ଡିଜିପି ସମ୍ମିଳନୀ ବେଳେ ପନ୍ନୁଙ୍କ ନାଁରେ ଧମକପୂର୍ଣ୍ଣ ମେଲ୍‌ ପ୍ରସଙ୍ଗ

ଭୁବନେଶ୍ୱର,୧୦ା୧୨(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱରରେ ସର୍ବଭାରତୀୟ ୫୯ତମ ଡିଜିପି- ଆଇଜିପି ସମ୍ମିଳନୀ ଚାଲିଥିବାବେଳେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ତଥା ଶିଖ୍‌ ଫର୍‌ ଜଷ୍ଟିସ୍‌ର ମୁଖ୍ୟ ଗୁରୁପତ୍‌ୱନ୍ତ ସିଂ ପନ୍ନୁ ନାଁରେ ଆସିଥିବା ଧମକ୍‌ପୂର୍ଣ୍ଣ ମେଲ୍‌କୁ ନେଇ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଜାରି ରଖିଛି। ତେବେ ଉକ୍ତ ମେଲ୍‌ ବିଦେଶରୁ ଆସିଥିବା ତଦନ୍ତରୁ ଜଣାପଡ଼ିଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।

ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଏବଂ ଅନ୍ୟ କେତେଜଣ ସାମ୍ବାଦିକଙ୍କୁ ଏଭଳି ମେଲ୍‌ ଆସିଥିବା ବେଳେ ଏଥିପାଇଁ ୨ଟି ଭିପିଏନ୍‌ (ଭର୍ଚୁଆଲ୍‌ ପ୍ରାଇଭେଟ୍‌ ନେଟୱର୍କ) ସିଷ୍ଟମ ବ୍ୟବହାର ହୋଇଥିଲା। ଗୋଟିଏ କାନାଡ଼ା ଏବଂ ଅନ୍ୟଟି ଆମେରିକାର ଭିପିଏନ୍‌ ବୋଲି କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି। ଏହି ଦୁଇ ଦେଶରୁ ମେଲ୍‌ ଆସିଥିବା ଆଶଙ୍କା କ୍ରାଇମ୍‌ବ୍ରାଞ୍ଚ ଆଶଙ୍କା କରୁଛି। ତେବେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ଅଧିକ ଖୋଳତାଡ କରୁଛି। ଏସମ୍ପର୍କରେ କେନ୍ଦ୍ରୀୟ ଏଜେନ୍ସିକୁ ଅବଗତ କରାଯିବା ସହ ଆବଶ୍ୟକ ପଡ଼ିଲେ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଆଇଜି ସଫିନ୍‌ ଅହମ୍ମଦ କହିଛନ୍ତି।

ସୂଚନାଯୋଗ୍ୟ, ଉକ୍ତ ମେଲ୍‌ରେ ଡିସେମ୍ବର ୧ ଡି-ଡେ’ ବୋଲି ଘୋଷଣା କରାଯିବା ସହ ଉକ୍ତଦିନ ଭୁବନେଶ୍ୱର ବିମାନ ବନ୍ଦରକୁ ଉଡ଼ାଣ କରନ୍ତୁ ନାହିଁ ବୋଲି ଚେତାବନୀ ଦିଆଯାଇଥିଲା। ଏଥିସହ ହିନ୍ଦୁ ଆତଙ୍କବାଦୀ ମୋଦି ମନ୍ଦିର ମାଳିନୀ ଭୁବନେଶ୍ୱରକୁ ଏକ ଆତଙ୍କବାଦୀ ସହରରେ ପରିଣତ କରିଛନ୍ତି ବୋଲି କୁହାଯିବା ସହ ମାଓବାଦୀ, ନକ୍ସଲ, କଶ୍ମୀର ଓ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ ଆହ୍ବାନ ଦେଇ ସମ୍ମିଳନୀକୁ ଭଣ୍ଡୁର କରିବାକୁ ଆହ୍ବାନ ଦିଆଯାଇଥିଲା। ଏପରିକି ଖଲିସ୍ତାନୀ ପତାକା ଉଡ଼ାଇବା ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା ହୋଇଥିଲା। ଏହାପରେ କ୍ରାଇମବ୍ରାଞ୍ଚର ସାଇବର୍‌ ସେଲ୍‌ ପକ୍ଷରୁ ଅକ୍ଷୟଙ୍କ ଅଫିସରେ ପହଞ୍ଚତ୍ ମେଲ୍‌ ଯାଞ୍ଚ କରିବା ସହ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri