ଇ-ଯାନ ବଢ଼ାଇବ ବିଦ୍ୟୁତ୍‌ ଚାହିଦା

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିବା ପରେ ଗ୍ରାହକ ଏବେ ଇଲେକ୍ଟ୍ରିକ ଯାନ ପ୍ରତି ଆଗ୍ରହ ଦେଖାଉଛନ୍ତି। ଏହାକୁ ଅନେକେ ପରିବେଶ ସୁରକ୍ଷା ନିମନ୍ତେ ଏକ ପଦକ୍ଷେପ ବୋଲି ମନେ କରୁଛନ୍ତି। ତାହାକୁ ପ୍ରୋତ୍ସାହିତ କରିବାକୁ ଯାଇ କେନ୍ଦ୍ର ଓ ରାଜ୍ୟ ସରକାର ଇ-ଯାନ ନୀତି ଉପରେ ଗୁରୁତ୍ୱ ଦେଉଛନ୍ତି। ତଦନୁଯାୟୀ ଦୁଇଚକିଆ, ୪ ଚକିଆ ଇ-ଯାନ କ୍ରୟ ମଧ୍ୟ ବୃଦ୍ଧି ପାଇଚାଲିଛି। ତେଣୁ ଇ-ଯାନ ଚାର୍ଜ କରିବାକୁ ଆଗାମୀ ଦିନରେ ବିଦ୍ୟୁତ୍‌ ଶକ୍ତି ଉପରେ ନିର୍ଭରଶୀଳତା ବହୁତ ବଢ଼ିବା ସମ୍ଭାବନା ରହିଛି। ସାଧାରଣତଃ କୋଇଲା, ବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ଭଳି ପାରମ୍ପରିକ ଉତ୍ସରୁ ଆମ ରାଜ୍ୟର ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ତେଣୁ ପାରମ୍ପରିକ ଶକ୍ତି ଉତ୍ସ ଉପରେ ମଧ୍ୟ ଚାପ ବଢ଼ିଯିବ ଏବଂ ବିଦ୍ୟୁତ୍‌ ମୂଲ୍ୟ ବୃଦ୍ଧିପାଇବ। ଏହା ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଉପରେ ଆର୍ଥିକ ବୋଝ ସୃଷ୍ଟି କରିବ। ଅନ୍ୟପକ୍ଷରେ ପାରମ୍ପରିକ ଉତ୍ସରୁ ବିଦ୍ୟୁତ୍‌ ଉତ୍ପାଦନ ବଢ଼ିଲେ ପରିବେଶ ପ୍ରତି ଅଧିକ ବିପଦ ଘନେଇବ। ତେଣୁ ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧି ଏକମାତ୍ର ବିକଳ୍ପ, ଯାହାକୁ ସରକାରୀ ସ୍ତରରେ ଅଣଦେଖା କରାଯାଉଛି।
ପାରମ୍ପରିକ ଶକ୍ତି ଉପରୁ ଚାପ ହ୍ରାସ କରିବା ପାଇଁ ଏହାର ବିକଳ୍ପ ଭାବେ ସୌର, ପବନ, ବାୟୋଗ୍ୟାସ ଓ କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ ଭଳି ଅକ୍ଷୟ ଶକ୍ତି ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଏଭଳି ଶକ୍ତି ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଥିଲେ ହେଁ ବିଭାଗୀୟ ଉଦାସୀନତା ବାଧକ ସାଜିଛି। କେବଳ ସେତିକି ନୁହେଁ, ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ଏବଂ ଜମି ଯୋଗାଡ଼ କରିବାରେ ଅକ୍ଷମତା ଯୋଗୁ କେନ୍ଦ୍ରୀୟ ସହାୟତା ମଧ୍ୟ ହରାଇବାକୁ ପଡ଼ିଛି। ୨ବର୍ଷ ପୂର୍ବରୁ ରାଜ୍ୟରେ ୪୫୦୦ ମେଗାଓ୍ବାଟ ବିଦ୍ୟୁତ୍‌ ଚାହିଦା ଥିବାବେଳେ ଏବେ ଏହା ୫ ହଜାର ମେଗାଓ୍ବାଟରେ ପହଞ୍ଚିଲାଣି। ଆଗାମୀ ଦିନରେ ଏହି ଚାହିଦା ଆହୁରି ବଢ଼ିବା ସମ୍ଭାବନା ରହିଛି। ରାଜ୍ୟରେ ଅକ୍ଷୟ ଶକ୍ତି ବିକାଶ ପାଇଁ ରାଜ୍ୟ ସରକାର ଅକ୍ଷୟ ଶକ୍ତି ନୀତି-୨୦୧୬ କାର୍ଯ୍ୟକାରୀ କରିଥିଲେ। କେନ୍ଦ୍ର ସରକାରଙ୍କ ଆକଳନ ଅନୁଯାୟୀ ସମଗ୍ର ଦେଶରେ ୮,୯୧,୬୦୧ ମେଗାଓ୍ବାଟ ଅକ୍ଷୟ ଶକ୍ତି ଉତ୍ପାଦନ ସମ୍ଭାବନା ରହିଛି। ଓଡ଼ିଶାରେ ୨୭ ହଜାର ୭୨୭ ମେଗାଓ୍ବାଟ ଅକ୍ଷୟ ଶକ୍ତି ଉତ୍ପାଦନ ହୋଇପାରିବ। ସେଥିରୁ ରାଜ୍ୟରେ ସୌର ଶକ୍ତି ୨୫,୭୮୦ ମେଗାଓ୍ବାଟ୍‌, ପବନ ଶକ୍ତିରୁ ୧୩୮୪ ମେଗାଓ୍ବାଟ୍‌, କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ (ଏସ୍‌ଏଚ୍‌ଇପି)ରୁ ୨୯୫ ମେଗାଓ୍ବାଟ୍‌, ବାୟୋମାସ୍‌ରୁ ୨୪୬ ମେଗାଓ୍ବାଟ୍‌ ଏବଂ ବର୍ଜ୍ୟବସ୍ତୁରୁ ଶକ୍ତି (ଡବ୍ଲ୍ୟୁଟିଇ)୨୨ ମେଗାଓ୍ବାଟ ଉତ୍ପାଦନ ଆକଳନ କରାଯାଇଛି। ଅକ୍ଷୟ ଶକ୍ତି ନୀତି ଅନୁଯାୟୀ ୨୦୨୨ ସୁଦ୍ଧା ୨୭୫୦ ମେଗାଓ୍ବାଟ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ୨୦୨୧ ଶେଷ ସୁଦ୍ଧା ମାତ୍ର ୨୫୦ ମେଗାଓ୍ବାଟ ଉତ୍ପାଦନ ହୋଇଛି।
ଅନ୍ୟପକ୍ଷରେ ୨୦୧୪ରେ ଦେଶରେ ସୌରଶକ୍ତି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ କେନ୍ଦ୍ର ସରକାର ସୋଲାର ପାର୍କ ଓ ଅଲଟ୍ରା ସୋଲାର ପାଓ୍ବାର ପ୍ରକଳ୍ପ ଆରମ୍ଭ କରିଥିଲେ। ଓଡ଼ିଶାରେ ଏହି ପ୍ରକଳ୍ପ ସ୍ଥାପନ କରି ରାଜ୍ୟ ସରକାର ଘରୋଇ ସଂସ୍ଥା ଜରିଆରେ ୫୦୦ ମେଗାଓ୍ବାଟ ସୌରଶକ୍ତି ଉତ୍ପାଦନ କରିଥାଆନ୍ତେ। କେନ୍ଦ୍ର ସରକାର ଏଥିପାଇଁ ପ୍ରତି ମେଗାଓ୍ବାଟକୁ ୨୦ ଲକ୍ଷ ଅର୍ଥାତ୍‌ ପ୍ରକଳ୍ପ ପାଇଁ ୩୦ ପ୍ରତିଶତ ଟଙ୍କା ପ୍ରଦାନ କରିଥାଆନ୍ତେ। ପ୍ରକଳ୍ପ ଅନୁମୋଦନ ହେବାର ୧୮ ମାସ ମଧ୍ୟରେ ଏହା ଆରମ୍ଭ କରିବା କଥା। କେନ୍ଦ୍ର ସରକାର ୨୦୧୫ରେ ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ୨୦୧୮ରେ ସବୁଜ ଶକ୍ତି ଉନ୍ନୟନ ନିଗମ (ଜେଡ୍‌କଲ) ୨୭୫ ମେଗାଓ୍ବାଟ ସୌରଶକ୍ତି ପ୍ରକଳ୍ପ ପାଇଁ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ସେତେଟା ଅଗ୍ରଗତି କରିନାହିଁ।
ଓଡ଼ିଶା ପାଓ୍ବାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ(ଓପିଟିସିଏଲ୍‌) ଏବଂ ଓଡ଼ିଶା ହାଇଡ୍ରୋ ପାଓ୍ବାର କର୍ପୋରେଶନ ଲିମିଟେଡ(ଓଏଚ୍‌ପିସି)ର ୭ଟି ଗ୍ରୀଡ୍‌ ସବ୍‌ଷ୍ଟେଶନ ଓ ଶକ୍ତି ଉତ୍ପାଦନ ସ୍ଥାନରେ ୧୬.୪ ମେଗାଓ୍ବାଟ କ୍ଷମତା ବିଶିଷ୍ଟ ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ପ୍ରକଳ୍ପର ଟେଣ୍ଡର କାର୍ଯ୍ୟ ଜେଡ୍‌କଲ ଉପରେ ନ୍ୟସ୍ତ କରାଯାଇଥିଲା। ତେବେ ଜେଡ୍‌କଲ ସୌର ପ୍ରକଳ୍ପ ସ୍ଥାପନ ପାଇଁ କୌଣସି ପଦକ୍ଷେପ ନ ନେବାରୁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। କେବଳ ସୌରଶକ୍ତି ନୁହେଁ, ପବନ, କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ ଏବଂ ବାୟୋମାସ ପ୍ରକଳ୍ପ ମଧ୍ୟ ଅନ୍ଧକାର ଭିତରକୁ ଚାଲିଯାଇଛି। ୨୦୨୨ ସୁଦ୍ଧା ରାଜ୍ୟରେ ପବନ ଶକ୍ତିରୁ ୨୦୦ ମେଗାଓ୍ବାଟ, କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ୧୫୦ ଏବଂ ବାୟୋମାସ୍‌ରୁ ୧୬୦ ମେଗାଓ୍ବାଟ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଶକ୍ତି ବିଭାଗର ଉଦାସୀନତା ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ନାହିଁ।
ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ସୌର ଶକ୍ତିକୁ ପ୍ରୋତ୍ସାହିତ କରିବା ସକାଶେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଅକ୍ଷୟ ଶକ୍ତି ନୀତିର ନବୀକରଣ କରାଯିବ। ଗ୍ରୀଡ୍‌କୋକୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ(ଓଇଆର୍‌ସି) ଆୟୋଗ ଯାହା ଟାର୍ଗେଟ ଦେଉଛନ୍ତି ସେଥିରୁ ୯୮% କରାଯାଉଛି। ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ଗ୍ରୀଡ୍‌କୋ ୭୭% ଅଧିକ ଅଣପାରମ୍ପରିକ ଶକ୍ତି କିଣିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri