ଜାନୁୟାରୀ ପହିଲାରୁ ଇ- ଡିଟେକ୍ଟସନ

ଭୁବନେଶ୍ୱର, ୨୪ା୧୧(ବ୍ୟୁରୋ): ବିନା ଦଲିଲରେ ଯାତାୟାତ କରୁଥିବା ଯାନକୁ ଧରିବ ଇ-ଡିଟେକ୍‌ଶନ(ଚିହ୍ନଟ)। ପରିବହନ ବିଭାଗ ପକ୍ଷରୁ ଏ ନେଇ ଏକ ଇ-ଚିହ୍ନଟ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ୨୦୨୩ ଜାନୁୟାରୀ ପହିଲାରୁ ଜାତୀୟ ରାଜପଥରେ ଇ-ଚିହ୍ନଟ ଆରମ୍ଭ ହେବ।

ସର୍ବସାଧାରଣ ରାସ୍ତାରେ ଯିବା ପାଇଁ ଯାନବାହନଗୁଡ଼ିକର ପଞ୍ଜୀକରଣ ପ୍ରମାଣପତ୍ର, ଫିଟ୍‌ନେସ ସାର୍ଟିଫିକେଟ୍‌ ଏବଂ ଅନୁମତି ଭଳି ବୈଧ ଦଲିଲ ରହିବା ବାଧ୍ୟତାମୂଳକ । ଯଦି ଏହା ଏକ ପରିବହନ ଯାନ ହୋଇଥିବ ତେବେ ବୀମା ଏବଂ ପଲ୍ୟୁଶନ ସାର୍ଟିଫିକେଟ୍‌ ଏବଂ ଡ୍ରାଇଭିଂ ଲାଇସେନ୍ସ ସମସ୍ତ ଡ୍ରାଇଭରଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ଜାତୀୟ ରାଜପଥରେ ଥିବା ଟୋଲ୍‌ ଗେଟ୍‌ରୁ ସଂଗୃହୀତ ତଥ୍ୟ ଅନୁଯାୟୀ, ବୈଧ ଦଲିଲ ବିନା ବହୁ ସଂଖ୍ୟକ ଯାନବାହନ ଚଳାଚଳ କରୁଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ଦେଇ ଯାଉଥିବା ଏଭଳି ଯାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ପରିବହନ ବିଭାଗ ଏକ ଇ-ଚିହ୍ନଟ ପୋର୍ଟାଲ ପ୍ରସ୍ତୁତ କରୁଛି ।

ଏ ସମ୍ପର୍କରେ ପରିବହନ ବିଭାଗର ଯୁଗ୍ମ କମିଶନର (ଟେକ୍ନିକାଲ୍‌) ଦୀପ୍ତିରଞ୍ଜନ ପାତ୍ର କହିଛନ୍ତି, ପୋର୍ଟାଲ ଏଭଳି ଯାନଗୁଡ଼ିକୁ ନିରବଚ୍ଛିନ୍ନ ଭାବରେ ଯାଞ୍ଚ କରିବ। ଜାତୀୟ ରାଜପଥରେ ଥିବା ବିଭିନ୍ନ ଟୋଲ୍‌ ଫାଟକରୁ ତଥ୍ୟ ସଂଗ୍ରହ କରିବା ପୋର୍ଟାଲର ଉଦ୍ଦେଶ୍ୟ। ପ୍ରଥମ ପର୍ଯ୍ୟାୟରେ ଏନ୍‌ଏଚ୍‌ଏଆଇର ଟୋଲ୍‌ଗେଟ୍‌ଗୁଡ଼ିକ ପୋର୍ଟାଲ୍‌ ସହିତ ସଂଯୋଗ କରାଯାଇଛି। ପରବର୍ତ୍ତୀ ସମୟରେ ଖଣି ଏବଂ ଶିଳ୍ପ କ୍ଷେତ୍ରରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ। ବୈଧ କାଗଜପତ୍ର ବିନା ଚାଲୁଥିବା ଯାନଗୁଡ଼ିକ ପାଇଁ ସ୍ବୟଂଚାଳିତ ଭାବରେ ଚାଲାଣ ସୃଷ୍ଟି ହେବ।

ଫାସ୍‌ଟ୍ୟାଗ ମାଧ୍ୟମରେ ଅଣାଯାଇଥିବା ତଥ୍ୟ ଏବଂ ଏକ ଗାଡ଼ି ଟୋଲ୍‌ ଗେଟ୍‌ ଦେଇ ଯିବାବେଳେ କଏଦ ହୋଇଥିବା ଚିତ୍ର ଅନୁଯାୟୀ ତଥ୍ୟ ସଂଗ୍ରହ କରାଯିବ ଓ ତୁରନ୍ତ ସୂଚନା ଗାଡ଼ି ମାଲିକମାନଙ୍କୁ ସଚେତନ କରିବ। ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁ ହାର ହ୍ରାସ କରିବାରେ ଏହା ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri