Posted inଖେଳ

‘ପ୍ରତି ରାଜ୍ୟ ଗୋଟିଏ କ୍ରୀଡ଼ାକୁ ଅଗ୍ରାଧିକାର ଦେବେ’

ନୂଆଦିଲ୍ଲୀ, ୯ା୭(ପି.ଟି.)- ଭାରତର ପ୍ରତ୍ୟେକ ରାଜ୍ୟ ଗୋଟିଏ ଲେଖାଏ କ୍ରୀଡ଼ାକୁ ଅଗ୍ରାଧିକାର ଦେବେ। ଉକ୍ତ କ୍ରୀଡ଼ାର ଉନ୍ନତି ପାଇଁ ସମ୍ପୃକ୍ତ ରାଜ୍ୟ ଫୋକସ କରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ଏହି ପରାମର୍ଶ ଦିଆ ଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ବୁଧବାର ପ୍ରକାଶ କରିଛନ୍ତି। ଅଲିମ୍ପିକ୍ସରେ ଅଧିକ ପଦକ ହାସଲ ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। କର୍ପୋରେଟ୍‌ ସେକ୍ଟରକୁ ମଧ୍ୟ ସମାନ ପରାମର୍ଶ ଦିଆ ଯାଇଛି ବୋଲି ‘ରୋଲ ଅଫ୍‌ କର୍ପୋରେଟ୍‌ ଇଣ୍ଡିଆ ଫର ଫିଟ୍‌ ଇଣ୍ଡିଆ’ ଶୀର୍ଷକରେ ଆସୋଚାମ ପକ୍ଷରୁ ଆୟୋଜିତ ଓ୍ବେବିନାରରେ ଭାଗନେଇ ରିଜିଜୁ ପ୍ରକାଶ କରିଛନ୍ତି। ” ଆମେ ରାଜ୍ୟ ଗୁଡ଼ିକୁ ଗୋଟିଏ ଲେଖାଏ କ୍ରୀଡ଼ାକୁ ବାଛିବା ପାଇଁ ଚିଠି ଲେଖିଛୁ। ଉଦାହରଣ ସ୍ବରୂପ ମଣିପୁର ବକ୍ସିଂ ଏବଂ ସିପକ୍‌ଟାକ୍ରକୁ ବାଛିବ। ଏହି ରାଜ୍ୟ ଫୁଟବଲ ଏବଂ ଆର୍ଚେରି ମଧ୍ୟ ଖେଳାଇ ପାରିବ। ମାତ୍ର ବାଛିଥିବା କ୍ରୀଡ଼ା ଉପରେ ଫୋକସ କରିବାକୁ ପଡ଼ିବ। ଆମେ ପ୍ରତି କର୍ପାରେଟ ସଂସ୍ଥାକୁ ମଧ୍ୟ ଗୋଟିଏ ଲେଖାଏ କ୍ରୀଡ଼ାକୁ ପୋଷ୍ୟଭାବେ ଗ୍ରହଣ କରି ତା’ ଉପରେ ଫୋକସ କରିବାକୁ ପରାମର୍ଶ ଦେଇଛୁ। ତେବେ କାହାକୁ ଅନ୍ୟ କ୍ରୀଡ଼ାକୁ ସମର୍ଥନ କରିବାରୁ ବାରଣ କରିପାରିବ ନାହିଁ“ ବୋଲି ରିଜିଜୁ କହିଛନ୍ତି।
ଭାରତ ପରି ଏକ ବଡ଼ ଦେଶରେ ଏକାଧିକ କ୍ରୀଡ଼ାର ଉନ୍ନତି ସମ୍ଭବ। ତେବେ ଏଥିପାଇଁ ପ୍ରତି ରାଜ୍ୟ ଗୋଟିଏ ଲେଖାଏ କ୍ରୀଡ଼ା ଉପରେ ଧ୍ୟାନ ଦେବାକୁ ପଡ଼ିବ। ୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଭାରତ ଟପ୍‌-୧୦ ଫିନିଶ୍‌ ଲକ୍ଷ୍ୟ ରଖିଛି। ମାତ୍ର ଏବେଠାରୁ ଟାର୍ଗେଟ ନ ରଖିଲେ ଭାରତ ସେହି ସ୍ଥାନରେ ପହଞ୍ଚତ୍ ପାରିବ ନାହିଁ। ଅନ୍ୟ ଦେଶ ଗୁଡ଼ିକର ପ୍ରଦର୍ଶନକୁ ଦେଖିଲେ ଭାରତ ଯଦି ୧୦ରୁ ୧୨ ସ୍ବର୍ଣ୍ଣ ପଦକ ଜିତି ପାରିବ ତେବେ ପଦକ ତାଲିକାର ଟପ୍‌-୧୦ରେ ରହି ପାରିବ। କାରଣ ଆମେରିକା ଓ ଚାଇନା ପରି ୪-୫ଟି ଦେଶ ୪୦ରୁ ୫୦ ସ୍ବର୍ଣ୍ଣ ପଦକ ପାଉଛନ୍ତି। ଆର୍ଚେରି, ରେସ୍‌ଲିଂ, ବକ୍ସିଂ, ହକି, ଶୁଟିଂ ଆଦି ୧୪ଟି କ୍ରୀଡ଼ାକୁ ଅଗ୍ରାଧିକାର ଭିତ୍ତିରେ ଚିହ୍ନଟ କରାଯାଇଛି। ଅଲିମ୍ପିକ୍ସରେ ପଦକ ଲକ୍ଷ୍ୟରେ ଏହା ଉପରେ ଫୋକସ କରାଯିବ। ତେବେ ଅନ୍ୟ କ୍ରୀଡ଼ା ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ରିଜିଜୁ କହିଛନ୍ତି।
ଅଲିମ୍ପିକ୍ସରେ ଭାରତ ସଫଳ ହେବାକୁ ହେଲେ ସ୍ପୋଟର୍‌ସ ଫେଡେରେଶନ ଗୁଡ଼ିକ, ସରକାର ଏବଂ କର୍ପୋରେଟ ସେକ୍ଟରକୁ ମିଳିତଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଇନ୍‌ସ୍ପାୟାର ଇନ୍‌ଷ୍ଟିଚ୍ୟୁଟ ଦେଶର ଶୀର୍ଷସ୍ଥାନୀୟ ରେସ୍‌ଲର ଏବଂ ଜାଭେଲିନ୍‌ ଥ୍ରୋୟରଙ୍କ ପାଇଁ ସୁବିଧା ସୁଯୋଗ ଉପଲବ୍ଧ କରାଇଛି। ସେଠାରେ ସେମାନେ ଟ୍ରେନିଂ ନେଇ ପାରୁଛନ୍ତି। ସେହିପରି କର୍ପୋରେଟଗୁଡ଼ିକ ସୁବିଧା ସୁଯୋଗ ଏବଂ ଭିତ୍ତିଭୂମି ଉପଲବ୍ଧ କରାଇଲେ ଟପ୍‌ ଆଥଲେଟ୍‌ମାନଙ୍କୁ ଟ୍ରେନିଂ ପ୍ରଦାନ କରାଯାଇ ପାରିବ। ଯୋଜନାବଦ୍ଧଭାବେ କାର୍ଯ୍ୟ କଲେ ନିଶ୍ଚିତ ସଫଳତା ମିଳିବ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri