Posted inଫୁରସତ

ଇୟର୍‌ ପିୟରସିଂ

ଇୟର୍‌ ପିୟରସିଂର ଫ୍ୟାଶନ କେବେ ବି ଆଉଟ୍‌ ଡେଟେଡ୍‌ ହୁଏ ନାହିଁ। ଏବେ ତ ପୁଣି ମଲ୍ଟିପୁଲ୍‌ ଇୟର୍‌ ପିୟରସିଂର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି; ଯେଉଁଥିରେ ଯୁବପିଢିମାନେ କାନର ଏକାଧିକ ସ୍ଥାନରେ ପିୟରସିଂ କରି ଡିଫରେଣ୍ଟ ଲୁକ୍‌ ପାଇ ପାରୁଛନ୍ତି। ତେବେ ଏହି ଟାଇପ୍‌ର ଇୟର୍‌ ପିୟରସିଂରେ କ’ଣ ସବୁ ଲାଟେଷ୍ଟ ଡିଜାଇନ୍‌ ରହିଛି ଜାଣନ୍ତୁ ସେ ସମ୍ପର୍କରେ…
ପିୟରସିଂର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ଟିକେ ଡିଫରେଣ୍ଟ ଲୁକ୍‌ ପାଇବା ପାଇଁ ଆଜିକାଲିର ମଡର୍ଣ୍ଣ ଯୁବତୀମାନେ ଶରୀରର ବିଭିନ୍ନ ଅଙ୍ଗ ଯେମିତିକି କାନ, ନାକ, ଓଠ, ଆଇବ୍ରୋ ତଥା ନାଭି ଆଦିରେ ପିୟରସିଂ କରାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଏସବୁ ଭିତରୁ ଇୟର୍‌ ପିୟରସିଂର କଥା ହିଁ କିଛି ନିଆରା। କେହି କେହି ତ ଏବେ କାନରେ ମଲ୍ଟିପୁଲ୍‌ ଇୟର୍‌ ପିୟରସିଂ ବି କରାଉଥିବା ନଜିର ଆସୁଛି; ଯାହା ଦେଖିବାକୁ ଖୁବ୍‌ ଟ୍ରେଣ୍ଡି ଲାଗୁଛି। ତେବେ ଏହି ମଲ୍ଟିପଲ୍‌ ଇୟର୍‌ ପିୟରସିଂ କ’ଣ ଆଉ ଏହାର ଲାଟେଷ୍ଟ ଡିଜାଇନ୍‌ ସବୁ କ’ଣ ରହିଛି ଜାଣନ୍ତୁ ସେ ସମ୍ପର୍କରେ…
ଇୟର୍‌ ପିୟରସିଂ କେତେ ପ୍ରକାରର: ମୁଖ୍ୟତଃ କାନର ଏକାଧିକ ସ୍ଥାନରେ କାନ ଫୋଡିବାକୁ ମଲ୍ଟିପୁଲ୍‌ ଇୟର୍‌ ପିୟରସିଂ କୁହାଯାଇଥାଏ। ଫ୍ୟାଶନ ଦୁନିଆରେ ପ୍ରାୟ ୧୬ ପ୍ରକାରର ଇୟର୍‌ ପିୟରସିଂ ହେଉଥିବାର ସୂଚନା ରହିଛି। ଯଥା: ଷ୍ଟାଣ୍ଡାର୍ଡ ଲୋବ୍‌ ଇୟର୍‌ ପିୟରସିଂ, ଡେଥ୍‌ ପିୟରସିଂ, ହେଲିକ୍ସ ପିୟରସିଂ, ଫରଓ୍ବାର୍ଡ ହେଲିକ୍ସ ପିୟରସିଂ, ଟ୍ରାଙ୍ଗୁସ୍‌ ପିୟରସିଂ, ଆଣ୍ଟି- ଟ୍ରାଙ୍ଗୁସ୍‌ ପିୟରସିଂ, କୋଞ୍ଚ ପିୟରସିଂ, ଇନର୍‌ କୋଞ୍ଚ ପିୟରସିଂ, ଆଉଡର୍‌ କୋଞ୍ଚ ପିୟରସିଂ, ଇଣ୍ଡଷ୍ଟ୍ରିଆଲ୍‌ ପିୟରସିଂ, ହାଇ-ଲୋବ୍‌ ପିୟରସିଂ, ରକ୍‌ ପିୟରସିଂ, ମିଡ୍‌ ହେଲିକ୍ସ ପିୟରସିଂ, ସଙ୍ଗ୍‌ ପିୟରସିଂ, ଅରବିଟାଲ୍‌ ପିୟରସିଂ, ମଲ୍ଟିପୁଲ୍‌-ଲୋବ୍‌ ପିୟରସିଂ ଇତ୍ୟାଦି।
ତେବେ ଏସବୁ ଭିତରୁ ମୁଖ୍ୟତଃ ମଲ୍ଟିପୁଲ୍‌-ଲୋବ୍‌, ଇଣ୍ଡଷ୍ଟ୍ରିଆଲ୍‌, କୋଞ୍ଚ, ହେଲିକ୍ସ, ଡେଥ୍‌ ତଥା ଫରଓ୍ବାର୍ଡ-ହେଲିକ୍ସ ଇୟର୍‌ ପିୟରସିଂର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି।
* ମଲ୍ଟିପୁଲ୍‌-ଲୋବ୍‌ ଇୟର୍‌ ପିୟରସିଂ: ଏହି ଷ୍ଟାଇଲ୍‌ର ଇୟର୍‌ ପିୟରସିଂ ଯୁବତୀଙ୍କୁ ଆଉଟ୍‌ଷ୍ଟାଣ୍ଡିଂ ଲୁକ୍‌ ଦେଇଥାଏ। ଏଥିରେ ମୁଖ୍ୟତଃ ୩/୪ଟି ଲୋବ୍‌କୁ କାନରେ ପାଖାପାଖି ଫୋଡାଯାଇଥାଏ। ମୁଖ୍ୟତଃ ରାଉଣ୍ଡ ଶେପ୍‌ର ହୋଇଥିବା ଏହି ଲୋବ୍‌ରେ ଯୁବତୀ ଚାହିଁଲେ ଛୋଟ ଛୋଟ ଝୁମ୍‌କା ଓହଳାଇ ମଧ୍ୟ କାନକୁ ଆଉ କିଛି ଭିନ୍ନ ଲୁକ୍‌ ଦେଇପାରିବେ।
*ଇଣ୍ଡଷ୍ଟ୍ରିଆଲ୍‌ ଇୟର୍‌ ପିୟରସିଂ: ଏହି ପିୟରସିଂକୁ କରିବା ଟିକେ କଷ୍ଟଦାୟକ ହୋଇଥାଏ। କାନର ଉପରି ଭାଗରେ ଲମ୍ବା କରି ଫୋଡା ଯାଉଥିବା ଏହି ପିୟରସିଂର ଆରୋ ଶେପ୍‌ ଡିଜାଇନ୍‌କୁ ଯୁବତୀମାନେ ଅଧିକ ପସନ୍ଦ କରିଥାନ୍ତି।
*କୋଞ୍ଚ ଇୟର୍‌ ପିୟରସିଂ: ମୁଖ୍ୟତଃ ଷ୍ଟଡ୍‌ ଷ୍ଟାଇଲ୍‌ରେ ଆସୁଥିବା ଇୟର୍‌ ରିଂକୁ କାନର ଠିକ୍‌ ମଝି ସ୍ଥାନରେ ଲଗାଇ ଏହି ପିୟରସିଂ କରାଯାଇଥାଏ।
* ହେଲିକ୍ସ ଇୟର୍‌ ପିୟରସିଂ: ଏହାକୁ ମୁଖ୍ୟତଃ କାନର ଉପରି ଭାଗରେ କରାଯାଇଥାଏ। ଏଥିରେ ଯୁବତୀ ଚାହିଁଲେ ଷ୍ଟୋନର ଷ୍ଟଡ୍‌ ଲଗାଇ ଡିଫରେଣ୍ଟ୍‌ ଲୁକ୍‌ ପାଇପାରିବେ।
* ଡେଥ୍‌ ଇୟର୍‌ ପିୟରସିଂ: କାନର ମଝି ଭାଗରେ ରିଙ୍ଗ୍‌ ଶେପ୍‌ର କାନଫୁଲ ଲଗାଇବାକୁ ଡେଥ୍‌ ଇୟର୍‌ ପିୟରସିଂ କୁହାଯାଇଥାଏ। କେହି କେହି ଏହି ସ୍ଥାନରେ ଷ୍ଟୋନ ହୁପ୍‌ ଲଗାଇ ବି ଟ୍ରେଣ୍ଡି ଲୁକ୍‌ ପାଇଥାନ୍ତି।
* ଫରଓ୍ବାର୍ଡ ହେଲିକ୍ସ ଇୟର୍‌ ପିୟରସିଂ: ଏହାକୁ କାନର ପୁରା ଉପରି ଭାଗରେ କରାଯାଇଥାଏ। ଏହି ସ୍ଥାନରେ ବି ଷ୍ଟୋନ ଷ୍ଟଡ୍‌ ଲଗାଇଲେ ବେଶ୍‌ ସୁନ୍ଦର ଦେଖାଯାଇଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri