ମୂଳରୁ ଚିହ୍ନଟ ହେଲେ କର୍କଟ ନିରାକରଣ ସମ୍ଭବ

ଉନ୍ନତ ଚିକିତ୍ସା ପ୍ରଣାଳୀ ଓ ନିରବଚ୍ଛିନ୍ନ ସେବା ସହିତ ରୋଗୀଙ୍କୁ ଆଦର ଦ୍ୱାରା କର୍କଟ ଭଳି ଅସାଧ୍ୟ ରୋଗର ଉପଶମ ସମ୍ଭବ ହେଉଛି। ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଗୋଟିଏ ଛାତ ତଳେ ଚିକିତ୍ସା, ନିରୂପଣ ଓ ସଚେତନତା ଯୋଗାଇଦେଇଥାଏ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ। ନିଜ ବୃତ୍ତିଗତ ଜୀବନ ଓ କ୍ୟାନ୍‌ସର ରୋଗର ଚିକିତ୍ସା ସମ୍ପର୍କରେ ଧରିତ୍ରୀକୁ ସାକ୍ଷାତ୍‌କାର ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ହସ୍ପିଟାଲର ନିର୍ଦ୍ଦେଶକ ତଥା କର୍କଟ ବିଶେଷଜ୍ଞ ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା।

ନିପଟ ଗ୍ରାମାଞ୍ଚଳର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ ବି କିଭଳି ଡାକ୍ତରୀ ଶିକ୍ଷା ସୁବିଧା ପାଇଥିଲେ?
ପିଲାବେଳୁ ସମାଜସେବା ପ୍ରତି ମୋର ମନ ଥିଲା। ରେଭେନ୍‌ଶାରୁ ବିଜ୍ଞାନ ପାସ୍‌ କରିବା ପରେ ଡାକ୍ତରୀ ଶିକ୍ଷା ପାଇଁ ସ୍ଥିର କରିଥିଲି। ସେ ସମୟରେ ମାର୍କ ବେସିସ୍‌ରେ ସିଲେକ୍ସନ ହେଉଥିଲା ଏବଂ ଭଲ ମାର୍କ ରଖିଥିବାରୁ ୧୯୬୪ରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ପଢ଼ିବାର ସୁଯୋଗ ମିଳିଥିଲା। ଶଲ୍ୟ ଚିକିତ୍ସାରେ ସମ୍ମାନର ସହ ଉତ୍ତୀର୍ଣ୍ଣ ହୋଇଥିଲି।
ଆପଣଙ୍କ ବୃତ୍ତିଗତ ଜୀବନ କିଭଳି ଥିଲା?
ସୁଦୂର ଫୁଲବାଣୀରେ ଟିବି ଡାକ୍ତର ଭାବରେ ବୃତ୍ତିଗତ ଜୀବନ ଆରମ୍ଭ ହୋଇଥିଲା। ପରେ ବଦଳି ହୋଇ ଏସ୍‌ସିବି ମେଡିକାଲ୍‌ କଲେଜର ଆନାଟୋମି ଶିକ୍ଷକ ଭାବରେ ଯୋଗଦେଇଥିଲି। ଶଲ୍ୟ ଚିକିତ୍ସାରେ ସ୍ନାତକୋତ୍ତର ପାସ୍‌ କରିବା ପରେ ୧୯୬୯ ମସିହାରେ କ୍ୟାନ୍‌ସର ବିଶେଷଜ୍ଞ ଭାବରେ କର୍ମଜୀବନ ଆରମ୍ଭ କଲି। ପରବର୍ତ୍ତୀ ସମୟରେ ଟାଟା ମେମୋରିଆଲ୍‌ କଲେଜରେ କର୍କଟ ପ୍ରଶିକ୍ଷଣ ନେଲି ଏବଂ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇ ବିଶେଷ ଜ୍ଞାନ ଆହରଣର ସୁଯୋଗ ମିଳିଥିଲା। ରିସର୍ଚ୍ଚ କାମ ପାଇଁ ଆମେରିକାରୁ ଫେଲୋଶିପ୍‌ ପାଇ ନ୍ୟୁୟର୍କସ୍ଥିତ ପ୍ରଥମ କ୍ୟାନ୍‌ସର ହସ୍ପିଟାଲ୍‌ରେ ଯୋଗଦେଇ ପାରଦର୍ଶିତା ଲାଭ କରିଥିଲି।
ପଣ୍ଡା କ୍ୟାନ୍‌ସର ହସ୍ପିଟାଲ କିପରି ପ୍ରତିଷ୍ଠା ହେଲା?
କର୍କଟ ରୋଗୀମାନଙ୍କୁ ନିରନ୍ତର ସେବା ଯୋଗାଇଦେବା ଲକ୍ଷ୍ୟରେ ୧୯୯୬ରେ ସରକାରୀ ଚାକିରି ଛାଡ଼ି କଟକ କେଶରପୁରରେ ପଣ୍ଡା କ୍ୟାନ୍‌ସର ହସ୍ପିଟାଲ୍‌ ଆରମ୍ଭ କରିଥିଲି। ଏଠାରୁ ମିଳୁଥିବା ଚିକିତ୍ସା ଓ ସେବା ଦ୍ୱାରା ହସ୍ପିଟାଲ ପ୍ରତି କ୍ରମଶଃ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ବଢ଼ିଥିଲା। ତେଣୁ ୨୦୦୦ ମସିହାରେ କଟକର ତେଲେଙ୍ଗାପେଣ୍ଠରେ ଏକ ବଡ଼ ତଥା ଉନ୍ନତ ହସ୍ପିଟାଲ୍‌ ଆରମ୍ଭ ହୋଇଥିଲା। ଏହାପରେ ୨୦୦୫ରେ ଏଚ୍‌ସିଜି ଗ୍ରୁପ୍‌ ଜାତୀୟ ସ୍ତରରେ ବେଙ୍ଗାଲୁରୁସ୍ଥିତ କର୍କଟ ଚିକିତ୍ସା ସଂସ୍ଥା ସହ ଅନୁବନ୍ଧିତ ହେଲା।
ରାଜ୍ୟରେ କର୍କଟ ରୋଗର ସ୍ଥିତି କ’ଣ ରହିଛି?
ଓଡ଼ିଶାରେ ମୁଖ୍ୟତଃ ମୁଖଗହ୍ବର, ସ୍ତନ ଓ ସର୍ଭାଇକାଲ୍‌ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ଏହି ପ୍ରକାରର କର୍କଟ ରୋଗୀ ରାଜ୍ୟରେ ୫ ଲକ୍ଷରୁ ଅଧିକ ଥିବା ଆକଳନ କରାଯାଉଛି। ଗ୍ରାମାଞ୍ଚଳର ୪୧% ଓ ସହରାଞ୍ଚଳର ୨୬% ଲୋକ ଗୁଟ୍‌ଖା, ଖଇନି, ପାନ ମସଲା ସେବନ କରୁଥିବାରୁ କର୍କଟର ଭୟାବହତା ବଢୁଛି।
କର୍କଟ ରୋକିବା ପାଇଁ କି ପଦକ୍ଷେପ ନେବା ଆବଶ୍ୟକ?
ଯୁବବର୍ଗ ନିକୋଟିନ୍‌ ଜାତୀୟ ସାମଗ୍ରୀ ବ୍ୟବହାର କରୁଛନ୍ତି। ମହିଳାମାନେ କର୍କଟ ସଚେତନତାର ଅଭାବ ଓ ଲଜ୍ଜା ଯୋଗୁ ଡାକ୍ତରଙ୍କ ପରାମର୍ଶ ନ କରିବା ହେତୁ ସମସ୍ୟା ବଢ଼ିଚାଲିଛି। ସରକାରଙ୍କ ପକ୍ଷରୁ ଗୁଟ୍‌ଖା, ତମାଖୁ, ପାନମସଲା, ସିଗାରେଟ୍‌ ଭଳି ନିକୋଟିନ୍‌ ଜାତୀୟ ପଦାର୍ଥର ବ୍ୟବହାର, ବିପଣନ ଓ ପ୍ରସ୍ତୁତି ଉପରେ ନିଷେଧାଦେଶ ଜାରି କରାଯାଇଥିଲେ ମଧ୍ୟ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉନାହିଁ। ସରକାରୀ ଓ ବେସରକାରୀ ସ୍ତରରେ କର୍କଟ ସଚେତନତା ଆନ୍ଦୋଳନକୁ ଜୋର୍‌ଦାର କରାଯିବା ଆବଶ୍ୟକତା ରହିଛି।
ରାଜ୍ୟବାସୀଙ୍କୁ କି ପରାମର୍ଶ ଦେବେ?
ମୁଖ୍ୟତଃ କର୍କଟ ସୃଷ୍ଟିକାରୀ ସାମଗ୍ରୀର ବ୍ୟବହାରକୁ ନିଷେଧ କିମ୍ବା କମ୍‌ କରନ୍ତୁ। ପନିପରିବା ଓ ଖାଦ୍ୟଶସ୍ୟ ଉତ୍ପାଦନରେ ମାତ୍ରାଧିକ ସାର ତଥା କୀଟନାଶକର ପ୍ରୟୋଗ କ୍ଷତିକାରକ ହୋଇଥାଏ। ବର୍ତ୍ତମାନ ହରମୋନ୍‌ର ପ୍ରୟୋଗ ମଧ୍ୟ କର୍କଟର ଅନ୍ୟ ଏକ କାରଣ ସାଜିଛି। ତେଣୁ ଜୀବନଶୈଳୀରେ ପରିବର୍ତ୍ତନ ସହ ଅତ୍ୟାଧୁନିକ ଫାଷ୍ଟଫୁଡ୍‌ ଓ ରଙ୍ଗଦିଆ ଖାଦ୍ୟର ବହୁଳ ପ୍ରଚଳନଠାରୁ ଦୂରରେ ରହିଲେ ଆମେ କ୍ୟାନ୍‌ସରକୁ ହରାଇପାରିବା।
କର୍କଟ ରୋଗୀଙ୍କୁ କି ଉପଦେଶ ଦେବେ?
କର୍କଟ ରୋଗ ପ୍ରାଥମିକ ସ୍ତରରେ ଚିହ୍ନଟ ହୋଇପାରିଲେ ଏହାର ନିରାକରଣ ସମ୍ଭବ। ଏଥିପାଇଁ ଶଲ୍ୟ, ଭେଷଜ ଏବଂ ବିକିରଣ ଚିକିତ୍ସା ଯଥାବିଧି କରାଯିବା ଉଚିତ। ରୋଗୀଙ୍କ ପାଇଁ ରହିବା, ଖାଇବା ବ୍ୟବସ୍ଥା ସହ ସେମାନଙ୍କ ସେବା କରିବା ଜରୁରୀ। ଆନନ୍ଦଦାୟକ ପରିବେଶ ଓ ଦୃଢ଼ ମନୋବଳ ରୋଗର ଚିକିତ୍ସାକୁ ଅଧିକ ପ୍ରଭାବୀ କରାଇଥାଏ। ତେଣୁ ପରିବାର ଲୋକେ ସେମାନଙ୍କୁ ଖୁସି ରଖିବାକୁ ଚେଷ୍ଟା କରିବା ସହିତ ଜୀବନ ଯାତ୍ରାରେ ଉତ୍ସାହିତ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri