୍ଥ୍ୟସେବା ଖର୍ଚ୍ଚ ହ୍ରାସ କରିବା ନେଇ ହାରିସ୍‌ ତାଙ୍କ ପ୍ରତିଶ୍ରୁତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦଳୀୟ ବିରୋଧ ଯୋଗୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ ଦୌଡ଼ରୁ ଓହରିଯିବା ପରେ ହାରିସ୍‌ ଡେମୋକ୍ରାଟିକ୍‌ ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ। ଅନ୍ୟପକ୍ଷରେ ପୁନର୍ବାର କ୍ଷମତାକୁ ଫେରିବା ପାଇଁ ଟ୍ରମ୍ପ୍‌ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ଅର୍ଥନୈତିକ ନେତୃତ୍ୱକୁ ଆମେରିକୀୟମାନେ ସମର୍ଥନ କରିଥିବାରୁ ଏହାକୁ ସେ ଭୋଟରେ ପରିଣତ କରିବାକୁ ଉଦ୍ୟମ ଚଳାଇ ଆସିଛନ୍ତି। ଏହା ବ୍ୟତୀତ ଆମେରିକାରେ ବେଆଇନ ପ୍ରବେଶ ଉପରେ ସେ କଠୋର ଆଭିମୁଖ୍ୟ ରଖିଛନ୍ତି। ବେଆଇନ ଭାବେ ରହିଥିବା ଲୋକମାନଙ୍କୁ ବିତାଡ଼ିତ କରାଯିବା ସହ ଟିକସରେ ଉଲ୍ଲେଖନୀୟ ହ୍ରାସ ଘଟାଇବେ ବୋଲି ଟ୍ରମ୍ପ୍‌ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଚାର ବେଳେ ଟ୍ରମ୍ପ୍‌ ୨ ଥର ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ସେ ତାଙ୍କ ରାଜନୈତିକ ପ୍ରତିପକ୍ଷଙ୍କୁ ଗୃହଶତ୍ରୁ ବୋଲି କହିଥିଲେ। ଟ୍ରମ୍ପ୍‌ ବିଜୟୀ ହେଲେ ଗୁରୁତର ଅପରାଧରେ ଅଭିଯୁକ୍ତ ତଥା ଦୋଷୀସାବ୍ୟସ୍ତ ପ୍ରଥମ ରାଷ୍ଟ୍ରପତି ହେବେ। ସେ କ୍ଷମତାକୁ ଆସିଲେ ତାଙ୍କ ବିରୋଧରେ ରହିଥିବା ଅନ୍ୟାନ୍ୟ ସଂଘୀୟ ତଦନ୍ତକୁ ବନ୍ଦ କରିଦେବେ। ସେହିପରି ହ୍ବାଇଟ୍‌ ହାଉସ୍‌କୁ ଅଣକ୍ରମାଗତ ଭାବେ ବିଜୟୀ ହେବାରେ ସେ ଆମେରିକା ଇତିହାସରେ ଦ୍ୱିତୀୟ ରାଷ୍ଟ୍ରପତି ହେବେ। ଉନ୍ନବିଂଶ ଶତାବ୍ଦୀରେ ଗ୍ରୋଭର କ୍ଲେଭେଲାଣ୍ଡ ଏଭଳି ଅଣକ୍ରମାଗତ ଭାବେ ହ୍ବାଇଟ୍‌ ହାଉସ୍‌କୁ ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri