ଇୟର ବଡ୍‌

ସାଧାରଣତଃ କାନ ସଫା କରିବା ପାଇଁ ଆମେ ଇୟର ବଡ୍‌ ବ୍ୟବହାର କରିଥାଉ। ହେଲେ ଏ ସମୟରେ କେତୋଟି ଦିଗ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ…

କାନକୁ ବାରମ୍ବାର ଇୟର ବଡ୍‌ ଦ୍ୱାରା ସଫା କଲେ କାନ ଭିତର ନଳୀ ଓସାର ହୋଇଯାଏ। ଏହାଫଳରେ କାନ ଭିତରକୁ ଧୂଳିମଳି ସହଜରେ ପ୍ରବେଶ କରିବା ଦ୍ୱାରା ତାହାର ପ୍ରଭାବ ଶ୍ରବଣ ଶକ୍ତି ଉପରେ ପଡ଼ିଥାଏ।
ପୁରୁଣା କିମ୍ବା ପୂର୍ବରୁ ବ୍ୟବହୃତ ଇୟର ବଡ୍‌ ଆଦୌ ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା କାନ ସଂକ୍ରମଣ ପରି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ତେଣୁ କାନ ସଫା କରିବା ଲାଗି ସବୁବେଳେ ନୂଆ ଏବଂ ପରିଷ୍କାର ଇୟର ବଡ୍‌ ବ୍ୟବହାର କରନ୍ତୁ।
କାନର ଭିତର ଅଂଶ ଯେପରି ସବୁବେଳେ ପରିଷ୍କାର ରହେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ତେଣୁ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଅଭିଜ୍ଞ କର୍ଣ୍ଣ ବିଶେଷଜ୍ଞଙ୍କ ନିକଟରେ କାନ ଦେଖାଇ ନିଅନ୍ତୁ।
ଇୟର ବଡ୍‌ରେ କାନ ସଫା କରିବା ସମୟରେ ସତର୍କତାର ସହ ସଫା କରନ୍ତୁ। କାରଣ ବେଳେବେଳେ ଏହାର ତୁଳା ଅଂଶ କାନ ଭିତରେ ରହିଯାଇଥାଏ। ପରବର୍ତ୍ତୀ ସମୟରେ କାନରେ ଧୂଳିମଳି ଜମି ରହିବା ଏବଂ ପାଣି ସଂସ୍ପର୍ଶରେ ଆସିବା ଦ୍ୱାରା କାନ ଇନ୍‌ଫେକଶନ ଆଶଙ୍କା ରହିଛି।