Categories: ମେଟ୍ରୋ

ଟୁଇନ୍‌ ସିଟିରେ ଇ-ପରମିଶନ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଟୁଇନ୍‌ ସିଟି ପାଇଁ କମିଶନରେଟ ପୋଲିସ ଇ-ପରମିଶନ ବ୍ୟବସ୍ଥା ଆରମ୍ଭ କରିଛି। ଏନେଇ ଇ-ଆପ୍ଲିକେଶନ ଆରମ୍ଭ କରିଛି କମିଶନରେଟ ପୋଲିସ। ଟୁଇନ୍‌ ସିଟିରେ କାର୍ଯ୍ୟରତ ଘରୋଇ କମ୍ପାନୀ କର୍ମଚାରୀଙ୍କ ପାସ ବ୍ୟବସ୍ଥା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

ପୋଲିସ ପାସ ଦେଉ ନ ଥିବାରୁ ଇ-ପରମିଶନ ଜରିଆରେ ଆବେଦନ କରାଯିବ। କେଉଁ ସଂସ୍ଥା ନିର୍ଦ୍ଦିଷ୍ଟ କେତେ କର୍ମଚାରୀଙ୍କୁ କାମ ପାଇଁ ଅନୁମତି ଦେଇଛନ୍ତି ସେ ତଥ୍ୟ ରହିବ। ଇ-ପରମିଶନ ଓ ଆଇ-କାର୍ଡ ଦେଖାଇ କର୍ମଚାରୀ ଅଫିସ ଯାଇପାରିବେ।

ନିୟମ ପାଳନ ହେଉଛି କି ନାହିଁ କମିଶନରେଟ ପୋଲିସ ଘରୋଇ ଅନୁଷ୍ଠାନକୁ ଯାଇ ଯାଞ୍ଚ କରିବ। ଏଥିରେ ଖିଲାପ କରାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।