Categories: ଜାତୀୟ

ବିମାନ ବନ୍ଦରକୁ ବୋମାରେ ଉଡ଼ାଇବାକୁ ଧମକ ଭରା ଇ-ମେଲ୍‌…

ନୂଆଦିଲ୍ଲୀ, ୮।୮:  ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବୋମାରେ ଉଡ଼ାଉଦେବାକୁ ଏକ ଧମକ ଭରା ଇ-ମେଲ୍‌ ମିଳିଛି। ଦିଲ୍ଲୀ ପୋଲିସ ପାଖକୁ ଆସିଥିବା ଏହି ଇ-ମେଲ୍‌ ଆତଙ୍କବାଦୀ ସଂଗଠନ ଅଲ୍‌ କାଇଦା ନାମରେ ପଠାଯାଇଛି। ଧମକ ଭରା ଇ-ମେଳ ମିଳିବା ମାତ୍ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଇ-ମେଲ୍‌ରେ କୁହାଯାଇଛି ଯେ, କରଣବୀର ସୁରି ଓରଫ ମହମ୍ମଦ ଜାଲାଲ ଏବଂ ତାଙ୍କ ସ୍ତ୍ରୀ ଶୈଲି ଶାରା ଓରଫ୍‌ ହସିନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି। ଆସନ୍ତା ତିନି ଦିନ ମଧ୍ୟରେ ସେମାନେ ବିମାନ ବନ୍ଦରରେ ବୋମା ଲଗାଇବାକୁ ଷଡ଼ଯନ୍ତ୍ର ରଚିଛନ୍ତି। ଇ-ମେଲ ପାଇବା ପରେ ସୁରକ୍ଷା ଏଜେନ୍ସି ଗୁଡ଼ିକ ପାଇଁ ଆଲର୍ଟ ଜାରି କରାଯାଇଛି। କରଣବୀର ଏବଂ ଶୈଲିଙ୍କର ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ରହିଥିବା ଇ-ମେଲ୍‌ରେ ଉଲ୍ଲେଖ କରାଯାଇଛି। ଏହାପୂର୍ବରୁ ୧୮ଏପ୍ରିଲରେ ଦିଲ୍ଲୀ ବିମାନ ବନ୍ଦରକୁ ବୋମାରେ ଉଡ଼ାଇବା ଲାଗି ଧମକ ଦିଆଯାଇଥିଲା। ବେଙ୍ଗାଲୁରୁରୁ ଦିଲ୍ଲୀ ଆସୁଥିବା ବିମାନରେ ଜଣେ ଯାତ୍ରୀ ୱାଶରୁମରେ ଏକ ଟିସୁ ପେପରରେ ଲେଖାଥିବା ଚିଠି ପାଇଥିଲେ। ଏଥିରେ ଲେଖାଥିଲା ଯେ, ବିମାନରେ ବୋମା ଅଛି ଏବଂ ଏହା ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ବିସ୍ଫୋରଣ ହେବ।

Share