ଇଏ ବି ବସ୍‌ଷ୍ଟପ୍‌

ଖରା, ବର୍ଷାରୁ ରକ୍ଷା ପାଇବା ସହ ଆରାମରେ ବସି ବସ୍‌କୁ ଅପେକ୍ଷା କରିବା ଲାଗି ଯାତ୍ରୀଙ୍କ ପାଇଁ ବସ୍‌ଷ୍ଟପ୍‌ କରାଯାଇଥାଏ। ତେବେ ପୃଥିବୀର ବିଭିନ୍ନ ସ୍ଥାନରେ ଏମିତି ବି କିଛି ବସ୍‌ଷ୍ଟପ୍‌ ତିଆରି କରାଯାଇଛି, ଯାହା ଏତେ ଅଜବ ଯେ ଏବେ ସେସବୁ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି।

ହ୍ୟାଟ୍‌ ପରି: ଏହି ବସ୍‌ଷ୍ଟପ୍‌ ଦେଖିବାକୁ ଏକ ବଡ଼ ହ୍ୟାଟ୍‌ ପରି। କିରଗିଜସ୍ତାନର ଲେକ ଇସିକ୍‌ କୁଲ୍‌ ରାସ୍ତାରେ ଏହି ବସ୍‌ଷ୍ଟପ୍‌ ଅଛି। କିରଗିଜସ୍ତାନର ପାରମ୍ପରିକ ଫେଲ୍ଟ ହ୍ୟାଟ୍‌ ଥିମ୍‌କୁ ନେଇ ଏହାକୁ ତିଆରି କରାଯାଇଛି। ଏଠାରେ ଆହୁରି ବି ଅନେକ ବସ୍‌ଷ୍ଟପ ଅଛି ଯାହାକି କିରଗିଜସ୍ତାନର ପରମ୍ପରା, ସଂସ୍କୃତିକୁ ଦର୍ଶାଇଥାଏ।
ଫଳାକୃତୀର ବସ୍‌ଷ୍ଟପ୍‌: ଜାପାନ, କୋନାଗାଇରେ ୧୬ ପ୍ରକାରର ଅଜବ ବସ୍‌ଷ୍ଟପ ଅଛି। ତେବେ ନାଗାସାକିସ୍ଥ ଇଶାୟା ସିଟିରେ ଦେଖିବାକୁ ମିଳେ ଏମିତି କେତୋଟି ବସ୍‌ଷ୍ଟପ ଯାହାକୁ ଦେଖିଲେ ଭୋକ ଲାଗିବ। କାରଣ ଏସବୁ ଷ୍ଟ୍ରବେରୀ,ତରଭୂଜ ପରି ସୁସ୍ବାଦୁ ଫଳ ଆକାରର। ତେଣୁ ଏହିସବୁ ବସ୍‌ଷ୍ଟପ୍‌ ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି।
ମ୍ୟୁଜିକାଲ ସ୍ବିଙ୍ଗର ମଜାନେବେ ଏହି ବସ୍‌ଷ୍ଟପ୍‌ରେ: କାନାଡା, ମୋଣ୍ଟ୍ରିଲର ଏକ ଡିଜାଇନର୍‌ ଟିମ୍‌ ଏଠାକାର ବସ୍‌ଷ୍ଟପ୍‌ରେ କରିଛନ୍ତି ମ୍ୟୁଜିକାଲ ସ୍ବିଙ୍ଗର ବ୍ୟବସ୍ଥା। ଏଠାରେ ୨୧ଟି ମ୍ୟୁଜିକାଲ ସ୍ବିଙ୍ଗ ବା ଦୋଳୀ ଲାଗିଛି। ପଥାଚାରୀ ହୁଅନ୍ତୁ ଅବା ବସ୍‌ଷ୍ଟପ୍‌ରେ ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀ ଏଥିରେ ବସି ଦୋଳି ଖେଳିଲେ ସେଥିରୁ ସୁମଧୁର ସଙ୍ଗୀତର ଧୂନ ବାହାରେ। ଆଉ ଯେବେ ଏକାସାଙ୍ଗରେ ୨୧ଟି ଦୋଳିରେ ବସି ଝୁଲାଯାଏ ଚମତ୍କାର ଧୂନ ବାହାରେ।
ବସ୍‌ ଟାଇପୋଗ୍ରାଫି: ଏହି ବସ୍‌ଷ୍ଟପ୍‌ ଟାଇପୋଗ୍ରାଫୀ ଓ ପବ୍ଲିକ୍‌ ଆର୍ଟର ଏକ ସୁନ୍ଦର ଏକ୍ସପେରିମେଣ୍ଟ। ବାଲ୍ଟିମୋରଷ୍ଟ୍ରିଟ୍‌ରେ ଥିବା ଏହି ବସ୍‌ଷ୍ଟପ୍‌ କେବଳ ଇଂରାଜୀ ଲେଟର୍‌ରେ ‘ବସ୍‌’ ଲେଖାର ଏକ କଳାକୃତୀ। ଅର୍ଥାତ୍‌ ଉକ୍ତ ବସ୍‌ଷ୍ଟପ୍‌ରେ କେବଳ ଇଂରାଜୀର ‘ବିୟୁଏସ୍‌’ କଳାକୃତୀ ଦେଖିବାକୁ ମିଳେ। ୧୪ ଫୁଟ ଉଚ୍ଚ ଓ ୭ ଫୁଟ ଓସାରର ଏହି କଳାକୃତୀ ଷ୍ଟିଲ ଫ୍ରେମ ଓ କାଠରେ ତିଆରି। ଏହାର ପ୍ରତ୍ୟେକ ଲେଟର୍‌ରେ ଯାତ୍ରୀ ମନ ମୁତାବକ ବସି ପାରିବେ, ଶୋଇପାରିବେ।
ବଡ଼ ଛତା ଥିବା ବସ୍‌ଷ୍ଟପ୍‌: ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀ ଚାହେଁ ଖରା, ବର୍ଷାରୁ ଟିକେ ରକ୍ଷା ପାଇବାକୁ। ତେଣୁ ବସ୍‌ ଷ୍ଟପ୍‌ କରାଯାଇଥାଏ। ତେବେ ଆମେରିକାରେ ଥିବା ଏହି ଛତା ଭଳି ବସ୍‌ ଷ୍ଟପ୍‌ଠୁ ଭଲ ଆଉ କ’ଣ ବା ହୋଇପାରେ।
ଟନେଲ୍‌ ପରି ବସ୍‌ଷ୍ଟପ: ବ୍ରାଜିଲ,କୁରିତିବାରେ ଥିବା ଏହି ବସ୍‌ଷ୍ଟପ୍‌ ଦେଖିବାକୁ ଏକ ଟନେଲ ପରି । ହେଲେ ଏହା ମଧ୍ୟକୁ ଯିବା ଲାଗି ଯାତ୍ରୀଙ୍କୁ ଟଙ୍କା ଦେବାକୁ ହେବ। ଏହି ବସ୍‌ଷ୍ଟପ୍‌ରେ ଟର୍ନଷ୍ଟାଇଲ୍‌ ବା ଜଣଜଣ କରି ଭିତରକୁ ଛାଡିବା ଲାଗି ଲମ୍ବା ବାଡ଼ି ଥିବା ବୁଲନ୍ତା ଫାଟକ ଅଛି। ତା’ସହ ପାହାଚ ଓ
ହ୍ବିଲଚେୟାର ପାଇଁ ଲିଫ୍ଟ ବ୍ୟବସ୍ଥା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri