ଅଚଳାବସ୍ଥାରେ ଇ-ଟଏଲେଟ୍‌

ଭୁବନେଶ୍ୱର,୧୮।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସ୍ବଚ୍ଛ, ସବୁଜ, ସୁନ୍ଦର କରି ଗଢିତୋଳିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସ୍ମାର୍ଟ ସିଟିକୁ ଯେପରି ବାହ୍ୟ ମଳମୁକ୍ତ ଅଞ୍ଚଳ କରାଯାଇ ପାରିବ ସେଥିପାଇଁ ଇ-ଟଏଲେଟ୍‌ର ବ୍ୟବସ୍ଥା ରହିଛି। ଏଥିସହ ବାହାରେ ମଳତ୍ୟାଗ କଲେ ଜରିମାନା ଦଣ୍ଡ ରହିଛି। ମାତ୍ର ସଚେତନତା ଅଭାବ ଓ ପରିଚାଳନାଗତ ତ୍ରୁଟି କାରଣରୁ ଏହା ଲୋକଙ୍କ ବ୍ୟବହାରରେ ଲାଗୁନାହିଁ। ଫଳରେ ଅଧିକାଂଶ ଇ-ଟଏଲେଟ୍‌ ଅଚଳାବସ୍ଥାରେ ପଡ଼ି ରହିଛି। ଇ-ଟଏଲେଟ ଭଳି ସହରରେ ଗୋଷ୍ଠୀ ଶୌଚାଳୟ, ହାଇବ୍ରିଡ୍‌ ଟଏଲେଟ୍‌, ପବ୍ଲିକ୍‌ ଟଏଲେଟ୍‌ ଏବଂ ବାୟୋ ଟଏଲେଟ୍‌ ଆଦି ୨ଶହରୁ ଊର୍ଦ୍ଧ୍ୱ ଟଏଲେଟ୍‌ ନିର୍ମାଣ କରାଯାଇଥିଲେ ବି ଲୋକମାନେ ବାହାରେ ମଳତ୍ୟାଗ ଓ ପରିସ୍ରା କରୁଛନ୍ତି। ଏହାଦ୍ୱାରା ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି।
୨୦୧୮ରେ ସ୍ମାର୍ଟସିଟି ମିଶନରେ ଇ-ଟଏଲେଟ୍‌ ପ୍ରକଳ୍ପ ଆରମ୍ଭ ହୋଇଥିଲା। ୫କୋଟି ୭୬ଲକ୍ଷ ଟଙ୍କା ବ୍ୟୟରେ ସହରର ୩୦ ସ୍ଥାନରେ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ୬୦ ଟଏଲେଟ୍‌ ୟୁନିଟ୍‌ ନିର୍ମାଣ କରାଯିବାକୁ ସ୍ଥିର ହୋଇଥିଲା। ବିଏମ୍‌ସି ଓ ବିଏସ୍‌ସିଏଲ୍‌ ପକ୍ଷରୁ ସ୍ଥାନ ଚିହ୍ନଟ କରାଯାଇଥିଲା। ମାତ୍ର ୪ବର୍ଷ ପରେ ବି ସମସ୍ତ ଇ-ଟଏଲେଟ୍‌ ନିର୍ମାଣ ହୋଇପାରିନାହିଁ। ସହରର ୨୨ଟି ସ୍ଥାନରେ ଇ-ଟଏଲେଟ୍‌ ନିର୍ମାଣ ସରିଥିବାବେଳେ ଆହୁରି ୮ଟି ସ୍ଥାନରେ ବାକି ରହିଛି। ବର୍ତ୍ତମାନ ବାପୁଜୀ ନଗର, ରବୀନ୍ଦ୍ର ମଣ୍ଡପ ନିକଟ, କଳିଙ୍ଗ ଷ୍ଟାଡିୟମ ଗେଟ୍‌-୮, ଖଣ୍ଡଗିରି, ଶିରିପୁର ଛକ, ୟୁନିଟ୍‌-୯, ଜୟଦେବ ବିହାର, ଅଶୋକ ନଗର, ସିଟି ମହିଳା ମହାବିଦ୍ୟାଳୟ ସମେତ ଫରେଷ୍ଟ ପାର୍କ, ଆଇଜି ପାର୍କ, ମଧୁସୂଦନ ପାର୍କ ଆଦି ବିଭିନ୍ନ ସ୍ଥାନରେ ଏହା ନିର୍ମାଣ କରାଯାଇଛି। ହେଲେ ଏଥିମଧ୍ୟରୁ ଅଧିକାଂଶ କାର୍ଯ୍ୟକ୍ଷମ ହୋଇ ନ ଥିବାବେଳେ ଆଉ କିଛି ସ୍ଥାନରେ ବିଭିନ୍ନ ସମସ୍ୟା ଯୋଗୁ ତାହା ବ୍ୟବହାରଯୋଗ୍ୟ ହୋଇପାରୁନାହିଁ। କେଉଁ ଇ-ଟଏଲେଟ୍‌ର ଡୋର୍‌ ଖୋଲୁ ନାହିଁ ତ ପୁଣି ଆଉ କେଉଁଠି ପାଣି ରହୁନି କି ନିୟମିତ ସଫା କରାଯାଉ ନ ଥିବା ଅଭିଯୋଗ ହେଉଛି।
ଭୁବନେଶ୍ୱରରେ ଷ୍ଟିଲରେ ନିର୍ମିତ ମଡ୍ୟୁଲାର ଇ-ଟଏଲେଟ ସ୍ଥାପନ କରାଯାଉଛି। ଏଥିମଧ୍ୟରୁ କେତେକ ସମ୍ପୂର୍ଣ୍ଣ ଅଟୋମେଟିକ୍‌ ଥିବାବେଳେ ଆଉ କେତେକ ସେମି ଅଟୋମେଟିକ ରହିଛି। ଏଥିରେ ସେନ୍‌ସର ଲାଗିଛି, ଫଳରେ ଟଏଲେଟ୍‌ ସମୟରେ ଆପେ ପାଣି ଆସିବ ଓ ଆପେ ବନ୍ଦ ହୋଇଯିବ। ସେହିପରି ବ୍ୟବହାର ପୂର୍ବରୁ ଫ୍ଲୋର୍‌ ଅଟୋମେଟିକ୍‌ ଭାବେ ସଫା ହୋଇଯିବ। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ଟଏଲେଟରେ ସେନ୍‌ସର କାମ କରୁନି। ସେହିପରି ଟଏଲେଟ ବ୍ୟବହାର ସମୟରେ ନାଲି ଲାଇଟ୍‌ ଜଳିବା କଥା, କିନ୍ତୁ ଅନେକ ସମୟରେ କେହି ନ ଥାଇ ବି ନାଲି ଲାଇଟ୍‌ ଜଳିରହୁଛି ଏବଂ ଡୋର୍‌ ଖୋଲୁନି। ଲୋକେ ବହୁ ସମୟ ଧରି ଅପେକ୍ଷା କରି ଫେରୁଥିବା ଦେଖିବାକୁ ମିଳୁଛି। ଆଉ ଅନେକ ସମୟରେ ସୁଇଚ୍‌ ମାରି ବହୁ ସମୟ ଅପେକ୍ଷା କରିବା ସତ୍ତ୍ବେ ବି ଡୋର ଖୋଲୁନି। ଏହାଦ୍ବାରା ଲୋକଙ୍କ ଜରୁରୀ ସମୟରେ ଏହା କାମରେ ଆସୁନି।
ଏ ସମ୍ପର୍କରେ ବିଏମ୍‌ସି ଡେପୁଟି କମିଶନର (ପରିମଳ) ଶୁଭେନ୍ଦୁ ସାହୁ କହିଛନ୍ତି, ଅଧିକାଂଶ ଟଏଲେଟ୍‌ କାମ କରୁଛି। ନିର୍ମାଣକାରୀ ସଂସ୍ଥାକୁ ଆନୁଆଲ ମେଣ୍ଟେନାନ୍ସ କଣ୍ଟ୍ରାକ୍ଟ (ଏଏମ୍‌ସି) ଦେଇଦେଲେ ସେମାନେ ଅଚଳ ଥିବା ଟଏଲେଟ୍‌ଗୁଡିକୁ ସଜାଡିବେ। ୨୦୧୯ରେ ଘରୋଇ ସଂସ୍ଥା ସହିତ ଚୁକ୍ତି ଶେଷ ହେବାପରେ ଆଉ ନବୀକରଣ ହୋଇନାହିଁ। ତେଣୁ କିଛିଟା ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ଖୁବ୍‌ଶୀଘ୍ର ଏଏମ୍‌ସି ଦିଆଯିବ। ତେବେ ବିଏମ୍‌ସି ପକ୍ଷରୁ କିଛି ସ୍ଥାନରେ ଏହି ଶୌଚାଳୟ ୟୁନିଟ୍‌ ଚଳାଇବା ପାଇଁ ବ୍ୟକ୍ତିମାନଙ୍କୁ ନିୟୋଜିତ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri