ଲକ୍‌ଡାଉନ୍‌ରେ ପ୍ରାତଃ ଭ୍ରମଣ, ସାଇକ୍ଲିଂ ବନ୍ଦ

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ଲକ୍‌ନାଉନ୍‌, ଶଟ୍‌ଡାଉନ୍‌ ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି। ବିଶେଷକରି କଟକ ଓ ଭୁବନେଶ୍ୱର ଦ୍ୱୈତନଗରୀରେ ସଂକ୍ରମଣ ଅଧିକ ବଢ଼ୁଛି। ତେଣୁ କମିଶନରେଟ୍‌ ପୋଲିସ କଠୋର ଆଭିମୁଖ୍ୟ ଆପଣାଇଛି। ପୂର୍ବରୁ ଜାରି କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି। ଲକ୍‌ଡାଉନ ସମୟରେ ଲୋକଙ୍କ ପ୍ରାତଃ-ସାନ୍ଧ୍ୟା ଭ୍ରମଣ ଓ ସାଇକ୍ଲିଂରେ ସାମାନ୍ୟ କୋହଳ କରାଯାଇଥିଲା। ଏହାକୁ ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଗୁରୁବାର ଏନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ କହିଛନ୍ତି, ଲକ୍‌ଡାଉନ୍‌ର ମୂଳ ଲକ୍ଷ୍ୟ ହେଉଛି ଲୋକମାନେ ବାହାରକୁ ନ ଆସି ଘରେ ରହିବେ। ହେଲେ କିଛି ଲୋକ ଭ୍ରମଣ ଓ ସାଇକ୍ଲିଂ ବାହାନାରେ ଘରୁ ବାହାରି ବୁଲୁଛନ୍ତି। ଯାହାଦ୍ୱାରା ସଂକ୍ରମଣ ବ୍ୟାପିବାର ଭୟ ରହୁଛି। ତେଣୁ ଲକ୍‌ଡାଉନ ସମୟରେ ଟୁଇନ୍‌ସିଟିରେ ଭ୍ରମଣ ଓ ସାଇକ୍ଲିଂ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବା ସହ ଏନେଇ କେହି ବାହାରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି।
ସେହିପରି ଔଷଧ କଳାବଜାର ରୋକିବା ପାଇଁ ରାଜ୍ୟବ୍ୟାପୀ ଚଢାଉ ଜୋର୍‌ଦାର କରାଯାଉଛି ବୋଲି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି। କଳାବଜାର କରୁଥିବା ନେଇ କୌଣସି ଅସାଧୁ ବ୍ୟବସାୟୀ ଧରାପଡ଼ିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡ଼ା କୌଣସି ଘରୋଇ ଡାକ୍ତରଖାନା ରୋଗୀଙ୍କୁ ଶୋଷଣ କରୁଥିଲେ ବା ଲୋକଙ୍କଠାରୁ ବେଆଇନ ଭାବେ ଅଧିକ ଅର୍ଥ ନେଉଥିଲେ ପଦକ୍ଷେପ ନିଆଯିବ। ଏଭଳି ଘଟଣା ଜନସାଧାରଣଙ୍କ ନଜରକୁ ଆସିଲେ ଆମକୁ ଜଣାନ୍ତୁ ବୋଲି ଏଡିଜି ଜେଠଓ୍ବା କହିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଲକ୍‌ଡାଉନରେ ଖୋଲାରହିଥିବା ଆଇଟି, ଶିଳ୍ପ ଓ ଅନ୍ୟ ଘରୋଇ ସଂସ୍ଥାର କର୍ମଚାରୀମାନେ କମ୍ପାନୀ ପକ୍ଷରୁ ମିଳିଥିବା ପରିଚୟପତ୍ର ବା ଅନୁମତି ପତ୍ର ବ୍ୟବହାର କରି ଯାତାୟାତ କରୁଛନ୍ତି। ତେବେ ଆଗକୁ ମୁଖ୍ୟତଃ ଆଇଟି କର୍ମଚାରୀଙ୍କ ପାଇଁ ବ୍ୟକ୍ତିଗତ ପାସ୍‌ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଡିସିପି ଦାଶ କହିଛନ୍ତି। କଟକ ଡିସିପି ପ୍ରତୀକ ସିଂ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି। ସେ କହିଛନ୍ତି, ପୋଲିସ ନିଜ କାର୍ଯ୍ୟ କରୁଛି। ପୋଲିସର କିଛି ଭୁଲ୍‌ଭଟ୍‌କା ଦେଖିଲେ ଆମକୁ ଜଣାନ୍ତୁ। ଏଥିସହିତ ଆଖପାଖ ଅଞ୍ଚଳରେ କରୋନା ଆକ୍ରାନ୍ତ ବ୍ୟକ୍ତି ନିୟମ ଉଲ୍ଲଂଘନ କରୁଥିଲେ ଆମ ନଜରକୁ ଆଣିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସିଂ କହିଛନ୍ତି।
ସାରା ରାଜ୍ୟରୁ ଏପର୍ଯ୍ୟନ୍ତ ଅମାନିଆଙ୍କଠାରୁ ୨ କୋଟି ୮୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ଲକ୍‌ଡାଉନ ନିୟମ ଉଲ୍ଲଂଘନ ନେଇ ୭୧ଟି ମାମଲା ରୁଜୁ କରାଯାଇଥିବାବେଳେ ୨୬୯ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୮୩୦୦ ଗାଡି ଜବତ ହୋଇଥିବା ନେଇ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ରେଞ୍ଜ ରୋଭର୍‌ କି ମର୍ସିଡିିଜ ନୁହେଁ: ପୁଟିନଙ୍କୁ ନେବାକୁ କାହିଁକି ଫର୍ଚୁନର ବାଛିଲେ ମୋଦି? ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ତାଙ୍କୁ ସ୍ୱାଗତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଉପସ୍ଥିତି ଏବଂ କୁଣ୍ଢେଇବା ଦୃଶ୍ୟ ସମସ୍ତଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri