ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି । ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ ଚିଲ କିଛି ସମୟ ଧରି ଉଡିବା ପରେ ଅକ୍ଷୟଦଣ୍ଡ ବସିଥିବା ଦେଖିବାକୁ ମିଳିଥିଲା। କିଛି ସମୟ ବସିବା ପରେ ଉଡି ଚାଲିଯାଇଥିଲା । ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
କିଛି ସେବାୟତ ଏହାକୁ ମହାପ୍ରଭୁଙ୍କ ଅଶୁଭ ସଂକେତ ବୋଲି କହିଛନ୍ତି । ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ । ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟାଭାବ, ଗୃହଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଏହା ଏକ ସାଧାରଣ କଥା ବୋଲି ଅନେକ ବ୍ୟକ୍ତବିଶେଷ ମତ ଦେଇଛନ୍ତି । ତେବେ ପୂର୍ବରୁ ବାରମ୍ବାର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡିବା, ବସିବା, ମାନସିକ ବାନା ଛିଡିବା ଏବଂ ଶହଶହ ସଂଖ୍ୟାରେ ଚିଲ ଶ୍ରୀମନ୍ଦିର ଚାରିପଟେ ବୁଲିବା ନଜିର୍ ରହିଛି। ସୂଚନାଯୋଗ୍ୟ, ଏପରି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ଅନେକ ଥର ଚିଲ ବସିଥିବା ଦେଖିବାକୁ ମିଳିଛି ।

