Categories: ଜାତୀୟ

ପାକିସ୍ତାନକୁ ଚୁପ କରାଇଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ,୧୫ ।୧୨: ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇବା ପରେ ବୁଧବାର ଭାରତ ପାକିସ୍ତାନକୁ କଡା ଜବାବ ଦେଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଯେଉଁ ଦେଶ ଅଲ-କାଏଦା ଆତଙ୍କବାଦୀ ଓସାମା ବିନ ଲାଦେନଙ୍କୁ ସୁରକ୍ଷା ଦେଉଛି ଓ ପଡ଼ୋଶୀ ଦେଶର ସଂସଦ ଉପରେ ଆକ୍ରମଣ କରୁଛି ତା’ ନିକଟରେ ଉପଦେଶ ଦେବାର ବିଶ୍ୱସନୀୟତା ନାହିଁ । ଏହା ସହ ଜୟଶଙ୍କର କହିଛନ୍ତି ମିଳିତ ଜାତିସଂଘର ବିଶ୍ୱସନୀୟତା ଆମ ସମୟର ପ୍ରମୁଖ ଚ୍ୟାଲେଞ୍ଜ ଏହା ମହାମାରୀ ହେଉ ଅବା ଜଳବାୟୁ ପରିବର୍ତ୍ତନ, ସଂଘର୍ଷ ଅବା ଆତଙ୍କବାଦର ପ୍ରଭାବଶାଳୀ ପ୍ରତିକ୍ରିୟା ଉପରେ ନିର୍ଭର କରେ ।
ସଂସ୍କାରିତ ବହୁପକ୍ଷୀୟତା ଉପରେ ଭାରତର ହସ୍ତାକ୍ଷର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରୁଥିବା ଜୟଶଙ୍କର କହିଛନ୍ତି, ବହୁପକ୍ଷୀୟ ସଂସ୍କାରତାର ତତ୍ପରତା ଉପରେ ଆମେ ଆଜି ସ୍ପଷ୍ଟ ଧ୍ୟାନ ଦେଉଛୁ । ଆମ ନିକଟରେ ସ୍ୱାଭାବିକ ଭାବେ ଆମର ନିଜର ବିଶେଷ ଦୃଷ୍ଟିକୋଣ ରହିବ, ହେଲେ ଆଉ ଏକ ଭାବନା ଆସୁଛି ଯେ ଏହାକୁ ଅଧିକ ବିଳମ୍ବ କରାଯାଇପାରିବ ନାହିଁ ।

Share