ପ୍ରାରମ୍ଭିକ ଟ୍ରେଣ୍ଡ୍‌: ଆଗରେ ଚାଲିଛନ୍ତି ଟ୍ରମ୍ପ, ପଛରେ ପଡ଼ିଲେ କମଲା ହାରିସ୍‌

ଓ୍ବାଶିଂଟନ୍‌,୬।୧୧: ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଏବେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସୁଛି। ଏପର୍ଯ୍ୟନ୍ତ ପ୍ରକାଶିତ ଫଳାଫଳରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୩୦ ଇଲେକ୍ଟୋରାଲ୍‌ ଭୋଟ ଏବଂ କମଲା ହାରିସଙ୍କୁ ୧୯୨ଭୋଟ ମିଳିଛି। କୌଣସି ପ୍ରାର୍ଥୀ ଜିତିବା ପାଇଁ ୨୭୦ ଭୋଟ ଆବଶ୍ୟକ କରନ୍ତି।

ସୂଚନାଯୋଗ୍ୟ, ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଥିଲା। ବୁଥ୍‌ଗୁଡ଼ିକରେ ଭୋଟରମାନଙ୍କ ଧାଡ଼ି ଦେଖିବାକୁ ମିଳିଥିଲା। ପୂର୍ବରୁ ୮୨ ନିୟୁତରୁ ଊର୍ଦ୍ଧ୍ୱ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିସାରିଥିବାବେଳେ ମଙ୍ଗଳବାର ୨୪୪ ନିୟୁତ ଆମେରିକୀୟ ମତଦାନ କରିଛନ୍ତି। ବୁଧବାର ଭୋଟଗଣତି ପରେ ଫଳାଫଳ ପ୍ରକାଶ ପାଇବ। ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟିକ୍‌ ପ୍ରାର୍ଥୀ ତଥା ବର୍ତ୍ତମାନର ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବାରୁ ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି।
ବିଭିନ୍ନ ରାଜ୍ୟରେ ମତଦାନ ଆରମ୍ଭ ସମୟ ଭିନ୍ନ ଭିନ୍ନ ରହିଥିଲା। ସାଧାରଣ ଭାବେ ମତଦାନ ସ୍ଥାନୀୟ ସମୟ ସକାଳ ୬ରୁ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଚାଲିଥିଲା। ଭାରତୀୟ ସମୟ ଅନୁଯାୟୀ ମଙ୍ଗଳବାର ଅପରାହ୍ନ ୪ଟା ୩୦ରୁ ଭୋଟଗ୍ରହଣ ଆରମ୍ଭ ହୋଇ ବୁଧବାର ସକାଳ ୬ରେ ଶେଷ ହେବ। ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବାକୁ ଥିବା ୭ ଝୁଲା ରାଜ୍ୟ ପେନ୍‌ସିଲଭାନିଆ, ନେଭଡା, ନର୍ଥ କରୋଲିନା, ଜର୍ଜିଆ, ଆରିଜୋନା, ମିଚିଗାନ ଏବଂ ଓ୍ବିସ୍‌କନ୍‌ସିନ୍‌ ଉପରେ ସମସ୍ତଙ୍କ ନଜର ରହିଛି।
ଏଥର ନିର୍ବାଚନ ପ୍ରଚାର ସବୁଠୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଥିଲା। ସୋମବାର ରାତିରେ ରିପବ୍ଲିକାନ୍‌ ପ୍ରାର୍ଥୀ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟ୍‌ ପ୍ରାର୍ଥୀ ହାରିସ୍‌ ପ୍ରଚାର କରିଥିଲେ। ଶେଷଦିନରେ ସେମାନେ ଅଧିକାଂଶ ସମୟ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପେନ୍‌ସିଲଭାନିଆକୁ ଦେଇଥିଲେ। ୬୦ ବର୍ଷୀୟା ହାରିସ୍‌ ଏବଂ ୭୮ ବର୍ଷୀୟ ଟ୍ରମ୍ପ୍‌ଙ୍କ ମଧ୍ୟରେ କଡା ଟକ୍କର ହେଉଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଡେମୋକ୍ରାଟିକ୍‌ ପ୍ରାର୍ଥୀଙ୍କୁ ସାମାନ୍ୟ ଅଧିକ ଭୋଟ ମିଳିପାରେ ବୋଲି କେତେକ ପୂର୍ବାନୁମାନ କରିଛନ୍ତି। ଶେଷ ରାଲିରେ ଉଭୟ ପ୍ରାର୍ଥୀ ପରସ୍ପରକୁ ତୀବ୍ର ସମାଲୋଚନା କରିଥିଲେ। ହାରିସ୍‌ ବିଜୟୀ ହେଲେ ସେ ପ୍ରଥମ ଅଣଶ୍ୱେତାଙ୍କ ମହିଳା ତଥା ଏସୀୟ-ଆମେରିକୀୟ ଭାବେ ରାଷ୍ଟ୍ରର ନେତୃତ୍ୱ ନେବେ। ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ ଗଣତନ୍ତ୍ର ପ୍ରତି ବିପଦ ବୋଲି ସେ କହିଛନ୍ତି। ପ୍ରଜନନ ଅଧିକାରର ସୁରକ୍ଷା ଏବଂ ଗୃହନିର୍ମାଣ ଓ ସ୍ବାସ୍ଥ୍ୟସେବା ଖର୍ଚ୍ଚ ହ୍ରାସ କରିବା ନେଇ ହାରିସ୍‌ ତାଙ୍କ ପ୍ରତିଶ୍ରୁତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦଳୀୟ ବିରୋଧ ଯୋଗୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ ଦୌଡ଼ରୁ ଓହରିଯିବା ପରେ ହାରିସ୍‌ ଡେମୋକ୍ରାଟିକ୍‌ ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ। ଅନ୍ୟପକ୍ଷରେ ପୁନର୍ବାର କ୍ଷମତାକୁ ଫେରିବା ପାଇଁ ଟ୍ରମ୍ପ୍‌ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ଅର୍ଥନୈତିକ ନେତୃତ୍ୱକୁ ଆମେରିକୀୟମାନେ ସମର୍ଥନ କରିଥିବାରୁ ଏହାକୁ ସେ ଭୋଟରେ ପରିଣତ କରିବାକୁ ଉଦ୍ୟମ ଚଳାଇ ଆସିଛନ୍ତି। ଏହା ବ୍ୟତୀତ ଆମେରିକାରେ ବେଆଇନ ପ୍ରବେଶ ଉପରେ ସେ କଠୋର ଆଭିମୁଖ୍ୟ ରଖିଛନ୍ତି। ବେଆଇନ ଭାବେ ରହିଥିବା ଲୋକମାନଙ୍କୁ ବିତାଡ଼ିତ କରାଯିବା ସହ ଟିକସରେ ଉଲ୍ଲେଖନୀୟ ହ୍ରାସ ଘଟାଇବେ ବୋଲି ଟ୍ରମ୍ପ୍‌ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଚାର ବେଳେ ଟ୍ରମ୍ପ୍‌ ୨ ଥର ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ସେ ତାଙ୍କ ରାଜନୈତିକ ପ୍ରତିପକ୍ଷଙ୍କୁ ଗୃହଶତ୍ରୁ ବୋଲି କହିଥିଲେ। ଟ୍ରମ୍ପ୍‌ ବିଜୟୀ ହେଲେ ଗୁରୁତର ଅପରାଧରେ ଅଭିଯୁକ୍ତ ତଥା ଦୋଷୀସାବ୍ୟସ୍ତ ପ୍ରଥମ ରାଷ୍ଟ୍ରପତି ହେବେ। ସେ କ୍ଷମତାକୁ ଆସିଲେ ତାଙ୍କ ବିରୋଧରେ ରହିଥିବା ଅନ୍ୟାନ୍ୟ ସଂଘୀୟ ତଦନ୍ତକୁ ବନ୍ଦ କରିଦେବେ। ସେହିପରି ହ୍ବାଇଟ୍‌ ହାଉସ୍‌କୁ ଅଣକ୍ରମାଗତ ଭାବେ ବିଜୟୀ ହେବାରେ ସେ ଆମେରିକା ଇତିହାସରେ ଦ୍ୱିତୀୟ ରାଷ୍ଟ୍ରପତି ହେବେ। ଉନ୍ନବିଂଶ ଶତାବ୍ଦୀରେ ଗ୍ରୋଭର କ୍ଲେଭେଲାଣ୍ଡ ଏଭଳି ଅଣକ୍ରମାଗତ ଭାବେ ହ୍ବାଇଟ୍‌ ହାଉସ୍‌କୁ ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?